Pratidin TV

Odisha's Digital News Platform

ଆପଣଙ୍କ ଆଖିତଳେ ରହିଛି କି କଳାଦାଗ ? ତେବେ ଆପଣାନ୍ତୁ ଏହି ଉପାୟ ତୁରନ୍ତ କମିିବ ସମସ୍ୟା..

1 min read

ବଜାରରେ ଅନେକ ପ୍ରକାରର ପ୍ରକ୍ଟଡ ବିକ୍ରି ହେଉଛି । ଯାହା ମଣିଷ ଚର୍ମର ଯତ୍ନରେ ସର୍ବୋତ୍ତମ ଅଟେ । କିନ୍ତୁ ସେଥିରେ ଅନେକ ରାସାୟନିକ ପଦାର୍ଥର ମିଶିଥିବା ହେତୁ ଲୋକଙ୍କ ଉପରେ ସେମାନଙ୍କ ବିଶ୍ୱାସ କମିବାରେ ଲାଗିଛି । କାରଣ ଏହି ସବୁ କସମେଟିକ ପ୍ରଡକ୍ଟ ଲଗାଇବା ଦ୍ୱାରା ବେଳେ ବେଳେ ଏହାର ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଇଥାଏ । ଚର୍ମର ଯତ୍ନ ପାଇଁ ଲୋକମାନେ ଆଜିକାଲି ଘରୋଇ ଉପଚାରର ସାହାଯ୍ୟ ନେବା ଆରମ୍ଭ କରିଛନ୍ତି । ଚର୍ମର ଯତ୍ନ ପାଇଁ ପ୍ରଚୁର ଘରୋଇ ଉପଚାର ଅଛି । ତାଭିତରେ ଉଜ୍ଜ୍ୱଳ ଏବଂ ସୁସ୍ଥ ଚର୍ମ ପାଇବା ପାଇଁ ଅନେକ ଉପଚାର ଥିବା ଦାବି କରାଯାଇଛି । ଏଥି ମଧ୍ୟରୁ ଗୋଟିଏ ହେଉଛି ଥଣ୍ଡା କ୍ଷୀର ।ଆଜିକାଲିର ବ୍ୟସ୍ତବହୁଳତା ଜୀବନ ଭିତରେ ନିଜ ସ୍ୱାସ୍ଥ୍ୟ ସହ ନିଜ ଚର୍ମ ଏବଂ ଚେହେରାର ଯତ୍ନ ନେବା ପାଇଁ ମହିଳାମାନଙ୍କପାଖରେ ସମୟ ରହୁନି । ଫଳରେ ଅନେକ ସମୟରେ ମୁହଁରେ କିଛି କିଛି ସମସ୍ୟା ଦେଖା ଦେଉଛି । ଯାହାଫଳରେ ଚେହେରା ଖରାପ ହେବାକୁ ଲାଗୁଛି । ଅତ୍ୟଧିକ ଫୋନ ହେଉ କି ଲପାଟପ ବା ହେଉ ଶୋଇବାକୁ ସମୟ ନ ମିଳିବା ।ଏଭଳି ଅନେକ କାରଣରୁ ଆଖି ତଳେ ଡାର୍କ ସକ୍ରଲ ଦେଖା ଦେଇଥାଏ । ତେବେ ଏହି ଡାର୍କ ସକ୍ରଲ ସମସ୍ୟା ଅନେକ ମହିଳା କିମ୍ବା ପୁରୁଷ ମୁହଁରେ ଦେଖା ଦେଇଥାଏ । ଯାହାଫଳରେ ସେମାନଙ୍କ ଚେହେରାକୁ ଖରାପ କରି ଦେଇଥାଏ । ତେବେ ଏହା ପାଇଁ ଅନେକ ପ୍ରକାର ଔଷଧ ଭିଟାମିନଖାଇଲେ ମଧ୍ୟ ବେଳେ ବେଳେ ଏହା କାମ କରି ନଥାଏ ।ଏତିପାଇଁ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଆମେ ଜଣାଇବୁ । ଡାର୍କ ସର୍କଲ ପାଇଁ ସବୁଠାରୁ ଭଲ ଉପାୟ ହେଉଛି ଥଣ୍ଡା କ୍ଷୀର । ବିଶେଷଜ୍ଞମାନେ କହିଛନ୍ତି ଯେ ଥଣ୍ଡା ତାପମାତ୍ରା ହେତୁ ଆମର ରକ୍ତଭଣ୍ଡାରଗୁଡ଼ିକ ସଙ୍କୁଚିତ ହେବାକୁ ଲାଗେ ଯେଉଁଥିପାଇଁ ଚର୍ମ ରେ କଳାଦାଗ ଦେଖାଯିବା ଆରମ୍ଭ କରେ । ଏହା ବ୍ୟତୀତ, ନିଦ୍ରା ଅଭାବ, ଚାପ ଏବଂ ଅସ୍ୱାସ୍ଥ୍ୟକର ଜୀବନଶୌଳୀ ହେତୁ ଆଖି ତଳେ ଡାର୍କ ସର୍କଲ ଦେଖାଯିବା ଆରମ୍ଭ କରେ । ଯଦି ଡାର୍କ ସର୍କଲଗୁଡିକ ଘଟେ ତେବେ ଆରାମ ପାଇବା କିମ୍ବା ଏଥିରୁ ମୁକ୍ତି ପାଇବା ସହଜ ନୁହେଁ ।


କ୍ଷୀର ଦ୍ୱାରା ଆଖି ତଳ କଳାଦାଗ ଗୁଡିକ ଦୂର ହୋଇପାରିବ କି?
ବିଶେଷଜ୍ଞମାନେ କହିଛନ୍ତି ଯେ ଥଣ୍ଡା ତାପମାତ୍ରା ହେତୁ ଆମର ଶିରା ସଙ୍କୁଚିତ ହେବାର ଆଶଙ୍କା ରହିଥାଏ ଏବଂ ମୃତ ଚର୍ମ କୋଷଗୁଡ଼ିକ ସୃଷ୍ଟି ହେବା ଆରମ୍ଭ କରିଦିଏ । ଏହି କାରଣରୁ କଳାଦାଗ ଗୁଡିକ ଘଟେ । ଆପଣ ଏହାକୁ କ୍ଷୀର ସହିତ ଚିକିତ୍ସା କରିପାରିବେ । ବାସ୍ତବରେ, କ୍ଷୀରରେ ଲାକ୍ଟିକ୍ ଏସିଡ୍ ଥାଏ ଏବଂ ଯାହା ମୃତ ଚର୍ମ କୋଷଗୁଡ଼ିକୁ ବାହାର କରିପାରେ । ଏହା ନୂଆ ଚର୍ମ ଦେଇପାରେ ।ବିଶେଷଜ୍ଞମାନେ କହିଛନ୍ତି ଯେ କେବଳ ଗୋଟିଏ ଘରୋଇ ଉପଚାର ଦ୍ୱାରା ସମସ୍ୟାର ସମାଧାନ ସମ୍ଭବ ନୁହେଁ । ଏହା ସହିତ, ଚର୍ମର ଯତ୍ନ ନିତ୍ୟକର୍ମ ଅନୁସରଣ କରାଯିବା ଉଚିତ ଯେଉଁଥିରେ ସନ ସ୍କ୍ରିନ ଏବଂ ମଶ୍ଚରାଇଜର ବ୍ୟବହାର କରିବା ଉଚିତ ।

Advertisement


ଆଖିତଳେ କଳା ଦାଗ ନ ହେବା ପାଇଁ ଏହି ଜିନିଷଗୁଡିକ ଧ୍ୟାନରେ ରଖନ୍ତୁ :
ନିଦ୍ରା ଅଭାବ ଯୋଗୁଁ ଆଖି ତଳ କଳା ଦାଗ ଦେଖାଯିବାର ମୁଖ୍ୟ କାରଣ ଅଟେ । ତେଣୁ ପ୍ରତିଦିନ ଅତି କମରେ ୮ ଘଣ୍ଟା ଶୋଇବା ଉଚିତ୍ । ଏକ ସୁସ୍ଥ ଜୀବନ ଶୈଳୀ ଅନୁସରଣ କରନ୍ତୁ ଯେଉଁଥିରେ ଆପଣଙ୍କୁ ଆପଣଙ୍କର ଖାଇବା ଅଭ୍ୟାସର ବିଶେଷ ଯତ୍ନ ନେବାକୁ ପଡିବ ।

Leave a Reply

Your email address will not be published. Required fields are marked *