Pratidin TV

Odisha's Digital News Platform

ଚିକିତ୍ସା ଅବହେଲାରୁ ଡାକ୍ତରଖାନାରେ ଆଖି ବୁଜିଲେ ନାବାଳିକା…

1 min read

ଟିଟିଲାଗଡ: ଚିକିତ୍ସା ଅବହେଳାରୁ ଡାକ୍ତରଖାନାରେ ଆଖି ବୁଝିଲେ ନାବାଳିକା । ଦେହ ଅସୁସ୍ଥ କାରଣରୁ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ପରିବାର । ହେଲେ ଠିକ ସମୟରେ ଉପଯୁକ୍ତ ଚିକିତ୍ସା ନ ପାଇବାରୁ ଶେଷରେ ଝିଅଟି ପ୍ରାଣ ହରାଇଛି । ଆଉ ଚିକିତ୍ସା ଅବହେଳାରୁ ନାବାଳିକାର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଖାନାରେ ପରିବାର ଲୋକଙ୍କ ଅସନ୍ତୋଷ ଦେଖାଦେଇଛି । ତେବେ ଏପରି ଅଭାବନୀୟ ଘଟଣା ଘଟିଯାଇଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସହରରେ । ଘଟଣାରୁ ପ୍ରକାଶ ଯେ ଟିଟିଲାଗଡ଼ ଥାନା କତରକେଲା ପଂଚାୟତ କୁମୁଡିପଦର ଗାଁର ନାବାଳିକା ତପସ୍ୱନୀ ଦେବଗୁରୁ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଗତ କାଲି ରାତିରେ ପରିବାର ଲୋକେ ଚିକିତ୍ସା ନିମନ୍ତେ ଝିଅକୁ ଧରି ଟିଟିଲାଗଡ ଡାକ୍ତର ଖାନାକୁ ନେଇ ଆସିଥିଲେ । ଡାକ୍ତରଖାନା ରେ ଭର୍ତ୍ତି ହେବା ପରେ ଝିଅକୁ ପ୍ରଥମେ ସାଲାଇନ ଦିଆଯାଇଥିଲା । ହେଲେ ସୁସ୍ଥ ହେବା ପାଇଁ ଆଗକୁ କୈାଣସି ଚିକିତ୍ସା କରାଯାଇନଥିଲା । ଯାହାଫଳରେ ତାର ମୃତ୍ୟୁ ଘଟିଛି ବୋଲି କୁହାଯାଇଛି । ଅନ୍ୟପଟେ ଡାକ୍ତରଙ୍କ ଅବହେଳା ଏବଂ ଉପଯୁକ୍ତ ଚିକିତ୍ସା ନ ପାଇ ଆଜି ନାବାଳିକାର ଜୀବନ ଚାଲିଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *