Pratidin TV

Odisha's Digital News Platform

ଚାରା ଭାବି ମଇଁଷି ଗିଳି ଦେଲା ମଙ୍ଗଳସୂତ୍ର; ତାପରେ ଡାକ୍ତର କଲେ ଏଭଳି ଯେ ଆଶ୍ଚର୍ଯ୍ୟ ହୋଇଗଲେ ଗାଁ ଲୋକ

1 min read

ମହାରାଷ୍ଟ୍ର: ଜୀବନରେ ଅନେକ ସମୟରେ ଅଜବ ଘଟଣା ଘଟେ । ଯାହା ସମେସ୍ତ ଶୁଣିଥିବା ଏବଂ ଦେଖିଥିବେ ମଧ୍ୟ । କିନ୍ତୁ ଏବେ ଏକ ଏଭଳି ଖବର ସାମ୍ନାକୁ ଆସିଛି ଯାହାକୁ ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଭଳି ଘଟଣା ପୂର୍ବରୁ କେବେ ଆପଣ ଶୁଣି ନଥିବେ । ବାସ୍ତବରେ, ଏକ ବୁଲା ମଇଁଷି ଏକ ସୁନାର ମଙ୍ଗଳସୂତ୍ରକୁ ଗିଳି ଦେଇଥିଲା । ଯାହାର ମୁଲ୍ୟ ଥିଲା ପାଖାପାଖି ୨ ଲକ୍ଷ ଟଙ୍କା । ଏହି ଘଟଣା ଜଣା ପଡିବା ପରେ ଗାଁର ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏନେଇ ମଇଁଷିଟିର ପେଟରୁ ମଙ୍ଗଲସୁତ୍ରକୁ ବାହାର କରିବା ପାଇଁ କରାଯ୍ଧବଥିଲା ଅସ୍ତ୍ରୋପଚାର । ଯାହାପାଇଁ ଲାଗିଥିଲା ୨ ଘଣ୍ଟା । ଦୀର୍ଘ ସମୟର ଅପରେସନ୍ ପରେ ମଇଁଷି ପେଟରୁ ମଙ୍ଗଲସୁତ୍ର ବାହାର କରାଯାଇଥିଲା । ମହାରାଷ୍ଟ୍ରର ୱାସିମ୍ ଜିଲ୍ଲାରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ଏଠାରେ ସାରସି ଗାଁରେ ଏକ ମଇଁଷି ଚାରା ଭାବି ସୁନାର ମଙ୍ଗଳସୂତ୍ରକୁ ଗିଳି ପକାଇଦେଇଥିଲା । ଏନେଇ ଡାକ୍ତରଙ୍କୁ ଜଣାଇବା ପରେ ଡାକ୍ତର ଆସି ତାର ଚିକିତ୍ସା କରିଥିଲେ । ଶେଷରେ ମଙ୍ଗଳସୂତ୍ରକୁ ବାହାର କରିବା ପାଇଁ କେବଳ ଅପରେସନ କରିବା ଶେଷ ଉପାୟ ଥିଲା ।

ଏଥିପାଇଁ ୨ ଘଣ୍ଟା ର ଅପରେସନ ପରେ ମଇଁଷି ପେଟରୁ ମଙ୍ଗଳସୂତ୍ରକୁ ବାହାର କରିଛନ୍ତି ଡାକ୍ତର । ତେବେ ମଙ୍ଗଳସୂତ୍ରଟି ଅଢ଼େଇ ଭରିର ଥିଲା, ଯାହାର ମୂଲ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଖବର ମୁତାବକ, ଗାଁର ରାମହରି ନାମକ ଚାଷୀଙ୍କ ପତ୍ନୀ ଗାଧୋଇବା ପୂର୍ବରୁ ନିଜ ମଙ୍ଗଳସୂତ୍ରକୁ କାଢି ଏକ ପ୍ଲେଟ୍‌ରେ ରଖିଥିଲେ । କିନ୍ତୁ ଗାଧୋଇ ଆସିବା ପରେ ସେ ମଙ୍ଗଳସୂତ୍ର ପିନ୍ଧିବାକୁ ଭୁଲି ଯାଇଥିଲେ । ପାଖାପାଖି ୨ ଘଣ୍ଟା ପରେ ଯେତେବେଳେ ସେ ଜାଣିଲେ ଯେ ତାଙ୍କ ବେକରେ ମଙ୍ଗଳସୂତ୍ର ନ ଥିଲା , ସେତେବେଳେ ସେ ପ୍ଲେଟ୍ ପାଖକୁ ଯାଇ ଖୋଜିଥିଲେ । କିନ୍ତୁ ତାଙ୍କୁ ମିଳି ନଥିଲା । ଘର, ବାହାରେ ସବୁଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ କେଉଁଠି ବି ମଙ୍ଗଳସୂତ୍ର ମିଳି ନ ଥିଲା ।

Advertisement

ତେଣୁ ପରିବାର ଲୋକେ ମଙ୍ଗଳସୂତ୍ର ଚୋରି ହୋଇଯାଇଥିବା ନେଇ ଭାବି ଥିଲେ । ଏହି ସମୟରେ ମହିଳାଙ୍କୁ ଲାଗିଥିଲା ଯେ ମଙ୍ଗଳସୂତ୍ର ରଖିଥିବା ସ୍ଥାନରେ ମଇଁଷି ବନ୍ଧା ହୋଇଥିବାରୁ ସେ ଏହାକୁ ଗିଳି ଦେଇଥିବ । ଘର ଲୋକଙ୍କ ସନ୍ଦେହ ହେବାରୁ ମଇଁଷିକୁ ତୁରନ୍ତ ପଶୁ ଚିକିତ୍ସାଳୟ ନିଆଯାଇଥିଲା । ସେଠାରେ ଅପରେସନ କରାଯାଇ ମଇଁଷି ପେଟରୁ ମଙ୍ଗଳସୂତ୍ରକୁ ବାହାର କରାଯାଇଥିଲା । ଅପରେସନ ପରେ ଡାକ୍ତର ମଇଁଷି ପେଟରେ ୬୦ଟି ଷ୍ଟିଚ୍ ପକାଇଥିଲେ ।

Leave a Reply

Your email address will not be published. Required fields are marked *