Pratidin TV

Odisha's Digital News Platform

ଚାଲିଥିଲା ବ୍ୟାଙ୍କଘର ନିର୍ମାଣ ହଠାତ୍ ହେଲା ଟାଙ୍ଗିଆରେ ଆକ୍ରମଣ ,ଦୁଇଜଣ ଆହତ

1 min read

ଯାଜପୁର : ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଶାଳୀଜଙ୍ଗା ଗାଁ ରେ ଘଟିଛି ଏକ ଅଘଟଣ ।ଆଉ ଏହି ବଡ ଅଘଟଣରୁ ଅଳ୍ପକେ ବର୍ତ୍ତୀ ଗଲେ ୨ଜଣ ବ୍ୟକ୍ତି । ସୂଚନା ମୁତାବକ, ଶାଳୀଜଙ୍ଗା ଗାଁରେ ଏକ ବ୍ୟାଙ୍କ ଘର ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏଥିରେ ଦାନଗଦି ତହସିଲଦାରଙ୍କ ନିର୍ଦ୍ଦେଶରେ ଏହି କାମ ଚାଲୁଥିଲା । ଏହାର ଦାୟିତ୍ୱ ଉକ୍ତଗାଁର ବାସୁଦେବ ଦାସ ଓ ସଦାଶିବ ନନ୍ଦ ନେଇଥିଲେ । ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଅପରାହ୍ନରେ ଗାଁର ବାଇଧର ଲେଙ୍କାଙ୍କ ପୁଅ ଶରତ ଲେଙ୍କା ଏକ କୁରାଢ଼ୀ ଆଣି ବାସୁଦେବ ଓ ସଦାଶିବଙ୍କ ଉପରକୁ ଆକ୍ରମଣ କରିଥିଲେ । ନିଜ ଜୀବନ ବଂଚାଇବାକୁ ଉଭୟ ଦୌଡିଥିବା ବେଳେ କିନ୍ତୁ ଶରତଙ୍କ ଆକ୍ରମଣରୁ ବର୍ତ୍ତି ପାରି ନଥିଲେ । ଏହି ମରଣାନ୍ତଙ୍କ ଆକ୍ରମଣରେ ଜଣଙ୍କର ପେଟରେ କୁରାଢ଼ୀ ବାଜିଥିବା ବେଳେ ଆଉ ଜଣଙ୍କ ଅଣ୍ଟାରେ ବାଜିଛି ।

ଦୁଇଜଣ ଆହତ ହୋଇ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତୀ ହୋଇଛନ୍ତି । ଏହି ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତିଦ୍ୱୟ ଆକ୍ରମଣ ହୋଇଥିବା ନେଇ କଳିଙ୍ଗନଗରଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶରତକୁ ଥାନାରେ ଅଟକ ରଖିଥିବା ଖବର ମିଳିଛି । ତେବେ କେଉଁ କାରଣରୁ ଶରତ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା ସେ ନେଇ କାରଣ ଜଣା ପଡି ନାହିଁ ।

Advertisement

Leave a Reply

Your email address will not be published. Required fields are marked *