Pratidin TV

Odisha's Digital News Platform

Amazon Great Indian Festival Sale ; ଅଧା ଦାମରେ ବିକ୍ରି ହେବ ସବୁ ଜିନିଷ , ଜାଣନ୍ତୁ କେବେଠୁ ଆରମ୍ଭ ଆମାଜନ ସେଲ୍ …..

1 min read

ତେବେ ଗଣେଶ ପୂଜା ପରେ ବର୍ତ୍ତମାନ ସବୁ ଆମାଜନର ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭାଲ ସେଲ ଅପେକ୍ଷାରେ । ଯେଉଁଥିରେ ପ୍ରାୟ ସବୁ ଜିନିଷ ଆପଣମାନଙ୍କୁ ୭୫ % ଶସ୍ତାରେ ମିଳିଥାଏ । ତେବେ ଆମାଜନ୍ ଏହି ଅଫରର ତାରିଖକୁ ନିଜ ଇକମର୍ସ ସାଇଟରେ ଅପଡେଟ୍ କରିଦେଇଛି । ଆପଣମାନଙ୍କୁ ଜଣାଇବା ପାଇଁ କହିଦେଇରଖୁଛୁ ଯେ ଆମାଜନ୍‌ର ଏହି ବିଗ୍ ସେଲ୍ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ । କିନ୍ତୁ ଏହାର ଶେଷ ତାରିଖ ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । ଅନ୍ୟପଟେ ଆମାଜନ୍ ପ୍ରାଇମ୍ ମେମ୍ବରଙ୍କ ପାଇଁ ଏହି ଅଫର ଅକ୍ଟୋବର ୭ ତାରିଖରୁ ଆରମ୍ଭ ହେବ ।

ବ୍ୟାଙ୍କ୍ ଅଫର – ଅନଲାଇନ୍ ଇ-କମର୍ସ ଆମାଜନ୍ ଏହାର ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ବିକ୍ରୟ ଡିଲରେ ବ୍ୟାଙ୍କ ଅଫର ମାଧ୍ୟମରେ ଗ୍ରାହକଙ୍କୁ ଲାଭ ଦେବ । ଏସ୍‌ବିଆଇ କାର୍ଡଧାରୀମାନେ ଦେୟ ଉପରେ ୧୦ ପ୍ରତିଶତ ତତକ୍ଷଣାତ୍ ରିହାତି ପାଇବେ । ଆମାଜନ ପ୍ରାଇମ୍ ସଦସ୍ୟତା ଥିବା ଗ୍ରାହକମାନେ ବିକ୍ରିରେ ଅଧିକ ଅଫର ପାଇପାରିବେ । ଆପଣ କ୍ୟାସବ୍ୟାକ୍ ଅଫର୍, ବିନା ମୂଲ୍ୟରେ EMI ବିକଳ୍ପ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ ।

Advertisement

ବିଗ୍ ଡିସକାଉଣ୍ଟ (ବଡ ରିହାତି)-ଏହି ସେଲରେ ସ୍ମାର୍ଟଫୋନ୍, ଲାପଟପ୍, ସ୍ମାର୍ଟୱାଚ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉପରେ ଶସ୍ତା ମୂଲ୍ୟରେ ରିହାତି ପାଇପାରିବେ । ଏଠାରେ ମୋବାଇଲ୍ ଫୋନ୍ ଓ ଆସେସୋରିଜ୍ ଉପରେ ୪୦ ପ୍ରତିଶତ ରିହାତି ଦିଆଯିବ । ଯେତେବେଳେ କି, ସ୍ମାର୍ଟ ୱାଚ୍ ଓ ଲାପଟପ୍ ଉପରେ ୭୫ ପ୍ରତିଶତ ପର‌୍ୟ୍ୟନ୍ତ ରିହାତି ଦିଆଯିବ ।

କେଉଁ ବ୍ରାଣ୍ତରେ ଅଫର୍‌ ମିଳିବ ?

1.apple
2.Asus
3.Lenovo
4.OnePlus

5.IQoo
6.Realme
7.Samsung
8.Boat
9.Sony
10.Echo
11.Fire tv
12.Kindle

Leave a Reply

Your email address will not be published. Required fields are marked *