Pratidin TV

Odisha's Digital News Platform

ମଧୁବାବୁ ପେନସନ ନାଁରେ ଅର୍ଥ ହରିଲୁଟ୍…

1 min read


ଯାଜପୁର: ଯୋଜନା ନାଁରେ ଅର୍ଥ ହରିଲୁଟ । ମଧୁବାବୁ ପେନସନରେ ଦେଖା ଦେଇଛି ମହାଦୁର୍ନିତି । ହିତାଧିକାରୀଙ୍କ ନାଁରେ ଆସୁଛି ଭତ୍ତା ଟଙ୍କା । ହେଲେ ଯୋଗ୍ୟ ହିତାଧିକାରୀ ମାନେ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିରିପଟା ପଞ୍ଚାୟତରେ । ସେହି ପଞ୍ଚାୟତରେ ମଧୁବାବୁ ପେନସନ୍ ଯୋଜନା (ଭତ୍ତା)ରେ ବ୍ୟାପକ ଦୁର୍ନୀତି ହୋଇଥିବା ସଂଙ୍ଗୀନ ଅଭିଯୋଗ ହୋଇଛି । ଆଉ ଏଭଳି ଅଭିଯୋଗ କରିଛନ୍ତି ଜଣେ ଭିନ୍ନକ୍ଷମ ମହିଳାଙ୍କ ପୁଅ ଧନେଶ୍ୱର ସାହୁ ।


ସୂଚନା ଅନୁସାରେ ବିରିପଟା ପଞ୍ଚାୟତ ଅନ୍ତର୍ଗତ ବରେଇଁ ଗ୍ରାମର ଚଞ୍ଚଳା ସାହୁ ଜଣେ ମାନସିକ ଭିନ୍ନକ୍ଷମ ମହିଳା ଅଟନ୍ତି । ସେ ବହୁବାର ଭତ୍ତା ପାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଭତ୍ତା ମିଳିପାରୁନାହିଁ । ଏବାବଦରେ ସମିତି ସଭ୍ୟଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ଜଣାଇଥିଲେ ବି କିଛି ସୁଫଳ ମିଳିପାରିନଥିଲା । ଆଉ କାହିଁକି ଭତ୍ତା ମିଳିପାରୁ ନାହିଁ ବୋଲି ତାଙ୍କ ପୁଅ ବ୍ଲକ୍ ଅଫିସ୍ କୁ ଯାଇ ବିଭାଗୀୟ ଅଧିକାରୀଙ୍କ ପରାମର୍ଶ ନେଇଥିଲେ ହେଲେ କୌଣସି ସନ୍ତୋଷ ଜନକ ଉତ୍ତର ତାଙ୍କୁ ମିଳିପାରି ନଥିଲା । ଶେଷରେ ସେ ନିରାଶ ହୋଇ ଫେରିଥିଲେ । ହେଲେ ପରିତାପର ବିଷୟ ଯେ ସେହିଦିନ ରାତି ୭.୦୦ ଘଟିକା ସମୟରେ ସ୍ୱାମୀ ଓ ପୁଅ ଘରେ ନ ଥିବା ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜଣକ ମାନସିକ ଭିନ୍ନକ୍ଷମ ମହିଳା ଚଞ୍ଚଳା ସାହୁ ଙ୍କୁ ଛଅ ମାସର ଭତ୍ତା ବାବଦକୁ ୩୦୦୦ ଟଙ୍କା ଓ ଭତ୍ତାବହି ତାଙ୍କ ବାଧ୍ୟ କରି ତାଙ୍କ ଆଙ୍ଗୁଳି ଛାପ ନେଇ ତାଙ୍କୁ ପ୍ରଦାନ କରିଥିଲେ । ଭତ୍ତା କିପରୀ ଓ କାହିଁକି ମୋ ମାଆକୁ ମିଳିଲା ବୋଲି ତାଙ୍କ ପୁଅ ବ୍ଲକ୍ ଭତ୍ତା ଦାୟିତ୍ୱରେ ଥିବା ଅଧିକାରୀଣୀ ଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଧମକପୂର୍ଣ୍ଣ ଉତ୍ତର ଦେଇଥିଲେ ଯେ ଆପଣ ଭତ୍ତା ରଖିବେ ଯଦି ରଖନ୍ତୁ ନ ହେଲେ ଆମ୍ଭେ ଆପଣଙ୍କ ମାଆଙ୍କ ଭତ୍ତା କାଟି ଦେବୁ । ଉକ୍ତ ସମସ୍ୟାକୁ ନେଇ ତାଙ୍କ ପୁଅ ଲିଖିତ ଭାବେ ବିଡିଓ ଆକାଶ ପଟ୍ଟନାୟକ ଙ୍କୁ ଅଭିଯୋଗ କରିଥିଲେ । ତୁରନ୍ତ ବିଡିଓ ଏବଂ ବିଭାଗୀୟ ଅଧିକାରୀ ବିରିପଟା ପଞ୍ଚାୟତରେ ହୋଇଥିବା ମଧୁବାବୁ ପେନ୍‌ସନ୍ ଯୋଜନା(ଭତ୍ତା ) ଦୁର୍ନୀତିର ତଦନ୍ତ ଖୁବ୍ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *