Pratidin TV

Odisha's Digital News Platform

୨ଟି ଦାବି ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି

1 min read

ଭୁବନେଶ୍ୱର : ଆଜି ବି ଚାଲିପାରୁନି ଗୃହ । ଦିନ ୪ଟା ପର୍ଯ୍ୟନ୍ତ ହେଲା ମୁଲତବି । ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ବିରୋଧୀ ହଟ୍ଟଗୋଳ କରିବା ଯୋଗୁଁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କଲେ ବାଚସ୍ପତି । ୨ଟି ଦାବିକୁ ନେଇ ଗୃହରେ ବିଜେପି ବିଧାୟକଙ୍କ ନାରାବାଜି ଆରମ୍ଭ ହୋଇଥିଲା । ୨ଦିନ ବନ୍ଦ ରହବିା ପରେ ଆଜି ଆରମ୍ଭ ହୋଇଥିଲା ବିଧାନସଭାର ମୌସୁମୀ ଅଧିବେଶନ । ଆରମ୍ଭ ହେବା ସମୟରେ ବିରୋଧୀ ତାର ୨ଟି ଦାବି ନେଇ ହଟ୍ଟଗୋଳ କରିଥିଲା । ପ୍ରଥମ ଥିଲା ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନ ବିରୋଧୀ ଶଦ୍ଦବାଦ ଦେବାକୁ ବିରୋଧୀ କରିଛନ୍ତିି ଦାବି । ୨ୟ ଟି ହେଲା ଦୁଇ ବିଜେପି ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଉ ।

Advertisement

Leave a Reply

Your email address will not be published. Required fields are marked *