Pratidin TV

Odisha's Digital News Platform

ଘରେ ପଶି ମୁଁହକୁ ସ୍ପ୍ରେ ମାରି ଲୁଟିନେଲେ ସୁନା ଗହଣା , ସାମ୍ମାକୁ ଆସିଲା ସିସିଟିଭିରେ ଲୁଟର ଦୃଶ୍ୟ …

1 min read

ଭୁବନେଶ୍ୱର ; ପୁଣି ରାଜଧାନୀରେ ଚାଞ୍ଚଲ୍ୟ । ନୂଆ କୌଶଳରେ ଲୁଟର ଦୃଶ୍ୟ ସିସିଟିଭି ଜରିଆରେ ଆସିଲା ସାମ୍ନାକୁ । ରାତି ଅଧରେ ମୁହଁରେ କପଡା ଭିଡି ଘରେ ପଶିଲେ , କେଉଁଠି ଚିହ୍ନ ବର୍ଣ୍ଣ ନରଖିବା ପାଇଁ ହାତରେ ମଧ୍ୟ କପଡା ଭିଡିଥିଲେ । ଏବଂ ସୁଯୋଗ ଦେଖି ଘର ଲୋକଙ୍କ ମୁହଁରେ ସ୍ପ୍ରେ ମାରି ଲୁଟି ଚାଲିଗଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଭିଏସଏସ ନଗରରେ ।

ଖବର ଅନୁଯାୟୀ ଗତକାଲି ରାତି ୩ ଟା ସମୟରେ ଭିଏଏସନଗର ବାସିନ୍ଦା ପ୍ରାଣକୃଷ୍ଣ ମିଶ୍ରଙ୍କ ଘରୁ ଏକ ବଡ଼ ଧରଣର ଲୁଟ ହୋଇଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି । ଧରାପଡିବା ସମୟରେ ପ୍ରାଣକୃଷ୍ଣଙ୍କ ମୁହଁରେ ସ୍ପ୍ରେ ମାରି ତାଙ୍କୁ ମାଡମାରି ଫେରର୍ ହୋଇଯାଇଥିଲେ ଲୁଟେରା ଦଳ ।

Advertisement

Leave a Reply

Your email address will not be published. Required fields are marked *