Pratidin TV

Odisha's Digital News Platform

ପରୀକ୍ଷା ଖାତାରେ ଛାତ୍ରଙ୍କ ଉତ୍ତର ଦେଖି ରାଗିଗଲେ ଶିକ୍ଷକ, ଦେଲେ ଶୁନ…

1 min read

ନୂଆଦଲ୍ଲୀ: ପରୀକ୍ଷା ଖାତାରେ ମଜାଳିଆ ଉତ୍ତର ଲେଖି ଚର୍ଚ୍ଚାରେ ଜଣେ ଛାତ୍ର । ସ୍କୁଲ, କଲେଜ କିମ୍ବା ଟ୍ୟୁସନରେ ବିଭିନ୍ନ ବିଷୟରେ ପରୀକ୍ଷା ହୋଇଥାଏ । ଆଉ ପୂର୍ବ ପସ୍ତୁତି ଅନୁଯାୟୀ ଆମେ ପରୀକ୍ଷା ଦେଇଥାଉ । ଆଉ ପରୀକ୍ଷା ଖାତାରେ ପ୍ରଶ୍ନ ଅନୁସାରେ ଆମେ ଉତ୍ତର ଦେଇଥାଉ । କିନ୍ତୁ କିଛି ପିଲା ଏମିତି ଥାନ୍ତି ଯିଏକି ଦେଇଥିବା ପ୍ରଶ୍ନର ଉତ୍ତର କିଛି ଅଲଗା ଲେଖିଥାନ୍ତି । କିଏ ଗୀତ ଲେଖିଥାନ୍ତି ତ ଆଉ କିଏ ଗପ । ଆଉ କିଛି ପିଲା କିଛି ଡାଏଲଗ ମଧ୍ୟ ଲେଖିଥାନ୍ତି । ପୂର୍ବରୁ ଏଭଳି କିଛି ଖବର ଭାଇରାଲ ହେବାରେ ଆମେ ଦେଖିଛେ ଯେ ପରୀକ୍ଷାରେ କିଛି ପିଲାମାନେ ଉତ୍ତର ନ ଲେଖି ଅନ୍ୟ ମଜାଳିଆ ଉତ୍ତର ଲେଖିଥାନ୍ତି । ସେହିଭଳି ଜଣେ ପିଲାର ପରୀକ୍ଷା ଖାତା ସାମ୍ନାକୁ ଆସିଛି । ଯେଉଁଥିରେ ପିଲାଟି ଦିଆଯାଇଥିବା ପ୍ରଶ୍ନର ଉତ୍ତର ଅନ୍ୟ ଢଙ୍ଗରେ ଲେଖିଛି । ଯାହାକି ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେଉଛି । ଆଉ ଯିଏବି ଏହାକୁ ଦେଖୁଛନ୍ତି ସିଏ ହସି ହସି ବେଦମ । ସେହି ଉତ୍ତର ଖାତାକୁ ଦେଖି ଶିକ୍ଷମ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ।


ତେବେ ପରୀକ୍ଷା ଖାତାରେ ପ୍ରଶ୍ନ ରହିଥିଲା ଯେ ବିବାହର ପରିଭାଷା କଣ? ଆଉ ଏହାର ଉତ୍ତରରେ ଛାତ୍ର ଲେଖଥିଲେ ଯେ “ବିବାହ ସେତେବେଳେ ହୁଏ,ଯେତେବେଳେ ଝିଅର ବାପା ମା ତାଙ୍କ ଝିଅକୁ କୁହନ୍ତି ତୁ ଏବେ ବଡ ହୋଇଗଲୁଣି ଆଉ ଆମେ ତାତେ ଖାଇବାକୁ ଦେଇପାରିବୁନି,ବରଂ ଭଲ ହେବ ତୁ ଏବେ ଯାଇ ଜଣେ ବ୍ୟକ୍ତିଙ୍କୁ ଖୋଜ ଯିଏ ତୋତେ ଖାଇବାକୁ ଦେଇପାରିବ । ପରେ ଝିଅ ଯାଇ ଜଣେ ଏଭଳି ପୁଅକୁ ଖୋଜେ ଯାହା ସହ ବାପା ମା ତାଙ୍କୁ ବାହା କରାଇ ଥାଆନ୍ତି” । ସେପଟେ ଛାତ୍ରଙ୍କ ଉତ୍ତର ଖାତାରେ ଏପରି ଉତ୍ତର ଦେଖି ଶିକ୍ଷକ ବିରକ୍ତ ହୋଇଯାଇଥିଲେ । ପରେ ତାଙ୍କୁ ମାର୍କ ଦେବା ବଦଳରେ ଖାତାରେ ଫୁଲମାର୍କରୁ ଶୂନ୍ୟ ଦେଇ ନନ୍‌ସେନ୍ସ ଲେଖିବା ସହ ତାଙ୍କୁ ଭେଟିବା ପାଇଁ କହିଥିଲେ ।

Advertisement

Leave a Reply

Your email address will not be published. Required fields are marked *