Pratidin TV

Odisha's Digital News Platform

ଇରାନ ଆକାଶରେ ଭୁଲ ସିଗ୍ନାଲ ପାଇଁ ବାଟବଣା ହେଲେ 20 ବିମାନ…

1 min read

ମୁମ୍ବାଇ: କୈାଣସି ଅଜଣା ସ୍ଥାନକୁ ଗଲେ ଆମେ ଗୁଗୁଲ ମ୍ୟାପ ବା ଜିପିଏସର ସହାୟତା ନେଇଥାଉ । ବେଳେ ବେଳେ ଭୁଲ ଜିପିଏସ ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟିଥିବା ଖବର ଆମ ସମ୍ନାକୁ ଆସିଛି । ସେହିଭଳି କେବଳ ସଡ଼କ ପଥ ନୁହେଁ ଭୁଲ୍ ଜିପିଏସ ସିଗନାଲ ଯୋଗୁ ଆକାଶପଥରେ ମଧ୍ୟ ବିମାନ ଗୁଡିକ ବାଟବଣା ହେଉଛନ୍ତି । ମଝି ଆକାଶରେ ଯାତ୍ରୀଙ୍କ ଜୀବନ ସହ ଖେଳ । ଉଡନ୍ତା ବିମାନକୁ ଦିଆ ଯାଉଛି ଭୁଲ ସିଗନାଲ । ଯେଉଁଥିପାଇଁ ବାଟବଣା ହୋଇଥିଲେ ୨୦ରୁ ଅଧିକ ବିମାନ । ଯାତ୍ରୀବାହୀ ବିମାନ ଗୁଡିକୁ ଭୁଲ ଜିପିଏସ ସିଗନାଲ ଦିଆଯାଇ ଅନେକ ଲୋକଙ୍କୁ ବିପଦ ମୁହଁକୁ ଠେଲି ଦିଆଯାଉଛି ।


ସୂଚନା ମୁତାବକ ଗତ ଦୁଇ ସପ୍ତାହ ମଧ୍ୟରେ ଇରାନ-ଇରାକ ଅଂଚଳରେ ଭୁଲ୍ ଜିପିଏସ ସିଗନାଲ ଦ୍ୱାରା ୨୦ଟି ବିମାନ ଅଲଗା ଦିଗରେ ଯାଇଥିଲେ । ଏୟାରଲାଇନ୍ସର ବିଭିନ୍ନ ବିମାନ ଏଭଳି ବିପଦର ସମ୍ମୂଖୀନ ହୋଇଥିଲା । ଯାହା ନାଭିଗେସନ ସିଷ୍ଟମ ଉପରେ ପ୍ରଭାବ ପକାଇଥିଲା । ଆଉ ଏହି ଭୁଲ ସିଗନାଲ ଉପଗ୍ରହ ଦ୍ୱାରା ସୂଚିତ କରାଯାଉଥିବା ତଥ୍ୟକୁ ମଧ୍ୟ ଅକାମୀ କରିଦେଇଥିଲା । ଫଳରେ ମଝି ଆକାଶରେ ଉଡାଣ କରୁଥିବା ବିମାନ ଗୁଡିକ ବାଟବଣା ହୋଇ ଯାଇଥିଲା । ତେବେ ସୋମବାର ୭୭୭ବୋଇଂ ବିମାନ ଏହି ଭୁଲ ଜିପିଏସ ଟାଗେର୍ଟରେ ବାଟବଣା ହୋଇ ବିପରୀତ ଦିଗରେ ଯାଇଥିବା ବେଳେ ବାଗଦାଦ ଏୟାର ଟ୍ରାଫିକ କଂଟ୍ରୋଲରଙ୍କ ସହାୟତାରେ ସଠିକ ଦିଗକୁ ଆସିଥିଲା । ଅନ୍ୟପଟେ ଅତ୍ୟାଧୁନିକ ବିମାନଗୁଡିକ ନକଲି ଜିପିଏସକୁ ଧରିପାରୁଥିବା ବେଳେ ଅନେକ ବିମାନ ନକଲି ଜିପିଏସ ସିଗନାଲର ଶିକାର ହେଉଛନ୍ତି । କିନ୍ତୁ ଏଠାରେ ଜିପିଏସ ସିଗନାଲ ପୁପିଂ ପାଇଁ ଏଭଳି ସମସ୍ୟା ଦେଖାଦେଇଛି ବୋଲି ସୂଚନା ମିଳିଛି । ଏହି ନକଲି ଜିପିଏସ ସିଗନାଲ ମାଧ୍ୟମରେ ଆକାଶପଥରେ ବଡ଼ ଧରଣର ଦୁର୍ଘଟଣା ଘଟାଇବାର ମଧ୍ୟ ଆଶଙ୍କା ରହୁଛି । ଏହାଦ୍ୱାରା ଶହ ଶହ ବିମାନ ଯାତ୍ରୀଙ୍କ ଜୀବନ ମଧ୍ୟ ବିପଦରେ ପଡିପାରେ ।

Advertisement

Leave a Reply

Your email address will not be published. Required fields are marked *