Pratidin TV

Odisha's Digital News Platform

ଓଲଟିଲା ମାଛ ଗାଡି; ଫଳରେ ଅଧ୍ୟରାସ୍ତାରେ ଫସିରହିଲା ଆମ୍ବୁଲାନ୍ସ ,ରୋଗୀ ହନ୍ତସନ୍ତ

1 min read

ବାଲେଶ୍ୱର : ରାସ୍ତାରେ ଯାଉଥିବା ବେଳେ ଫାଟିଗଲା ଗାଡିର ଟାୟର । ଆଉ ଓଲଟି ପଡିଲା ମାଛ ବୋଝେଇ ଗାଡି । ରାସ୍ତାରେ ପୁଳା ପୁଳା ମାଛ ପଡିଥିବା ଦେଖି ଯିଏ ଯେଉଁଥିରେ ପାଇଲେ କେଜି କେଜି ମାଛ ବୋହିନେଲେ ଲୋକେ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ପଞ୍ଚୁପାଲି ଲଙ୍ଗଳେଶ୍ୱର ମୁଖ୍ୟ ରାସ୍ତା ରେ ଦେଖିବାକୁ ମିଳିଛି ଏଲଭଳି ଦୃଶ୍ୟ । ଅପରାହ୍ନ ରେ ଏକ ଟାଟା ଏସି ମାଲ ବୋଝେଇ ଗାଡି ଯମୁନାଶୂଳ ମୂହାଣ ରୁ ମାଛ ବୋଝେଇ କରି ଜଳେଶ୍ୱର ଅଭିମୁଖେ ଦ୍ରୂତଗତିରେ ଯାଉଥିଲା । ଠିକ ଏତିକି ବେଳେ ପଞ୍ଚପାଲି ବନ୍ଧ ର ଦକ୍ଷିଣ ମହାବଳା ନିକଟରେ ଗାଡି ଟି ଭାରସାମ୍ୟ ହରାଇ ରାସ୍ତା ରୁ ନୟନଜୋଡି କୁ ଖସି ପଡିଥିଲା ।

ଫଳରେ ମାଛ ଟ୍ରେ ଗୁଡିକ ଗଳି ପଡିଥିଲା । ଜନୈକ ମାଛ ବେପାରୀ ଘଟଣା ସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟ ରେ ଗାଡି ଟିକୁ ଉଠାଇ ଥିଲେ । ତେବେ ବ୍ୟସ୍ତ ବହୂଳ ରାସ୍ତା ରେ ଜେସିବି ଛିଡା କରାଇ ଗାଡି ଉଠାଉ ଥିବା ବେଳେ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସକୁ ହଟହଟା ହେବାକୁ ପଡିଥିଲ । ରାସ୍ତା ଜାମ ଥିବାରୁ ପାଖାପାଖି ଅଧ ଘଣ୍ଟା ଫସି ରହିଥିଲା ଆମ୍ବୁଲାନ୍ସ । ମାଛ ଭର୍ତ୍ତି ଟ୍ରେ ଗୁଡିକ ଗାଡି ରୁ ବାହାରି ପଡି ଥିବା ବେଳେ ଅନ୍ୟ ଏକ ପିକଅପ ଭ୍ୟାନେରେ ମାଛ ଟ୍ରେ ରେ ମାଛ ସବୁ ଭର୍ତ୍ତିି କରି ପଠା ଯାଇ ଥିଲାଯାହାଫଳରେ ରାସ୍ତା ଅବରୋଧ ହୋଇଥିଲା । ତେବେ ମାଛ ଗାଡି ଉଠାଇବା ଘଟଣା କୁ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।

Advertisement

Leave a Reply

Your email address will not be published. Required fields are marked *