ପୁରୁଷମାନଙ୍କ ଏହି ଗୁଣରେ ପ୍ରଭାବିତ ହୋଇଥାନ୍ତି ମହିଳା , ଜୀବନସାଥି ପାଇଁ କରନ୍ତି ପସନ୍ଦ..
1 min readଭୁବନେଶ୍ୱର ; ମଣିଷର ଆଚରଣ,ବ୍ୟବହାର ଓ ତାଙ୍କ କଥାବାର୍ତ୍ତା ଶୈଳି ତାର ବ୍ୟକ୍ତିତ୍ୱ ବା ପର୍ସନାଲିଟିକୁ ଦର୍ଶାଇଥାଏ । ତେବେ ପୁରୁଷମାନେ ନିଜ ପର୍ସନାଲିଟିକୁ ନେଇ ଅଧିକ ଜତ୍ନବାନ ଥାନ୍ତି । କାରଣ ନାରୀମାନେ ପ୍ରଥମେ ଏଭଳି ପୁରୁଷମାନଙ୍କୁ ନିଜ ଜୀବନସାଥି ରୂପେ ବାଛନ୍ତି ଯେଉଁମାନଙ୍କ ପର୍ସନାଲିଟି ଷ୍ଟ୍ରଙ୍ଗ୍ ଥାଏ । ପୁରୁଷମାନଙ୍କର କିଛି ଗୁଣ ଅଛି ଯାହା ସେମାନଙ୍କୁ ସର୍ବୋତ୍ତମ କରିଥାଏ ବା ଜଣେ ଭଲ ମଣିଷ ରୂପେ ଚିହ୍ନଟ କରାଇଥ।ଏ । ଆଜି ଆମେ ପୁରୁଷମାନଙ୍କର କିଛି ବିଶେଷ ଗୁଣ ବିଷୟରେ କହିବୁ , ଯେଉଁ ଗୁଣ ଗୁଡିକ ପୁରୁଷ ମାନଙ୍କ ପାଖରେ ଥିଲେ ନାରୀ ମାନେ ପ୍ରଥମ ଦେଖାରେ ପ୍ରଭାବିତ ହୋଇଥାନ୍ତି ।
ପୁରୁଷମାନଙ୍କ ବ୍ୟବହାର- ସଂସ୍କାର, ମଧୁର ବକ୍ତବ୍ୟ, ଭଦ୍ରତା ଭଳି ଗୁଣ ପ୍ରାୟତଃ ମହିଳାମାନଙ୍କଠାରୁ ଆଶା କରାଯାଏ, କିନ୍ତୁ ଯଦି ଏହି ଗୁଣଗୁଡ଼ିକ ପୁରୁଷମାନଙ୍କଠାରେ ଥାଏ, ତେବେ ଏହା ସେମାନଙ୍କର ସତ୍ୟତାକୁ ଦର୍ଶାଏ। ଏହିପରି ପୁରୁଷମାନେ ସେମାନଙ୍କର ମଧୁର ବାଣୀ ଦ୍ଵାରା ଲୋକଙ୍କ ହୃଦୟ ଜିତନ୍ତି। ଏହି ଗୁଣ ମହିଳାମାନଙ୍କୁ ବହୁତ ପ୍ରଭାବିତ କରିଥାଏ। ଅନ୍ୟମାନଙ୍କ ପ୍ରତି ପୁରୁଷଙ୍କ ଆଚରଣ ସେମାନଙ୍କର ଭଲ ଏବଂ ଖରାପ ବ୍ୟବହାରକୁ ପ୍ରତିଫଳିତ କରେ।
ପୁରୁଷମାନଙ୍କ ସଚୋଟ୍ଟତା – ଜଣେ ବ୍ୟକ୍ତି ଯିଏ ସଂପର୍କରେ ସଚ୍ଚୋଟ, ସେ ସବୁ ସ୍ଥାନରେ ସମ୍ମାନର ଯୋଗ୍ୟ। ଯେଉଁ ପୁରୁଷଙ୍କ ଉଦ୍ଦେଶ୍ୟ ମହିଳାମାନଙ୍କ ପ୍ରତି ଉତ୍ତମ, ସେମାନେ ନିଜ ପତ୍ନୀ, ବନ୍ଧୁକୁ କଦାପି ଠକି ପାରିବେ ନାହିଁ। ପୁରୁଷମାନଙ୍କର ଏହି ଗୁଣ ମହିଳାମାନଙ୍କୁ ଆକର୍ଷିତ କରିଥାଏ। ଏହିପରି ପୁରୁଷମାନେ ସେମାନଙ୍କର ସମ୍ପର୍କକୁ ଦୃଢ କରିବା ପାଇଁ ନିରନ୍ତର ପ୍ରୟାସ କରନ୍ତି।
ପୁରୁଷମାନଙ୍କ ପ୍ରତିଶୃତି – ଯେଉଁ ପୁରୁଷ ପ୍ରତିଶୃତି ଦେଇ ତାକୁ ଠିକ୍ ସମୟରେ ରକ୍ଷା କରିଥାନ୍ତି । ସେହି ପୁରୁଷ ମାନେ ନାରୀମାନଙ୍କୁ ଖୁବ୍ ପ୍ରଭାବିତ କରିଥାନ୍ତି । କାରଣ କଥା ଦେଇ କଥା ରଖିବା ବା ପ୍ରତିଶୃତି ରକ୍ଷା କରିବା ପୁରୁଷ ଯେ କି ଜଣେ ଦାୟିତ୍ୱବାନ ପୁରୁଷ ବୋଲି ନାରୀମାନେ ଚିନ୍ତା କରନ୍ତି ।
କଥାକୁ ଗୁରୁତ୍ୱର ସହ ଶୁଣିବା / ଉତ୍ତମ ଶ୍ରୋତା – ପ୍ରତ୍ୟେକ ମହିଳା ଚାହାଁନ୍ତି ଯେ, ତାଙ୍କ ଜୀବନ ସାଥୀ ଛାଇ ପରି ତାଙ୍କ ସହିତ ଛିଡା ହୁଅନ୍ତୁ। ଜଣେ ଭଲ ଶ୍ରୋତା ପରି ତାଙ୍କ କଥା ଶୁଣନ୍ତୁ, ଏସବୁ କଥାକୁ ଗ୍ରହଣ କରନ୍ତୁ ଏବଂ ତାଙ୍କ ବିଷୟରେ ଚିନ୍ତା କରନ୍ତୁ। ଯଦି ଆପଣଙ୍କର କହିବାର କ୍ଷମତା ଅଛି, ତେବେ ଆପଣଙ୍କୁ ଶୁଣିବାକୁ ସାହସ ମଧ୍ୟ ରହିବା ଉଚିତ୍। ଏହା ଏକ ଭଲ ମଣିଷର ଚିହ୍ନ। କାରଣ ମହିଳାମ।ନେ ନିଜ ଭିତରେ ଅନେକ କଥା ଲୁଚାଇ ରଖିଥାନ୍ତି ଏବଂ ସେମାନେ ସହଜରେ କାହାକୁ ବିଶ୍ୱାସ କରିପାରନ୍ତି ନାହିଁ । କିନ୍ତୁ ଯେତେବେଳେ ସେ ଜଣଙ୍କୁ ବିଶ୍ୱାସ କରନ୍ତି ତା ସାମ୍ନାରେ ସବୁ ମନର କଥାକୁ ଖୋଲି ଥୋଇଦିଅନ୍ତି ।
ପୁରୁଷମାନଙ୍କ ଶାଳିନତା –ଯେଉଁ ପୁରୁଷମାନେ ଶାନ୍ତ ରୁହନ୍ତି , ଅଧିକ ଗପନ୍ତିନି ନିଜ କାମରେ ମତଲବ ରଖନ୍ତି ବା କଥାବାର୍ତ୍ତା ବ୍ୟାହରରେ ଶାଳିନତା ରକ୍ଷା କରିଥାନ୍ତି ସେମାନଙ୍କୁ ନାରୀମାନେ ଖୁବ୍ ପସନ୍ଦ କରନ୍ତି ।