ଶୀତର ଦାଉରୁ ରକ୍ଷା ପାଇବା ପାଇଁ ଖାଆନ୍ତୁ ଗୁଡ…
1 min readଆଗକୁ ଆସୁଛି ଶୀତ ଦିନ । ଏହି ଦିନରେ ଦେହକୁ ଉଷୁମ ରଖିବ ଗୁଡ । ଆଗ କାଳରେ ଲୋକେ ଚିନି ଠାରୁ ଅଧିକ ଗୁଡ ବ୍ୟବହାର କରୁଥିଲେ । ରୋଷେଇ ପ୍ରସ୍ତୁତି ବେଳେ ଚିନି ଜାଗାରେ ଗୁଡ ବ୍ୟବହାର କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଲୋକେ ବିଶେଷ ଗୁଡ ଖାଦ୍ୟ ରୂପେ ବ୍ୟବହାର କରୁନାହାନ୍ତି । ଘରେ କୈାଣସି ପୁଜା ସାମଗ୍ରୀ ବା ଭୋଗ ରନ୍ଧା ହେଲେ ଚିନି ବଦଳରେ ଗୁଡରେ ରୋଷେଇ ପ୍ରସ୍ତୁତ କରାଯାଉଛି । ଆପଣ ମାନେ ଜାଣନ୍ତି କି ଗୁଡର ଅନେକ ଫାଇଦା ରହିଛି । ଯାହା ଆମ ଶରୀର ପାଇଁ ଅତି ଦରକାରୀ ହୋଇଥାଏ । କୁହାଯାଇଛି ଯେ ଶୀତି ଦିନେ ଶରୀରକୁ ଉଷୁମ ରଖେ ଆସନ୍ତୁ ଜାଣିବା ।
ଆମ ନିତିଦିନିଆ ଜୀବନରେ ମିଠା ହେଉଛି ଏକ ଆବଶ୍ୟକୀୟ ଦ୍ରବ୍ୟ । ସେଥି ମଧ୍ୟରୁ ଗୁଡ ଏପରି ଏକ ଜିନିଷ ଯାହାକୁ ଖାଇଲେ ଅନେକ ଭିଟାମିନ୍ ଆମ ଶରୀରକୁ ମିଳିଥାଏ । ଏଥିରେ ସୋଲାନିୟମ, ଆଇରନ, ଫୋଲିକ ଏସିଡ୍, କ୍ୟାଲସିୟମ, ଏବଂ ପୋଟାସିୟମ ରହିଥାଏ । ଯାହାକି ଶରୀର ପାଇଁ ଖୁବ ଜରୁରୀ । ଏହା ସହିତ ଶୀତର ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଶରୀରକୁ ଗରମ ରଖିବାକୁ ବା ଗରମ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ତେଣୁ ଗୁଡ ଖାଇବା ଦ୍ୱାରା ଆମ ଶରୀର ଗରମ ରହିଥାଏ । ଏହା ସହିତ ଆମ ଶରୀରର ମେଟାବୋଲିଜିମକୁ ଆହୁରି ମଜଭୁତ ରଖିଭାବେ ବିଶେଷ ସାହାଯ୍ୟ କରେ । ଗୁଡ ଶରୀରର ଆଇରନ ଭାଗକୁ ନିୟନ୍ତ୍ରଣ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ଗୁଡ ଦ୍ୱିଗୁଣ କରିଥାଏ ।
ସେହିପରି ଆୟୁର୍ବେଦ ଅନୁସାରେ ଗୁଡ଼ର ବିଶେଷ ସ୍ଥାନ ରହିଛି । ଗୁଡକୁ ଋଷି ମୁନିମାନେ ମଧ୍ୟ ଅନେକ ରୋଗର ନିରାକରଣ ନିମନ୍ତେ ବ୍ୟବହାର କରିଆସୁଥିଲେ । ଗୁଡ ଖାଇଲେ ଥଣ୍ଡା କାଶ ମଧ୍ୟ ଭଲ ହୁଏ, ଏହା ସହିତ ହାଡ ମଜଭୁତ ରୁହେ । ଅନେକ ଉପାୟରେ ଗୁଡ ସେବନ କରିପାରିବେ, ଯେପରି ଗୁଡ ଗୋଲମରିଚ ମିଶାଇ ଖାଇଲେ ଶରୀରରେ ଥଣ୍ଡା ଭଳି ଏକ ରୋଗ ସମୁଳେ କମିଯିବ । ତେଣୁ ଆମେ ଯଦି ନିତିଦିନିଆ ଖାଦ୍ୟରେ ଗୁଡକୁ ସାମିଲ କରିବା ତେବେ ନିଶ୍ଚିତ ରୂପେ ଏହା ଆମ ଶରୀର ପାଇଁ ଲାଭକାରୀ ହେବ ।