Pratidin TV

Odisha's Digital News Platform

ବିବାହର ପ୍ରତିଶ୍ରୁତି ଦେଇ ଆସିଲେନି ବିଧାୟକ: କୋର୍ଟ ସାମ୍ନାରୁ ଫେରିଲେ ପ୍ରେମିକା, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା(Video)

1 min read

ଭୁବନେଶ୍ୱର: ପ୍ରେମ ଆଉ ପରେ ବିବାହର ପ୍ରତିଶ୍ରୁତି । ହେଲେ ଠିକ୍ ବିବାହ ସମୟ ବେଳକୁ ବିଧାୟକଙ୍କ ଦେଖା ମିଳିଲାନି । ତିର୍ତ୍ତୋଲ ବିଧାୟକ ଜଣେ ଯବତୀଙ୍କୁ ପ୍ରତିଶ୍ରୁତି ଦେଇ ଭୁଲି ଯାଇଛନ୍ତି । ଯବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଠକି ଦେଇଛନ୍ତି ତିର୍ତ୍ତୋଲ ବିଧାୟକ । ଦିନ ଯାକ କୋର୍ଟ ସାମ୍ନାରେ ଛିଡା ହୋଇ ଫେରିଛନ୍ତି ପ୍ରେମିକା ସୋମାଲିକା ଦାଶ । ବିଧାୟକଙ୍କ ନାଁରେ ଏମିତି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପ୍ରେମିକା । ପ୍ରେମ କରି ବିବାହର ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ବିଜୟ ଶଙ୍କର ଦାସ । ଆଜି ବିବାହର ତାରିଖ ଥିବା ବେଳେ କିନ୍ତୁ କୋର୍ଟକୁ ଆସି ନାହାନ୍ତି ବିଧାୟକ । ଗତ ମାସ ୧୭ ତାରିଖରେ ବିଜୟ ଏବଂ ପ୍ରେମିକା ବିବାହ ପାଇଁ ସବରେଜିଷ୍ଟ୍ରୀ ଅଫିସରେ ଆବେଦନ କରିଥିଲେ । ବିବାହ ପଞ୍ଜୀକରଣ କରିଥିଲେ ବିଧାୟକ ଏବଂ ପ୍ରେମିକା । ତେବେ ମାସକ ପରେ ଆଜି ପ୍ରେମିକା କୋର୍ଟରେ ପହଞ୍ଚିଥିବା ବେଳେ ବିଧାୟକ ବିଜୟ ଶଙ୍କର ଦାସ ।

ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ବିଧାୟକ ନ ଆସିବାରୁ ବାଧ୍ୟ ହୋଇ ଫେରି ଆସିଛନ୍ତି ପ୍ରେମିକା । ଏହାପରେ ବିଧାୟକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ବିବାହ ପ୍ରତିଶ୍ରୁତି ଦେଇ ବିଧାୟକ ଠକି ଦେଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ସେ ଚିଟ କରିଛନ୍ତି କିମ୍ବା ତାଙ୍କୁ କିଏ ଅପହରଣ କରିତିବା କହିଛନ୍ତି ବିଧାୟକଙ୍କ ପ୍ରେମିକା । ତେବେ ଅଭିଯୋଗକୁ ବିଧାୟକ ବିଜୟ ଶଙ୍କର ଖଣ୍ଡନ କରିଛନ୍ତି । ୯୦ ଦିନ ମଧ୍ୟରେ ବିବାହ କରିବା ଉଚିତ । କିନ୍ତୁ ଆଜି ୩୦ ଦିନ ହୋଇଛି, ହାତରେ ଆହୁରି ୬୦ ଦିନ ବାକି ଅଛି ବୋଲି କହିଛନ୍ତି ବିଧାୟକ ବିଜୟ ଶଙ୍କର । ଏହା ସହିତ ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହି ନଥିବା ବିଧାୟକ ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *