Pratidin TV

Odisha's Digital News Platform

ତିନି ଦଶନ୍ଧିରୁ ସାମାଜିକ ବାଛନ୍ଦ ଏହି ପରିବାର …

1 min read

ଝାରସୁଗୁଡା : ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୩ ଦଶନ୍ଧି ରୁ ଉର୍ଦ୍ଧ ହେଲାଣି ସାମଜିକ ବାଛନ୍ଦ ହୋଇ ରହିଛନ୍ତି ଏକ ପରିବାର । ବିବାହ, ବ୍ରତ, କାର୍ଯ୍ୟଘର ପରି ବିଭିନ୍ନ ସାମାଜିକ କାର୍ଯ୍ୟରୁ ବଞ୍ଚିତ କରିଛନ୍ତି ଜାତି ସମାଜର ଲୋକେ । ବାସନ୍ଦ ହୋଇଥିବା ପରିବାର ଭଉଣୀ ନିଜ ଭାଇ ବାହାଘରକୁ ଯାଇପାରୁ ନଥିବାବେଳେ ଯଦି କେହି ଏହି ବାସନ୍ଦ ପରିବାରକୁ ସହଯୋଗର ହାତ ବଢା଼ଉଛି ତେବେ ତାକୁ ମଧ୍ୟ ଫାଇନ କରାଯାଉଛି ନଚେତ ସାମାଜିକ ବାସନ୍ଦ କରାଯାଉଛି । କଥାଟି ଶୁଣିଲେ ଅଡୁଆ ଲାଗୁଛି ହେଲେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲାର କୋଲାବିରା ବ୍ଲକ ରେ ।

ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ଦଣ୍ଡାବୁଡ଼ାର ରୂପଧର ପଟେଲ ଫୁଲମାଳି ସମାଜ ର ଜଣେ ବ୍ୟକ୍ତି । ତାଙ୍କୁ ଏବଂ ତାଙ୍କ ପରିବାରକୁ ଫୁଲମାଳି ସମାଜ ପକ୍ଷରୁ ଗତ ୧୯୮୭ ମସିହାରୁ ବାଛନ୍ଦ କରାଯାଇଛି । କାରଣ ରୂପଧରଙ୍କ ଝିଅର ବାହାଘର ସମୟରେ ସମାଜ ର କିଛି ବ୍ୟକ୍ତି ଏହି ବାହାଘରକୁ ମନା କରିଥିଲେ । ଅନ୍ୟ ବଂଶର ପୁଅକୁ ବାହା ଦେଉଥିବା ଅଭିଜିତ କରି ସମାଜର ଲୋକେ ଏହି ବାହା ଘରକୁ ବାରଣ କରିଥିଲେ । ହେଲେ ଉପଯୁକ୍ତ ବର ପାତ୍ର ମିଳିଥିବାରୁ ସମାଜର କଥାରେ ରାଜି ନହୋଇ ରୁପଧର ନିଜର ଝିଅର ବାହାଘର କରାଇଥିଲେ । ସେହିଦିନ ଠାରୁ ଫୁଲମାଳି ସମାଜରୁ ରୂପଧର ପେଟଲ ଓ ତାଙ୍କ ପରିବାର କୁ ବାଛନ୍ଦ କରାଯାଇଛି । ସମାଜର ବିବାହବ୍ରତ, ଶୁଦ୍ଧିକ୍ରିୟା ପରି ସାମାଜିକ କାର୍ଯ୍ୟରୁ ବାସନ୍ଦ କରାଯାଇଛି । ୧୯୮୭ ମସିହା ରେ କରାଯାଇଥିବା ବାଛନ୍ଦ ଏବେ ୨୦୨୩ ମସିହା ରେ ବି ବଳବତ୍ତର ରହିଛି । ରୂପଧର ପଟେଲ ଙ୍କ ସହ ଏବେ ତାଙ୍କ ପୁଅ ବୋହୁ, ଝିଅ ଯୋଇଁ, ନାତିନାତୁଣୀ ଭୋଗୁଛନ୍ତି ଏହି ସାମଜିକ ବାଛନ୍ଦର ନିର‌୍ୟାତନା । ସାମାଜିକ ବାଛନ୍ଦ ସମ୍ପୂର୍ଣ ଭାବରେ ବେଆଇନ ହୋଇଥିବାବେଳେ ଏହା ପିଢ଼ିପରେ ପିଢ଼ି ରୁପଧରଙ୍କ ପରିବାର କୁ ନିର‌୍ୟାତିତ କରୁଛି । ଏହି ପରିବାର ଏବେ ନିର‌୍ୟାତନା ସହି ନପାରି ଆଇନର ଆଶ୍ରୟ ନେଇଛନ୍ତି ।

Advertisement

ରୂପଧର ପଟେଲ ବାରମ୍ବାର ଜାତି ସମାଜରେ ନିଜର ପରିବାର କୁ ସାମିଲ କରିବା ପାଇଁ ଅନୁରୋଧ କରିଥିଲେ ହେଁ ସମାଜର ଲୋକେ ଏହାକୁ ଶୁଣି ନାହାନ୍ତି । ୩୬ ବର୍ଷ ହେଲାଣି ରୂପଧରଙ୍କ ପରିବାର ଲୋକେ ଏହି ନିର୍ଯ୍ୟତନା ଭୋଗୁଛନ୍ତି । ତେବେ ଶେଷରେ ସାମଜିକ ବାଛନ୍ଦ ର ନିର୍ଯ୍ୟତନା ସହି ନପାରି ରୂପଧର ଙ୍କ ପୁଅ ବିଭୁତି ଶଙ୍କର ପଟେଲ ଝାରସୁଗୁଡା ଜିଲ୍ଲାପାଳ, ହ୍ୟୁମେନ ରାଇଟ୍ସ କମିଶନର ଝାରସୁଗୁଡା ଏବଂ ଝାରସୁଗୁଡା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଏହାପରେ ଝାରସୁଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଫୁଳମାଳି ସମାଜ ଓ ରୂପଧର ପଟେଲଙ୍କ ପରିବାର ମଧ୍ୟରେ ଏକ ବୁଝାମଣା ବୈଠକ କରାଯାଇଛି । ଉଭୟ ପକ୍ଷକୁ ବୁଝାସୁଝା କରିଛନ୍ତି ଉପଜିଲ୍ଲାପାଳ । ଏବଂ ରୂପଧର ପଟେଲଙ୍କ ପରିବାରକୁ ଫୁଲମାଳି ସମାଜରେ ପୁଣି ଥରେ ସାମିଲ କରିବା ପାଇଁ ଫୁଲମାଳି ସମାଜର ଲୋକଙ୍କୁ ନିର୍ଦେଶ ଦେଇଛନ୍ତି । ଏହାପରେ ମଧ୍ୟ ଯଦି ଫୁଲମାଳି ସମାଜର ଲୋକେ ରୂପଧର ପଟେଲଙ୍କ ପରିବାରକୁ ନିଜ ସମାଜରେ ସାମିଲ ନ କରନ୍ତି ତେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ଝାରସୁଗୁଡା ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *