Pratidin TV

Odisha's Digital News Platform

ପିତୃପୁରୁଷଙ୍କୁ ଶ୍ରାଦ୍ଧ ରେ କ’ଣ ସବୁ ଦେବା ଉଚିତ୍ ? ନହେଲେ ଆପଣଙ୍କଘରେ ଆସିପାରେ ବିପଦ..

1 min read

ଶୁକ୍ରବାର ଅର୍ଥାତ ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବାକୁ ଯାଉଛି ପିତୃପକ୍ଷ । ଏହି ୧୬ଦିନ ହେଉଛି ବିଶେଷ ଭାବରେ ପିତୃପୁରୁଷଙ୍କ ଋଷ ସୁଝିବାର ଦିନ । ପିତୃ ପକ୍ଷ ସମୟରେ ନିଜ ପୂର୍ବଜଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ବ୍ରହ୍ମଣ ମାନଙ୍କୁ ଭୋଜନ ଏବଂ ଦାନ କରାଯାଇଥାଏ । କୁହାଯାଏ ଯେ ନିଜ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଦେବା ସମୟରେ ଯେଉଁ ଭୋଜନ ପରସା ଯାଏ ତାକୁ ନେଇ ବିଶେଷ ଦେବା ଉଚିତ । ଏଥିପାଇଁ କଣ କରିବାକୁ ପଡିବ ଆସନ୍ତୁ ଜାଣିବା । କୁହାଯାଏ ଯେ ଶ୍ରାଦ୍ଧ କର୍ମ ସମୟରେ ବିଶେଷ ଧ୍ୟାନ ନଦେଲେ କିମ୍ବା ଯଦି କୌଣସି ଭୁଲ କରନ୍ତି ତେବେ ଆପଣଙ୍କ ପୂର୍ବପୁରୁଷ ରାଗି ଯାଇଥାନ୍ତି ଏବଂ ଆପଣ ଦେଇଥିବା ଭୋଜନକୁ ଗ୍ରହଣ କରନ୍ତି ନାହିଁ ।ତେବେ ଆପଣ କେଉଁ ସବୁ ଜିନିଷ ଉପରେ ଧ୍ୟାନ ରଖିବେ ସେ ନେଇ ଆଜି ଆମେ ଆପଣଙ୍କୁ ଜଣାଇବୁ । ଶ୍ରାଦ୍ଧ ସମୟରେ ଯଦି ଆପଣଙ୍କ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ତେବେ ରୋଷେଇ କରୁଥିବା ସ୍ଥାନକୁ ସଫାସୁତୁରା ଏବଂ ପବିତ୍ର ରଖନ୍ତୁ । ଅର୍ଥାତ ଖାଦ୍ୟ ତିଆରି କରିବା ଆଗରୁ ନିଜ ରୋଷେଇ ଘରକୁ ଭଲ ଭାବେ ପୋଛି ଦିଅନ୍ତୁ । ଶାସ୍ତ୍ର ଅନୁଯାୟୀ , ସଫାସୁତୁରା ଥିଲେ ପିତୃ ପୁରୁଷମାନେ ପ୍ରସନ୍ନ ହୁଅନ୍ତି ।

ଏବଂ ଶ୍ରଦ୍ଧାର ଫଳ ମିଳିଥାଏ । ଗାଧୋଇବା ପରେ ହିଁ ଆପଣ ଭୋଜନ ପ୍ରସ୍ତୁତ କରିବେ । ଏହାଛଡା ଶ୍ରଦ୍ଧା ସମୟରେ ବିନା ପିଆଜ ରସୁଣ, ସୋରିଷ ତେଲକୁ ଖାଦ୍ୟରେ ବ୍ୟବହାର କରିବେ ନାହିଁ । ଏହାବ୍ୟତୀତ କାଦ୍ୟରେ କ୍ଷୀର ଏବଂ ଦହି କେବଳ ଗାଈର ହେବା ଉଚିତ । ଶ୍ରାଦ୍ଧ କର୍ମରେ ପିତୃଙ୍କ ନାମରେ ବନାଯାଉଥିବା ବ୍ୟଞ୍ଜନ ଭିତରେ କ୍ଷୀରିକୁ ବିଶେଷ ମହତ୍ୱବୋଲି ମାନି ଥାନ୍ତି । ଏହି ଦିନରେ ପୁରୀ ,ଆଳୁ ତରକାରୀ, ଚଣା କିମ୍ବା କଖାରୁର ତରକାରୀ କରାଯାଇଥାଏ ।

Advertisement

ଏହାଛଡା ମିଠା ମଧ୍ୟ ପିତୃପୁରୁଷଙ୍କୁ ଅର୍ପଣ କରାଯାଇଥାଏ । ସବୁଠାରୁ ବଡ କଥା ଯାହାକୁ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ । ବ୍ୟଞ୍ଜନ ପ୍ରସ୍ତୁତ ହେବା ପରେ ସର୍ବ ପ୍ରଥମେ ବ୍ରାହ୍ମଣଙ୍କୁ ହିଁ ଖାଇବାକୁ ଦେବେ ତାପୂର୍ବରୁ ନିଜେ ଖାଇବେ ନାହିଁ । ବ୍ରାହ୍ମଣଙ୍କୁ କେବଳ କଂସା,ଚାନ୍ଦି କିମ୍ବା ପିତ୍ତଳରେ ହିଁ ଖାଦ୍ୟ ପରସିବେ । ଏହାଛଡା ବ୍ରାହ୍ମଣଙ୍କୁ ଦକ୍ଷିଣ ଦିଗ ଆଡକୁ ଖାଇବାକୁ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *