Pratidin TV

Odisha's Digital News Platform

ବିଶ୍ୱକପ ଖେଳିବାକୁ ୭ବର୍ଷ ପରେ ଭାରତରେ ପାଦ ଦେଲା ପାକିସ୍ତାନ

1 min read

ହାଇଦ୍ରାବାଦ: ଦୀର୍ଘ ୭ ବର୍ଷ ପରେ ଭାରତକୁ ଆସିଲା ପାକିସ୍ତାନ କ୍ରିକେଟ ଟିମ୍ । ଗତକାଲି ଭାରତ ଭିସାରେ ମୋହର ମାରିବା ପରେ ଆଜି ଭାରତ ଆସି ପହଞ୍ଚିଲା ବାବର ବାହିନୀ । ଆସନ୍ତା ମାସରୁ ଭାରତରେ ହେବାକୁ ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ଦଳ ଗତକାଲି ରାତିରେ ହାଇଦ୍ରାବାଦ ପହଞ୍ଚିଛି । ଅଧିନାୟକ ବାବର ଆଜମ ଏବଂ ପୁରା ଟିମକୁ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି । ଭିସା ମିଳିବାରେ ବିଳମ୍ବ ଯୋଗୁ ପାକିସ୍ତାନ ଟିମ ବିଳମ୍ବରେ ଭାରତ ପହଞ୍ଚିଛି ।

ବିଶ୍ୱକପ୍ ପାଇଁ ସାତ ବର୍ଷ ପରେ ଭାରତ ଆସିଲା ପାକିସ୍ତାନ୍ ଟିମ୍ । ବାବର ଆଜାମଙ୍କ ଦଳ ହାଇଦ୍ରାବାଦରେ ଏକ ୱାର୍ମ ଅପ୍ ମ୍ୟାଚ୍ ଖେଳିବ । ଏହା ପରେ ୬ ସେପ୍ଟେମ୍ବରରେ ବିଶ୍ୱକପରେ ନେଦରଲ୍ୟାଣ୍ଡ ବିପକ୍ଷରେ ମୈଦାନକୁ ଓହ୍ଲାଇବେ । ବାବର ଆଜାମଙ୍କ ଦଳ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ ସହିତ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ।

Advertisement

ଆସନ୍ତାକାଲି ପାକିସ୍ତାନ ଟିମ ହାଇଦ୍ରାବାଦରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବ ଏବଂ ଅକ୍ଟୋବର ୩ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ ଖେଳିବ । ତେବେ ଆସନ୍ତା ଅକ୍ଟୋବର ୯ରୁ ନଭେମ୍ବର ୧୯ ତାରଖ ମଧ୍ୟରେ ଭାରତରେ ଆଇସିସିର ସବୁଠୁ ବଡ଼ ଟୁର୍ଣ୍ଣମେଣ୍ଟ ଖେଳାଯିବ । ଦୁଇ ଦେଶ ମଧ୍ୟରେ ସୀମା ଏବଂ ଆତଙ୍କବାଦକୁ ନେଇ ବିବାଦ ଚାଲିଥିବାରୁ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳଙ୍କୁ ଏକାଠି ଦେଖିବାକୁ ମିଳୁଛି ।୧୪ ଅକ୍ଟୋବରରେ ଭାରତୀୟ ଦଳ ବିପକ୍ଷରେ ଖେଳାଯିବ ପାକିସ୍ତାନ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।

Leave a Reply

Your email address will not be published. Required fields are marked *