Pratidin TV

Odisha's Digital News Platform

ଲାଞ୍ଚ ଦିଅ ନକଲି ପ୍ରମାଣ ପତ୍ର ନିଅ…

1 min read

ବରଗଡ: ଲାଞ୍ଚ ଦିଅ ନକଲି ପ୍ରମାଣ ପତ୍ର ନିଅ । ଲାଞ୍ଚ ନେଇ ନକଲି ପ୍ରମାଣ ପତ୍ର କରାଇ ଦେଉଥିଲେ ଆରଆଇ । ଶେଷରେ ବାନ୍ଧିଲା ପୋଲିସ । ବରଗଡ ଜିଲ୍ଲା ଭଟଲି ତସହସିଲ ସୁକୁଡାର ରାଜସ୍ୱ ନିରୀକ୍ଷକଙ୍କ ସମେତ ପାଞ୍ଚଜଣଙ୍କୁ ଗିରଫ କରିଛି ଭଟଲି ପୋଲିସ । ଲାଞ୍ଚ ରଖି ନକଲି ଜାତିଗତ ପ୍ରମାଣ ଓ ନକଲି ସ୍ଥାୟୀ ବାସୀନ୍ଦା ପ୍ରମାଣ ଏବଂ ଚରିତ୍ର ପ୍ରମାଣ ପତ୍ର ଦେଉଥିଲେ । ଲୋକମାନଙ୍କ ଠାରୁ ମୋଟା ଅଙ୍କରେ ଅର୍ଥ ନେଇ ଏସବୁ ନକଲି ପ୍ରମାଣ ପତ୍ର କରାଇଦେଉଥିିଲେ ବୋଲି ଅଭିଯୋଗ ହୋଇଥିଲା । ଯାହାକୁ ନେଇ ପୋଲିସ ଖୋଳତାଡ କରିବା ପରେ ଆରଆଇ ସନ୍ଦିପ ଶତପଥୀ, ଡୁମେର ପାଲି ସରପଞ୍ଚ ମନୋରଞ୍ଜନ ଦୋରା ଏବଂ ଉତ୍ତରପ୍ରଦେଶର ରାଜ୍ୟର ତିନି ଜଣଙ୍କୁ ଗିରଫ କରାଯାଇଛି । ସ୍ଥାୟୀ ବାସିନ୍ଦା,ଚିତ୍ର ପ୍ରମାଣପତ୍ର ଓ ଜାତିଗତ ପ୍ରମାଣ ପତ୍ର ପାଇଁ ଉତ୍ତରପ୍ରଦେଶର ତିନିଜଣ ଭଟଲୀ ଥାନା ଅନ୍ତର୍ଗତ ଆରଆଇ ଓ ସରପଞ୍ଚଙ୍କୁ ମୋଟା ଅଙ୍କର ଟଙ୍କା ଦେଇଥିଲେ । ଘଟଣାର ତଦନ୍ତ କରି ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଉକ୍ତ ମାମଲାର ଆପୃଭାଲ ଅଧିକାରୀ ଭାବେ ତହସିଲଦାରଙ୍କ ଭୂମିକା ରହିଥିବାରୁ ଭଟଲି ତହସିଲଦାର ଜି.ରଶ୍ମିରେଖା ଙ୍କୁ ପୋଲିସର ପଚରାଉଚରା ଜାରି ।

Advertisement

Leave a Reply

Your email address will not be published. Required fields are marked *