Pratidin TV

Odisha's Digital News Platform

Asian Games 2023: ସ୍କ୍ୱାଶରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ପଦକରେ ନାଁ ଲେଖିଲା ଭାରତ…

1 min read

ଏସିଆନ୍ ଗେମ୍ସରେ ଭାରତ ଭଲ ପ୍ରଦର୍ଶନ କରୁଛି । ପୁଣି ଆଜି ଭାରତ ଖାତାରେ ଆଉ ଏକ ସ୍ୱର୍ଣ୍ଣ ପଦକ ଆସିଛି । ଶନିବାର ଦିନ ଖେଳା ଯାଇଥିବା ସ୍କ୍ୱାଶ୍‌ରେ ପାକିସ୍ତାନକୁ ହରାଇ ବାଜି ମାରିଲା ଭାରତ । ଫାଇନାଲରେ ପାକିସ୍ତାନକୁ ମାତ୍ ଦେଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ପୁରୁଷ ଟିମ୍ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ଭାରତ ହରାଇଛି । ୧୯ତମ ଏସିଆନ୍ ଗେମ୍ସରେ ଏହା ହେଉଛି ଭାରତର ଦଶମ ସ୍ୱର୍ଣ୍ଣ । ଏହି ଗୋଲ୍ଡ ମେଡାଲ ସହ ଭାରତର ମୋଟ୍ ପଦକ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଏହି ପଦକ ମଧ୍ୟରେ ୧୦ଟି ଗୋଲ୍ଡ, ୧୩ଟି ସିଲଭର୍ ଓ ୧୩ଟି ବ୍ରୋଞ୍ଜ୍ ମେଡାଲ ରହିଛି । ଏସିଆନ୍ ଗେମ୍ସର ସପ୍ତମ ଦିନରେ ଏହା ଥିଲା ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ ।

ପୂର୍ବରୁ ଟେନିସ୍ ମିକ୍ସଡ୍ ଡବଲ୍ସରେ ରୋହନ ବୋପାନ୍ନା ଓ ରୁତୁଜା ଭୋସଲେଙ୍କ ଯୋଡ଼ି ଭାରତ ପାଇଁ ଆଣିଛନ୍ତି ଗୋଲ୍ଡ ମେଡାଲ । ଏହି ଭାରତୀୟ ଯୋଡ଼ି ଫାଇନାଲରେ ତାଇପେଇ ଯୋଡ଼ିଙ୍କୁ ୨-୬, ୬-୩ ଓ ୧୦-୪ରେ ପରାସ୍ତ କରିଛନ୍ତି । ତେବେ ଭାରତ ଖେଳ ଆରମ୍ଭରୁ ଭଲ ନଥିଲା । ପ୍ରଥମ ମ୍ୟାଚରେ ମହେଶ ମଙ୍ଗୋନକର ନାସିର ଇକବାଲଙ୍କ ଠାରୁ ପରାସ୍ତ ହୋଇଥିଲେ । ଦ୍ୱୀର୍ତୀ ମ୍ୟାଚ ଜିତି ବରାବରକୁ ଆସିଥିଲେ ।ଏବଂ ତୃତୀୟରେ ବାଜି ମାରି ସ୍ୱର୍ଣ୍ଣ ପଦକ ହାସଲ କଲା ଭାରତ ।ସୌରଭ ଘୋଷାଲ ,ଅଭୟ ସିଂ,ମହେଶ ମାଙ୍ଗାଓ ଏବଂ ସନ୍ଧୁ ହରିନ୍ଦର ଏହି ବାଜି ମାରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *