Pratidin TV

Odisha's Digital News Platform

ରାଜନୈତିକି ହିଂସାରେ ଗଡିଲା ମୁଣ୍ଡ, ଯୁବ ନେତାଙ୍କୁ ନିର୍ମମ ଭାବେ ହତ୍ୟା…

1 min read

ଗଞ୍ଜାମ: ପାଖେଇ ଆସୁଛି ନିର୍ବାଚନ । ଆଉ ଏହାକୁ ନେଇ ସରଗରମ ହେଉଛି ରାଜନିତୀ । କିନ୍ତୁ ନିର୍ବାଚନ ଯେତେ ନିକଟତର ହେଉଛି ହିଂସା କାଣ୍ଡ ସେତିକି ବଢୁଛି । ସାମାନ୍ୟ ପାଟିତୁଣ୍ଡରୁ ଆରମ୍ଭ ହୋଇ ମରଣାନ୍ତକ ଆକ୍ରମଣ ଆଉ ତା ପରେ ଗଡିଯାଉଛି ମୁଣ୍ଡ ପରେ ମୁଣ୍ଡ । ବଳି ପଡିଯାଉଛି ନିରିହ ଜୀବନ । ରାଜନୈତିକ ହିଂସାକୁ ବ୍ୟକ୍ତିଗତ ଭାବେ ନେଇ ହତ୍ୟା କରିବାକୁ ପଛାଉ ନାହାଁନ୍ତି କିଛି ଦୁବୁର୍ତ୍ତ । ସେହିପରି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବାରଗୁଡାରେ ଘଟିଯାଇଛି ଅଘଟଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗାଁର ଯୁବ ବିଜେଡି ନେତା ଅନିଲ ମହାନ୍ତି(କୋକ) ଙ୍କୁ ନିର୍ମମ ଭାବେ କରାଯାଇଛି ହତ୍ୟା । ମୃତ ଅନିଲ ମହାନ୍ତି ରାଜନିତୀରେ ଜଣେ ଆଗଧାଡିର ସକ୍ରିୟ ନେତା ଭାବେ ବେଶ ଜଣାଶୁଣା ଥିଲେ । ତେବେ ରାଜନୈତିକ ହିଂସାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି । ଗାଁର ଶେଷ ମୁଣ୍ଡରେ ତାଙ୍କୁ କେହି ଦୁବୁର୍ତ୍ତ ପଥରରେ ଛେଚି ହତ୍ୟା କରିଛି ବୋଲି କୁହାଯାଇଛି । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଛାନଭିନ ଜାରୀ ରହିଛି । ଏଥସହିତ ଧରାକୋଟ ଆଇଆଇସି, ଆସିକା ଏସଡିପିଓ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବୋଲି ସୂଚନା ରହିଛି । ତେବେ ଗତ କିଛି ଦିନ ମଧ୍ୟରେ ଗଂଜାମ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ହତ୍ୟା କାଣ୍ଡ ପରେ ଏବେ ଆଇନି ଶୃଙ୍ଖଳାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Advertisement

Leave a Reply

Your email address will not be published. Required fields are marked *