Pratidin TV

Odisha's Digital News Platform

ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ଆସନ୍ତା କାଲି ଆରମ୍ଭ ହେବ ବିଦେଶ ଗସ୍ତ

1 min read

Odisha, June 25 (ANI): Odisha Chief Minister Naveen Patnaik inaugurating the Product Application and Development Centre, set up by Indian Oil Corporation Ltd (IOCL), via video conferencing, in Paradip on Thursday. (ANI Photo)

ଭୁବନେଶ୍ୱର: ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରୁ ୨୦ ତାରିଖ ଅପରାହ୍ନରେ ଇଟାଲୀର ରୋମ୍ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ୧୩ ଦିନିଆ ବିଦେଶ ଗସ୍ତରେ ଯିବାର କାର୍ୟ୍ୟକ୍ରମ ରହିଛି। ରାଜନୀତିକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହା ଦ୍ୱିତୀୟ ବିଦେଶ ଗସ୍ତ ।

ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ସାଢ଼େ ୧ଟାରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ। ସେଠାରୁ ୨୦ତାରିଖ ୪ଟା ୧୫ ମିନିଟରେ ଇଟାଲୀର ରୋମ୍ ଅଭିମୁଖେ ଗସ୍ତ କରିବେ।  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋମସ୍ଥିତ ଜାତିସଂଘ ଖାଦ୍ୟ କାର୍ୟ୍ୟକ୍ରମ(ୱାଲର୍ଡ ଫୁଡ୍ ପ୍ରୋଗ୍ରାମ)ରେ ଓଡ଼ିଶାର ସଫଳତା କାହାଣୀ ସମ୍ପର୍କରେ ଏକ କାର୍ୟ୍ୟକ୍ରମରେ ସାମିଲ ହେବେ । ଏହାସହିତ ଇଟାଲୀର ବିଭିନ୍ନ ସ୍ଥାନ ପରିଭ୍ରମଣ କରିବେ ।

Advertisement

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୬ତାରିଖ ଅପରାହ୍ନ ୩ଟା ୨୫ରେ ରୋମରୁ ଦୁବାଇ ଅଭିମୁଖେ ଗସ୍ତ କରିବେ । ଦୁବାଇରେ ୨୯ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ । ୩୦ ତାରିଖ ଅପରାହ୍ନରେ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ ଓ ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ରାତି ୯ଟା ୩୦ମିନିଟରେ ଭୁବନେଶ୍ୱର ଅଭିମୁଖେ ଆସିବେ ଓ  ସାଢ଼େ ୧୧ଟାରେ ପହଂଚିବେ ବୋଲି କାର୍ୟ୍ୟକ୍ରମ ସ୍ଥିରୀକୃତ ହୋଇଛି ।

Leave a Reply

Your email address will not be published. Required fields are marked *