Pratidin TV

Odisha's Digital News Platform

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ

1 min read

ନୂଆଦିଲ୍ଲୀ: ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍ । ରାଜ୍ୟସଭା ଓ ଲୋକସଭାରେ ବିଲ ଆଗତ ହେବା ପରେ ଚାରିଆଡେ ଖେଳି ଯାଇଥିଲା ଖୁସିର ଲହରୀ । ଆଉ ଆଜି ମହିଳା ସଂରକ୍ଷଣ ବିଲକୁ ମିଳିଲା ମହାମହିମଙ୍କ ଅନୁମତି । ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ବିଲ ଆଇନରେ ପରିଣତ ହେଲା । ନାରୀ ଶକ୍ତି ଚନ୍ଦନ ଅଧିନିୟମକୁ ରାଷ୍ଟ୍ରପତି ମୋହର ମାରିଛନ୍ତି । ଯେହେତୁ ଏହା ବର୍ତ୍ତମାନ ଏକ ଆଇନରେ ପରିଣତ ହୋଇଛି, ଲୋକସଭା ତଥା ରାଜ୍ୟସଭାରେ ୩୩ ପ୍ରତିଶତ ସିଟ ମହିଳାଙ୍କ ପାଇଁ ସଂରକ୍ଷଣ ରହିବ । ତେବେ ନୂତନ ଜନଗଣନା ଏବଂ ଶେଷ ପରେ ସଂରକ୍ଷଣ କାର୍ଯ୍ୟକାରୀ ହେବ । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଚଳିତ ମାସରେ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହୋଇଥିଲା । ଏହା ସେପ୍ଟେମ୍ବର ୧୯ରେ ନୂତନ ସଂସ ଭବନକୁ ସ୍ଥାନାନ୍ତର କରିଥିବା ସମୟରେ ଭାରତୀୟ ସଂସଦ ଦ୍ୱାରା ଏହି ଐତିହାସିକ ସଫଳତା ହାସଲ ହୋଇ ପାରିଛି ।

Advertisement

Leave a Reply

Your email address will not be published. Required fields are marked *