Pratidin TV

Odisha's Digital News Platform

ସୁନୀଲ ଛେତ୍ରୀଙ୍କୁ ପ୍ରଶଂସା କଲା ଟଟ୍ଟେନ୍‌ହାମ୍‌: ଫିଫା ତିଆରି କରୁଛି ସ୍ୱତନ୍ତ୍ର ସିରିଜ୍‌

1 min read

ନୂଆଦିଲ୍ଲୀ: ଫୁଟବଲ୍ ଫ୍ୟାନଙ୍କ ପାଇଁ ଖୁସିଖବର । ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ନିଜ କ୍ୟାରିୟରରେ ଆଉ ଏକ ରେକର୍ଡ ସାମିଲ କରିଛନ୍ତି । ଭାରତୀୟ ଫୁଟବଲର ଉନ୍ନତି ପାଇଁ ସୁନୀଲ ନିୟମିତ ପ୍ରୟାସରତ । ସୁନୀଲଙ୍କ ଉପରେ ଏକ ସ୍ୱତନ୍ତ୍ର ସିରିଜ୍ ନିର୍ମାଣ କରିବ ଫିଫା । ଭାରତୀୟ ଫୁଟବଲ ପ୍ରତି ସୁନୀଲଙ୍କ ଅବଦାନ ଉପରେ ଏକ ସିରିଜ୍ ନିର୍ମାଣ ନେଇ ଘୋଷଣା କରିଛି ଫିଫା । ଆଉ ୨ ମାସରେ ୩୮ ବର୍ଷରେ ପହଞ୍ଚିବେ । ହେଲେ ଫୁଟବଲ ପ୍ରତି ରହିଥିବା ଭଲପାଇବା ଆଗରେ ସବୁ କିଛି ତୁଚ୍ଛ । ସୁନୀଲଙ୍କ ଏହି କାହାଣୀ ଖୁବ୍ ଶୀଘ୍ର ପରଦାକୁ ଆସିବ । ବର୍ତ୍ତମାନ ଏହାର ଶୁଟିଂ ମଧ୍ୟ ଆରମ୍ଭ ହୋଇ ସାରିଛି । ଭାରତ ଏଯାଏଁ ଥରେ ହେଲେ ଫୁଟବଲ ବିଶ୍ୱକପରେ ଅଂଶଗ୍ରହଣ କରି ପାରିନାହିଁ । ତେବେ ଭାରତରେ ଫୁଟବଲର ମାନ ଦିନକୁ ଦିନ ବଢିବାରେ ଲାଗିଛି । ଆଉ ଏହାର ଶ୍ରେୟ ସର୍ବଦା ଛେତ୍ରୀଙ୍କୁ ହିଁ ମିଳିବ ।

ଏସିଆନ୍ ଏଏଫ୍‌ସିରେ ଆଫଗାନିସ୍ତାନ ବିପକ୍ଷ ଗୋଲ ସହିତ ହଙ୍ଗେରୀର କିମ୍ବଦନ୍ତି ଖେଳାଳି ଫେର୍ନେକ ପୁସ୍କାସଙ୍କୁ ପଛରେ ପକାଇଛନ୍ତି । ଏହା ସହିତ ଭାରତ ପକ୍ଷରୁ ୧୨୯ଟି ଆନ୍ତର୍ଜାତୀୟ ମୁକାବିଲାରେ ୮୪ ଗୋଲ ସ୍କୋର କରିବାରେ ସମର୍ଥ ହୋଇଛନ୍ତି । ଆର୍ଜେଣ୍ଟିନାର ଲିଓନେଲ୍ ମେସିଙ୍କ ଠାରୁ ମାତ୍ର ଦୁଇଟି ଗୋଲ୍ ପଛୁଆ ରହିଛନ୍ତି ଛେତ୍ରୀ । ଛେତ୍ରୀଙ୍କ ଏହି ସଫଳତା ପରେ ବଧେଇ ଜଣେଇଛି ୟୁରୋପିଆନ୍ କ୍ଲବ୍ ଟଟ୍ଟେନହାମ୍ ହଟସ୍ପର୍ । ବର୍ତ୍ତମାନ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରେ ୩ ନମ୍ବରରେ ଅଛନ୍ତି ଛେତ୍ରୀ । ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ୧୧୭ ଗୋଲ ସହିତ ପ୍ରଥମରେ ରହିଛନ୍ତି । ଭାରତ ୨୦୨୩ ଏସିଆନ୍ ଏଏଫ୍‌ସି ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଏଥିରେ ୨୪ ଟିମ୍ ଅଂଶଗ୍ରହଣ କରିବେ ।

Advertisement

Leave a Reply

Your email address will not be published. Required fields are marked *