Pratidin TV

Odisha's Digital News Platform

Asian game 2023 : ପଞ୍ଚମ ଦିନରେ ଭାରତ ଖାତା ଆଉ ଏକ ସ୍ୱର୍ଣ୍ଣ

1 min read

ଏସିଆ କ୍ରୀଡାରେ ଭାରତ ଗୋଟେ ପରେ ଗୋଟେ ଖେଳରେ ବାଜି ମାରୁଛି । ପଞ୍ଚମ ଦିନରେ ଆଉ ଏକ ସ୍ୱର୍ଣ୍ଣ ଖାତାକୁ ଆସିଛି । ଆଜି ମିଳିଛି ଆଉ ଏକ ସ୍ୱର୍ଣ୍ଣ ପଦକ । ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ ହୋଇଛି । ଅଜୁନ ଚିମା, ସରବଜୋତ ସିଂ, ଶିବ ନରୱାଲ ସ୍ୱର୍ଣ୍ଣ ଜିତିଛନ୍ତି । ଏହାକୁ ମିଶାଇ ଭାରତ ର ସ୍ୱର୍ଣ୍ଣ ସଂଖ୍ୟା ୬ରେ ପହଞ୍ଚିଛି ।ସେହିପରି ମହିଳା ୬୦ କେଜି ଉଷୁ ପ୍ରତିଯୋଗିତାରେ ଭାରତ ପକ୍ଷରୁ ରୋଶିବିନା ଦେବୀ ରୌପ୍ୟ ଜିତିଥିଲେ । ଏବେ ପଦକ ତାଲିକାରେ ଭାରତ ମୋଟ ୨୪ ପଦକ ସହ ପଞ୍ଚମ ସ୍ଥାନରେ ରହିଛି ।

Advertisement

Leave a Reply

Your email address will not be published. Required fields are marked *