Pratidin TV

Odisha's Digital News Platform

ବନ୍ଦ ହେଲା ୧ନଂ ହାଟ, ଲୋକେ ହେବେ ହନ୍ତସନ୍ତ, ଦାବି ପୂରଣ ନହେବାରୁ ନିଆଗଲା ବନ୍ଦ ନିଷ୍ପତି

1 min read

ଭୁବନେଶ୍ୱର : ବନ୍ଦ ହେଲା ଭୁବନେଶ୍ୱର ୧ନଂ ହାଟର । ଏନେଇ ରାଜଧାନୀର ଦୈନିକ ହାଟ ବ୍ୟବସାୟୀ ସଂଘର ନେଇଛି ନିଷ୍ପତ୍ତି । ସେମାନଙ୍କ ଦାବି ପୂରଣ ନ ହେବାରୁ ୪ଦିନ ଯାଏ ବନ୍ଦ ରହିବ ୧ନଂ ହାଟ । ପାର୍କିଂ, ଡ୍ରେନେଜ ବ୍ୟବସ୍ଥା ଓ ଜବରଦଖଲ ଉଚ୍ଛେଦ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା । ସେମାନଙ୍କ ଦାବି ନ ଶୁଣିବାରୁ ଶେଷରେ ବ୍ୟବସାୟୀ ସଂଘ ଏଭଳି ନିଷ୍ପତ୍ତି ନେଇଛି । ଏବଂ ହାଟର ସମସ୍ତ ଦୋକାନ ବଜାରକୁ ବନ୍ଦ କରି ଦେଇଛି । ଦାବି ପୂରଣ ପାଇଁ ୪ଦିନ ସମୟ ଦେଇଥିବା ବେଳେ ସେତିକି ଏବେ ବନ୍ଦ ରହିବ ଦୋକାନ । ଫଳରେ ସାଧାରଣ ଲୋକ ସମସ୍ତ ସମସ୍ୟାର ସୁମ୍ମୁଖୀନ ହେବେ ।ଏହି ହାଟ ଉପରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ନିର୍ଭର କରିଥାନ୍ତି ।ତା’ଛଡ଼ା ଏଠାରେ ଥିବା ଭେଣ୍ଡିଂ ଜୋନ୍‌‌ ବ୍ୟବସାୟୀ ଓ ଉଠାଦୋକାନୀ ମଧ୍ୟ ସୀମା ଅତିକ୍ରମ କଲେଣି । ଯାହାକୁ ନେଇ ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେଣୁ ଦାବି ପୂରଣ ନହେବାରୁ ୪ ଦିନ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ।

Advertisement

Leave a Reply

Your email address will not be published. Required fields are marked *