ରୋଗୀଙ୍କୁ ହନ୍ତସନ୍ତ କରୁଛନ୍ତି ମେଡିକାଲ କର୍ମଚାରୀ, ମେଡିସିନ ଠୁ ନେଇ ୟୁରିନ କାଢିବା ପାଇଁ ମାଗୁଛନ୍ତି ଟଙ୍କା
1 min readବଲାଙ୍ଗୀର: ଭୀମଭୋଇ ମେଡିକାଲର ପିଛା ଛାଡୁନି ବିବାଦ । ବଲାଙ୍ଗୀର ଭୀମଭୋଇ ମେଡିକାଲ ପରେ ଏବେ ସେଠାକାର ଡାଏଲିସିସ ୱାର୍ଡ଼ କର୍ମଚାରୀଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ । ରୋଗଙ୍କସହ ତାଙ୍କ ସର୍ମ୍ପକୀୟଙ୍କୁ କରୁଛନ୍ତି ଖରାପ ବ୍ୟବହାର ।ଏଭଳି କିଛି ଅଭିଯୋଗ କଲେ ରୋଗୀ ଏବଂ ତାଙ୍କ ପରିବାର । ସେମାନେ କହିଛନ୍ତି ଯେ , ଠିକ ସମୟରେ ମାଗିଲେ ରକ୍ତ ଦେଉନାହାନ୍ତି ୱାର୍ଡର କର୍ମଚାରୀ । ରୋଗୀଙ୍କ ଠାରୁ ୟୁରିନ କାଢିବା ପାଇଁ ଟଙ୍କା ମାଗୁଛନ୍ତି ଡାଏଲିସିସ କର୍ମଚାରୀ । ଏନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ଭୀମଭୋଇ ମେଡିକାଲକୁ ଆସୁଥିବା ରୋଗୀ । ସ୍ଥାୟୀ ସମାଧାନ କରିବାରେ ଫେଲ ମାରିଛି ରାଜ୍ୟ ସରକାର । ଏବେ ଡାଏଲିସିସ ୱାର୍ଡ କର୍ମଚାରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କିଡନୀ ରୋଗୀ ।
ଏନେଇ ରୋଗୀମାନେ ପ୍ରଥମେ ବଲାଙ୍ଗିର ସାଂସଦ ଙ୍କୁ ଜଣାଇବା ପରେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଡାଏଲିସିସ ୱାର୍ଡରେ ରୋଗୀଙ୍କୁ ଖରାପ ବ୍ୟବହାର କରିବା ସହ ୟୁରିନ କାଢିବା ପାଇଁ ଟଙ୍କା ମାଗୁଥିବା ଜଣା ପଡିଛି । ମେଡିସିନ ମଧ୍ୟ ଦିଆଯାଉନାହିଁ । ଗଣମାଧ୍ୟମ କିମ୍ବା ଅନ୍ୟ କାହାକୁ ଅଭିଯୋଗ କଲେ ରୋଗୀଙ୍କୁ ଧମକ ଦିଆଯାଉଛି ବୋଲି ଲୋକେ କହିଛନ୍ତି । ଏଭଳି ଗୁରୁତର ଅଭିଯୋଗ ବଲାଙ୍ଗିର ସାଂସଦ ଜାଣିବା ପରେ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ସମାଧାନ କରିବାକୁ ଦାବୀ କରିଛନ୍ତି ।
ମାନସିକ ଚାପରେ ଥିବା ରୋଗୀଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ । ବ୍ୟବହାରରେ ପରିବର୍ତ୍ତନ ନକଲେ ଚାକିରିରୁ ବିଦା କରିବାକୁ ତାଗିଦ୍ କରିଛନ୍ତି ବଲାଙ୍ଗିର ସାଂସଦ ସଂଗିତା କୁମାରୀ ସିଂହଦେଓ । ଅଭିଯୋଗ ସଂର୍ପକରେ ଜିଲ୍ଲାପାଳ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସାତଦିନ ଭିତରେ ମେଡିକାଲ କର୍ମଚାରୀଙ୍କୁ ସଫ୍ଟ ସ୍କିଲ ଟ୍ରେନିଂ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।