Pratidin TV

Odisha's Digital News Platform

ଖେଳନା ବିଲ ପାସ ନେଇ ମାଡାମ୍ ମାଗୁଥିଲେ ଲାଞ୍ଚ,ଟଙ୍କା ଧରୁ ଧରୁ ମାଡିବସିଲା ଭିଜିଲାନ୍ସ..

1 min read

ନବରଙ୍ଗପୁର : ମାଡାମଙ୍କୁ ବୋଧେ ସରକାରୀ ଦରମା ନିଅଣ୍ଟ। ସେଥିପାଇଁ ଲାଞ୍ଚ ନବାକୁ ବି ପଛାଉ ନାହାନ୍ତି । ସେପୁଣି ପିଲାଙ୍କ ଖେଳନା ବିଲ କରାଇବା ପାଇଁ ମାଗି ଥିଲେ ଲାଞ୍ଚ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅଞ୍ଚଳରେ ଘଟିଛି ଏହି ଘଟଣା । କୋଡ଼ିଙ୍ଗା ଅଙ୍ଗନୱାଡ଼ି ସୁପରଭାଇଜର ରାଜେଶ୍ୱରୀ ନାଗ ଜଣେ ଅଙ୍ଗନୱାଡ଼ି କର୍ମୀ ଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଅଙ୍ଗନୱାଡି ସୁପର ଭାଇଜର ରାଜେଶ୍ୱର ରାଜକୁମାରି ନାଗ ବନ୍ଦୀଗୁଡା ଅଙ୍ଗନବାଡି କର୍ମୀ ଶୁଭସିତା ପାତ୍ରଙ୍କ ଠାରୁ ୨୦୨୨ ଅକ୍ଟୋବର ରୁ ୨୦୨୩ ଜୁଲାଇ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଆସୁଥିବା ପୋଷଣ ବାବଦ କୁ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ପୂର୍ବରୁ ଯୋଜନା ମୁତାବକ ଭିଜିଲାନ୍ସ ଟିମ ଛକି ରହିଥିଲେ । ଲାଞ୍ଚ ଟଙ୍କା ନେବା ସମୟରେ ପ୍ରମାଣ ସହ ଧରିଲା ଭିଜିଲାନ୍ସ । ଖେଳନା ବାବଦ କୁ ଆସିଥିବା ୩ହଜାର ଟଙ୍କା କୁ ପ୍ରାୟ ୨୩ ଜଣ ଅଙ୍ଗନୱାଡ଼ି କର୍ମୀ ଙ୍କ ୨୦୦ ଟଙ୍କା ସହ ବନ୍ଦୀଗୁଡା ଅଙ୍ଗନବାଡି କର୍ମୀ ଶୁଭସିତା ପାତ୍ର ଙ୍କ ଠାରୁ ୧୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସ ବିଭାଗ ସୁପରଭାଇଜର ଙ୍କୁ ଗିରଫ କରିଛି ।

ଏହି ଚଢାଉ ରେ ଜଯପୁର ଭିଜିଲାନ୍ସ ବିଭାଗ ଡ଼ିଏସପି ଅଭୟ କୁମାର ପ୍ରଧାନ, ନବରଙ୍ଗପୁର ଭିଜିଲାନ୍ସ ଡିଏସପି ଜୟଶ୍ରୀ ପ୍ରଧାନ, ଭିଜିଲାନ୍ସ ଇନ୍ସପେକ୍ଟର ସରିତା ତ୍ରିପାଠୀ, ସୂର୍ଯ୍ୟକାନ୍ତି ଟାକ୍ରୀ,ଦିଲୀପ ଭୂୟାଁ, ସନ୍ତୋଷ ପାଣିଗ୍ରାହୀ, ଅଜିତ ପାଢ଼ୀ, ସୀତାନସୁ ପଟନାୟକ ପ୍ରମୁଖ ସାମିଲ ଥିଲେ । ସୁପରଭାଇଜର ନାଗଙ୍କ ନାଁରେ ଏକ ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ମାମଲା ରୁଜୁ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *