Pratidin TV

Odisha's Digital News Platform

ପରିବାରକୁ ଛାଡି ଦିବ୍ୟାଙ୍ଗ ଶାଳୀକୁ ବିବାହ କଲେ ୫୬ ବର୍ଷିୟ ରମାକାନ୍ତ ….

1 min read

ଭଦ୍ରକ ; ୫୬ ବର୍ଷରେ ଘାରିଲା ଶାଳୀ ପ୍ରେମ , ସ୍ତ୍ରୀ ପିଲାଛୁଆ ସଂସାର ଛାଡି ଶାଳି ସହ ରହିଲେ । ଭଦ୍ରକ ଧାମନଗର ବ୍ଲକ ସରେଇ ପଞ୍ଚାୟତରେ ଦେଖିବାକୁ ମିଳିଛି ସ୍ତ୍ରୀ କୁ ଛାଡ଼ି ଦିବ୍ୟାଙ୍ଗ ଶାଳୀ ପ୍ରେମରେ ଉବୁ ଡୁବୁ ୫୬ ବର୍ଷିୟ ଭିଣୋଇର ପ୍ରେମ କାହାଣୀ । ଯାହାକୁ ନେଇ ସମୃକ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ତେବେ ୩୫ ବର୍ଷ ପୂର୍ବେ ମନୋରମା ଦାସଙ୍କୁ ବିବାହ କରିଥିଲେ ଚୁଡ଼ାକୁଟି ବିଦ୍ୟାଧରପୁର ଗ୍ରାମର ସ୍ୱର୍ଗତ ବଂଶୀଧର ଦାସ ଙ୍କ ୫୬ ବର୍ଷୀୟ ପୁଅ ରମାକାନ୍ତ ଦାସ । ଘରେ ତାଙ୍କର ୩୦ ବର୍ଷ ର ପୁଅ ୨୮ ବର୍ଷ ର ଝିଅ । ପୁଅ ବିବାହ କରି ନାତି ନାତୁଣୀ ଘରେ ଥାଉ ଥାଉ ବୃଦ୍ଧା ବୟସରେ ଶାଳି ପ୍ରେମରେ ପଡି ସ୍ତ୍ରୀ ମନୋରମା ଦାସ ଙ୍କୁ ବିଭିନ୍ନ ନିର‌୍ୟାତନା ଦେଇ ଘରୁ ବିଦାକରି ଶାଳଙ୍କୁ ବିବାହ କରିଛନ୍ତି ରମାକାନ୍ତ ।

Advertisement

ସୁଚନା ଥାଉକି ଗତ କିଛି ଦିନ ପୂର୍ବରୁ ମନୋରମା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ନ୍ୟାୟ ପାଇ ପାରି ନ ଥିଲେ, ଆଇନି କୋହଳତା ହେଉ ବା ନ୍ୟାୟ ର ଅବହେଳାର ସୁରଯାଗ ଗ ନେଇ ଗତ ୨୬/୦୯/୨୩ ରିଖ ରାତି ଆଠ ଘଟିକା ସମୟରେ ଦୁଇଜଣ ବ୍ୟକ୍ତି ଙ୍କୁ ସାଙ୍ଗରେ ଧରି ବିକଳାଙ୍ଗ ଶାଳୀ କୁ ଶଶୁର ଘରୁ ଉଠାଇଆଣି ବିବାହ କରି ଘରେ ରଖିଛି ରମାକାନ୍ତ । ଏବେ ୮୫ ବୟସରେ ଥାନାର ଦ୍ୱାରସ୍ତ ହୋଇଛନ୍ତି ବୃଦ୍ଧ ବାପା ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ କିଛି ନ୍ୟାୟ ପାଉ ନ ଥିବାର ଅଭିଯୋଗ କରିଛନ୍ତି । ନିର‌୍ୟାତିତା ସ୍ତ୍ରୀ ନିଜର ହକ ପାଇବା ଆଶାରେ ଥାନାରେ ଗୁହାରି କରିବାପରେବି ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ପାଲଟିଛି । ବିକଳାଙ୍ଗ ଝିଅ କୁ ଫେରି ପାଇବା ଆଶାରେ ବୁର୍ଦ୍ଧା ବାପ ଟା ଥାନା ରେ ଅଖିଆ ଅପିଆ ପଡ଼ି ରହିବା କଥା ଆଜି ସମ୍ମୁଖରେ । ଏବେ ଘଟଣା ଧାମନଗର ଥାନାରେ ପୋଲିସ ଏବେ ବୃଦ୍ଧ ଚିନ୍ତାମଣି ଜଣଙ୍କୁ ୧୦ ଦିନ ସମୟ ଦେଇଛନ୍ତି ଯଦି ରମାକାନ୍ତ ନିଜ କଥାରୁ ନ ଓହରନ୍ତି ତେବେ ଦୃଢ କାର‌୍ୟ୍ୟ ଅନୁଷ୍ଠାନ ନିଆ ଯିବ ବୋଲି ପ୍ରତିଶୃତି ଦେଇଛନ୍ତି ତେବେ ଦେଖିବାକୁ ବାକି ରହିଲା ବୃଦ୍ଧ ଚିନ୍ତାମଣି ଜଣଙ୍କୁ ଓ ତାଙ୍କ ବଡ ଝିଅଙ୍କୁ କେବେ ନାୟ ମିଳୁଛି ।

Leave a Reply

Your email address will not be published. Required fields are marked *