Pratidin TV

Odisha's Digital News Platform

ସ୍ୱଚ୍ଛ ଭାରତ ଅଭିଯାନକୁ ପୂରିଲା ୯ ବର୍ଷ ; ଝାଡୁ ମାରିଲେ ପ୍ରଧାନମନ୍ତ୍ରୀ , କହିଲେ ସ୍ୱଚ୍ଛତା ହିଁ ସେବା …..

1 min read

ନୂଆଦିଲ୍ଲୀ ; ଆଜି ନୂଆଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସଫେଇ ଅଭିଯାନ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜନତାଙ୍କଠୁ ନେଇ ବଡ଼ ବଡ଼ ନେତା, ମନ୍ତ୍ରୀ ଏହି ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି। କାରଣ ଆଜି ସ୍ୱଚ୍ଛ ଭାରତ ଅଭିଯାନକୁ ପୁରିଲା ୯ ବର୍ଷ ।

ଏନେଇ ଆଜି ଦେଶବ୍ୟାପି ମୋଦଙ୍କ ଆହ୍ୱାନରେ ଗା ସ୍ୱଚ୍ଛତା ଅଭିଯାନ ପାଳନ ହୋଇଛି। ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିନିଜେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସ୍ୱଚ୍ଛତା କର୍ମୀ ଅଙ୍କିତ ବାଇୟାନପୁରିଆଙ୍କ ସହିତ ସଫେଇ ଅଭିଯାନରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ। ହାତରେ ଗ୍ଲୋବସ୍ ଦେଇ ଝାଡୁ କରିଛନ୍ତି ପ୍ରଧାନମନ୍ତ୍ରୀ ତାସହ ଅଳିଆ ଗୋଟାଇ ମଧ୍ୟ ତାକୁ ଫିଙ୍ଗିଛନ୍ତି ।

Advertisement

ସେହିଭଳି ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ବିଜେପିର ବରିଷ୍ଠ ନେତା ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି। 

Leave a Reply

Your email address will not be published. Required fields are marked *