Pratidin TV

Odisha's Digital News Platform

ଆପଣ ଜାଣନ୍ତି କି ଜନି ଲିଭରଙ୍କ ନାମ ପଛର ପ୍ରକୃତ ରହସ୍ୟ କ’ଣ?

1 min read


ମୁମ୍ବାଇ: କୁହାଯାଏ ଯେ ଯେଉଁମାନେ ଅନ୍ୟମାନଙ୍କୁ ହସାନ୍ତି । ବାସ୍ତବରେ ସେମାନଙ୍କର ଜୀବନ ବହୁତ ଯନ୍ତ୍ରଣାଦାୟକ ହୋଇଥାଏ । କିନ୍ତୁ ସେମାନେ ଏହାକୁ ଗୁରୁତ୍ୱ ନ ଦେଇ ଅନ୍ୟଙ୍କୁ ହସାଇବାରେ ବ୍ୟସ୍ତ ରୁହନ୍ତି । ସେହିଭଳି ବଲିଉଡର ଏହି କମେଡି ଜଣେ ନାମୀଦାମୀ କମେଡିଆନଙ୍କର ମଧ୍ୟ ସମାନ ବ୍ୟକ୍ତିତ୍ୱ ରହିଛି । ଯିଏକି ୯୦ ଦଶକରୁ ଆଜି ପର୍ଯ୍ୟନ୍ତ ତାଙ୍କ କମେଡି ସହିତ ପ୍ରସଂଶକଙ୍କୁ ବାନ୍ଧି ରଖିଛନ୍ତି । ଏବଂ ତାଙ୍କ ଚେହେରା ଦେଖିବା ପରେ ଆଜି ମଧ୍ୟ ଲୋକଙ୍କ ମୁହଁରେ ଆପେ ଆପେ ହସ ପଳାଇ ଆସେ । ତେବେ ଫଟୋରେ ରହିଥିବା ଏହି କଳା ଏବଂ ଧଳା ଚିତ୍ରକୁ ଭଲଭାବେ ଦେଖନ୍ତୁ । ଏହି ବ୍ୟକ୍ତି ଜଣକ ହେଳେ ବଲିଉଡର କମେଡି କିଙ୍ଗ ଜନି ଲିଭର ଯିଏ ଗୋଟିଏ ବର୍ଷରେ ୨୫ ଟି ଚଳଚ୍ଚିତ୍ରରେ କାମ କରି ଚର୍ଚ୍ଚାରେ ରହିଥିଲେ । ୯୦ ଦଶକରୁ ଆଜି ପର୍ଯ୍ୟନ୍ତ ସେ ଲୋକଙ୍କୁ ମନୋରଞ୍ଜନ କରୁଥିବା ଦେଖାଯାଉଛି ।


ଏହି ଫଟୋ ହେଉଛି ୧୯୮୦ ମସିହାର । ଜନି ଲିଭରଙ୍କ ପ୍ରାରମ୍ଭିକ ଯାତ୍ରା । ଅତ୍ୟଧିକ ଯନ୍ତ୍ରଣାଦାୟକ ଦାୟକ ଥିଲେ ସେନ ଗୁଡିକ ସବୁ । ଆର୍ôଥକ ପ୍ରତିବନ୍ଧକ ହେତୁ ତାଙ୍କୁ ସପ୍ତମ ଶ୍ରେଣୀରେ ପାଠ ପଢା ଛାଡିବାକୁ ପଡିଲା ଏବଂ ଏହା ପରେ ସେ ବଲିଉଡ ସୁପରଷ୍ଟାରଙ୍କ ପରି ଅଭିନୟ କରିବା ସମୟରେ ରାସ୍ତାରେ କଲମ ବିକ୍ରି କରୁଥିଲେ । ସେଇଠୁ ହିଁ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପରେ ତାଙ୍କୁ ପ୍ରଥମେ ୧୯୮୨ ମସିହାରେ ଡାର୍ଡ କା ରିଷ୍ଟା ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା । ସେ ୯୦ ଦଶକରେ ସେ ଲୋକପ୍ରୟ ହୋଇପାରିଥିଲେ ଏବଂ ଲୋକମାନେ ତାଙ୍କ କମେଡିକୁ ପରଦାରେ ଦେଖି ହସିବାକୁ ଲାଗିଲେ । ତେବେ ଖୁବ୍ କମ୍ ଲୋକ ଜାଣନ୍ତି ଯେ ଜନି ଲିଭରଙ୍କ ପ୍ରକୃତ ନାମ ହେଉଛି ଜନ୍ ପ୍ରକାଶ ରାଓ ଜାନୁମାଲା । ତାଙ୍କ ନାମ ବଦଳାଇବା ପଛରେ ଏକ ରୋଚକ କାହାଣୀ ଅଛି । ବାସ୍ତବରେ, ତାଙ୍କ ପିତା ହିନ୍ଦୁସ୍ତାନ ଲିଭର କମ୍ପାନୀରେ କାମ କରୁଥିଲେ ଏବଂ ଜନି ପ୍ରାୟତ କାର୍ଯ୍ୟାଳୟର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲୋକଙ୍କୁ ଅନୁକରଣ କରୁଥିବା ଦେଖାଯାଉଥିଲା । ତେଣୁ କମ୍ପାନୀର ଲୋକମାନେ ତାଙ୍କୁ ଜନି ଲିଭର ନାମରେ ନାମିତ କରିଥିଲେ ଏବଂ ସେହି ଦିନଠାରୁ ସେ ଏହି ନାମରେ ପରିଚିତ ହେବା ଆରମ୍ଭ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *