Pratidin TV

Odisha's Digital News Platform

Asian game 2023 : ସୁଟିଂରେ ଭାରତ ଆଜି ହାସଲ କଲା ୨ଟି ସ୍ୱର୍ଣ୍ଣ, ଚୀନ ଉଡୁଛି ତ୍ରୀରଙ୍ଗା

1 min read


ଚୀନ ମାଟିରେ ପଦକ ବର୍ଷା କରୁଛନ୍ତି ଭାରତୀୟ । ୧୯ତମଏସିଆନ କ୍ରୀଡାରେ ଭାରତକୁ ଅଷ୍ଟମ ସ୍ୱର୍ଣ୍ଣ । ଆଜି ଷଷ୍ଠ ଦିନରେ ୪ଟି ପଦକ ଜିତିଛି ସୁଟିଂ ଟିମ୍ । ମହିଳା ୧୦ ମିଟରଏୟାର ପିସ୍ତଲରେ ପଲକ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତାଙ୍କ ପଛକୁ ରହି ଇସା ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ହାଙ୍ଗଝୌ ଏସିଆନ୍ ଗେମ୍ସରେ ଆଜି ସକାଳ ଆରମ୍ଭ ହୋଇଥିଲା ସ୍ୱର୍ଣ୍ଣ ପଦକ । ୫୦ ମିଟର ପୁରୁଷ ରାଇଫଲ ଥ୍ରି ପୋଜିସନ୍ ଟିମ୍ ଇଭେଣ୍ଟରେ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର, କୁଶଲେ ସ୍ୱପ୍ନିଲ ଏବଂ ଅଖିଲ ସେଓରାନଙ୍କ ଟିମ୍ ମୋଟ ୧୭୬୯ ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି ।

୧୮ ବର୍ଷୀୟ ଇସା ସିଂହ, ପଲକ ଓ ଦିବ୍ୟାଙ୍କୁ ନେଇ ଗଠିତ ଭାରତୀୟ ଟିମ୍ ଦ୍ୱିତୀୟ ହୋଇ ରୌପ୍ୟ ପଦକ ହାସଲ କରିଛି । ଫଳରେ ଏସିଆନ ଗେମ୍ସରେ ରେକର୍ଡ଼ ସଂଖ୍ୟକ ୧୮ଟି ପଦକ ଜିତିଛି ଭାରତୀୟ ସୁଟିଂ ଟିମ୍ । ଏଥିସହ ଭାରତ ଖାତରେ ମୋଟ ୮ ଟି ସ୍ୱର୍ଣ୍ଣ, ୧୦ ରୌପ୍ୟ,୧୧ ବ୍ରୋଞ୍ଜ ସହ ୩୦ ପଦକ ମିଳିଛି । ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି ଭାରତ ।ଆଜି ଗୋଟେ ଦିନରେ ଭାରତ ସୁଟିଂରେ ୨ଟି ସ୍ୱର୍ଣ୍ଣ ସହ ରୌପ୍ୟ ହାସଲ କରି ପାରିଛି ।

Advertisement

Leave a Reply

Your email address will not be published. Required fields are marked *