Pratidin TV

Odisha's Digital News Platform

ଭୂକମ୍ପ ହେବା ପୂର୍ବରୁ ସ୍ମାର୍ଟଫୋନକୁ ଆସିବ ଆଲର୍ଟ, କମ୍ପନ ଏବଂ ଏହାର ତିବ୍ରତା ସମ୍ପର୍କରେ ଦେବ ସୂଚନା..

1 min read


ନୂଆଦିଲ୍ଲୀ: ଏଥର ଭୁକମ୍ପ ହେବାକୁ ଯାଉଥଲେ ଜଣାଇଦେବ ନିଜର ସ୍ମାର୍ଟ ଫୋନ୍ । ସେଥିପାଇଁ ଗୁଗୁଲ ଭାରତରେ ଏକ ନୂଆ ସିଷ୍ଟମର ଶୁଭାରମ୍ଭ କରିବାକୁ ଯାଉଛି । ଯାହା ହେଉଛି ‘ଆଣ୍ଡ୍ରଏଡ୍ ଭୂକମ୍ପ ଆଲର୍ଟ ସିଷ୍ଟମ । ଯାହାକି କମ୍ପନ ଏବଂ ଏହାର ତିବ୍ରତା ଉପରେ ଆପଣଙ୍କୁ ସତର୍କ କରାଇବ । ତେବେ ଭୂକମ୍ପ ଏକ ସାଧାରଣ ପ୍ରାକୃତିକ ବିପର୍ଯ୍ୟୟ । ଭୁକମ୍ପ ଦ୍ୱାରା ଅନେକ ଜନ ଜୀବନ ପ୍ରଭାବିତ ହୋଇଥାଏ । ସେଥିପାଇଁ ପୂର୍ବରୁ ସତର୍କ ସୂଚନା ଜାରୀ କରିବା ଦ୍ୱାରା ଜୀବନ ସୁରକ୍ଷିତ ରଖିବାରେ ଏହି ସିଷ୍ଟମ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ ବୋଲି କୁହାଯାଇଛି । ଗୁଗୁଲ୍ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍‌ଏ) ଏବଂ ଜାତୀୟ ଭୂକମ୍ପ କେନ୍ଦ୍ର (ଏନ୍‌ଏସ୍ସି) ସହମତିରେ ଏହି ଆଲର୍ଟ ସିଷ୍ଟମ ଆରମ୍ଭ କରିଛି । ଆଣ୍ଡ୍ରଏଡ୍ ଭୂକମ୍ପ ଆଲର୍ଟ ସିଷ୍ଟମ୍ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ବିଲ୍ଟ-ଇନ୍ ସେନ୍ସର ବ୍ୟବହାର କରିଥାଏ । ଯାହା ଆକ୍ସିଲେରୋମିଟର ଭାବରେ ଜଣାଶୁଣା ।


ତେବେ ଏହା କେତେବେଳେ କାମ କରିବ?
ଚାର୍ଜିଂ ଆଣ୍ଡ୍ରଏଡ୍ ଫୋନ୍ ଭୂକମ୍ପର ପ୍ରାରମ୍ଭିକ କମ୍ପନକୁ ଚିହ୍ନଟ କରେ । ବା ଚାର୍ଜ କରୁଥିବା ଫୋନର କମ୍ପନ ଉପରେ ଏହି ସିଷ୍ଟମ କାମକରେ । ଏହି ତଥ୍ୟକୁ ଏକ କେନ୍ଦ୍ରୀୟ ସର୍ଭରକୁ ପଠାଇଥାଏ । ଯଦି ସମାନ ଅଞ୍ଚଳରେ ଏକାଧିକ ଫୋନ୍ ସମାନ କମ୍ପନ ହୁଏ । ତାହେଲେ ଏହାର ସର୍ଭର ଭୂକମ୍ପ ଏବଂ ତୀବ୍ରତା ସହିତ ଭୂକମ୍ପର ଗୁଣଗୁଡିକ ଆକଳନ କରିପାରିବ । ଯାହାଦ୍ୱାରା ପରବର୍ତ୍ତୀ ସମୟରେ ଭୁକମ୍ପର କେନ୍ଦ୍ରସ୍ଥଳ ଏବଂ ଏହାର ତିବ୍ରତା ଶୀଘ୍ର ନିକଟସ୍ଥ ଆଣ୍ଡ୍ରଏଡ୍ ଡିଭାଇସ୍ ଗୁଡିକୁ ଆଲର୍ଟ ପଠାଏ । ଏହି ଆଲର୍ଟଗୁଡ଼ିକ ଆଲୋକର ବେଗରେ ଇଣ୍ଟନେଟରେ ଗତିକରେ । ଯାହାକି ଅଧିକ ଭୟଙ୍କର କମ୍ପନ ପୂର୍ବରୁ ଅନେକ ଥର ଉପଭୋକ୍ତାମାନଙ୍କ ନିକଟରେ ପହଞ୍ଚେ । ତେଣୁ, ଏକ ଗୁରୁତର ଝଟ୍କା ଆସିବାର କେଇ ସେକେଣ୍ଡ୍ ପୂର୍ବରୁ ଫୋନରେ ଏହାର ଆଲର୍ଟ ପହଞ୍ଚିଯିବ ।

Advertisement


କେଉଁ ଆଣ୍ଡ୍ରଏଡ୍ ଡିଭାଇସ୍ ଉପଯୋଗୀ?
ଆଣ୍ଡ୍ରଏଡ୍ ୫ଜି କିମ୍ବା ଆଇଫୋନ୍ ବ୍ୟବହାରକାରୀମାନେ ନିଜ ଫୋନରେ ଜରୁରୀକାଳୀନ ଆଲର୍ଟ ସେଟିଂ ଅନ୍ କରିବା ପରେ ଭୂକମ୍ପ ସୂଚନା ପାଇପାରିବେ । ଉପଭୋକ୍ତାମାନଙ୍କୁ ୱାଇ-ଫାଇ କିମ୍ବା ସେଲୁଲାର୍ ଡାଟା କନେକ୍ଟିଭିଟି ରହିବା ଆବଶ୍ୟକ । ଯେଉଁମାନେ ଏହି ଆଲର୍ଟ ଗ୍ରହଣ କରିବାକୁ ଇଚ୍ଛା କରନ୍ତି ନାହିଁ, ସେମାନଙ୍କ ପାଇଁ ଡିଭାଇସ୍ ସେଟିଂରେ ଭୂକମ୍ପ ଆଲର୍ଟ ବନ୍ଦ କରିବାକୁ ଏକ ଅପସନ ରହିଛି । ତେବେ ଗୁଗୁଲ ଏହାର ସୂଚନା କେବଳ ଫୋନରୁ ପାଇଥାଏ । ଯାହା ଏହାର ସର୍ଭର ମାଧ୍ୟମରେ ସମସ୍ତ ସ୍ମାର୍ଟଫୋନକୁ ପଠାଇଥାଏ । ଏହି ସିଷ୍ଟମ କିଛି ସେକେଣ୍ଡ ପୂର୍ବରୁ ଭୂକମ୍ପ ବିଷୟରେ ସୂଚନା ଦେଇଥାଏ ଏବଂ କିଛି କିଲୋମିଟର ଦୂରରେ ଯେତେବେଳେ ଭୂକମ୍ପ ଘଟିଥାଏ ସେତେବେଳେ ମଧ୍ୟ ଏହା ସତର୍କ କରାଇଥାଏ ।

Leave a Reply

Your email address will not be published. Required fields are marked *