Pratidin TV

Odisha's Digital News Platform

ମହାଭାରତ ସହ ଗୁପଚୁପର କ’ଣ ସତରେ ରହିଛି କିଛି ଲିଙ୍କ? ଆସନ୍ତୁ ଜାଣିବା..

1 min read

ଗୁପଚୁପ୍ କଥା ଶୁଣିଲେ ହିଁ ପାଟିକୁ ଚାଲିଆସେ ପାଣି । ମୁହଁର ସ୍ୱାଦ ବଦଳାଇବା ପାଇଁ ଖାଲି ତାର ନାଁ କାଫି । ତେବେ ଦେଶର ବିଭିନ୍ନ ସ୍ଥାନରେ ଗୁପଚୁପର ଭିନ୍ନ ଭିନ୍ନ ନାମ ରହିଛି । ଭାରତର ସବୁଠାରୁ ଅଧିକ ପସନ୍ଦ କରାଯାଉଥିସବା ଷ୍ଟ୍ରିଟ୍ ଫୁଡ୍ ହେଉଛି ଗୁପଚୁପ । ଝିଅଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ଦ ହୋଉଛି ଗୁପଚୁପ । କିନ୍ତୁ ଆପଣ ଜାଣନ୍ତି କି ଗୁପଚୁପ୍ କଣ ଇତିହାସ ରହିଛି ।କେବେ ଠାରୁ ଏହା ଆରମ୍ଭ ହୋଇଛି । ତେବେ ଶୁଣାବାକୁ ମିଳିଛି ଯେ ଗୁପଚୁପ ମହାଭାରତ ସହିତ ଜଡିତ ଅଟେ । କେତେକ ଗ୍ରନ୍ଥରେ କୁହାଯାଇଛି ଯେ ପ୍ରଥମେ ଦ୍ରୌପଦୀ ଗୁପଚୁପ୍ କୁ ତିଆରି କରିଥିଲେ ।

ଯେତେବେଳେ ଦ୍ରୌପଦୀ ପାଣ୍ଡବଙ୍କୁ ବିବାହ କରି ତାଙ୍କ ଶାଶୁଘରକୁ ଆସିଥିଲେ, କୁନ୍ତୀ ତାଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ । ସେହି ସମୟରେ ପାଣ୍ଡବ ବନବାସରେ ଥିଲେ । କୁନ୍ତୀ ଦେଖିବାକୁ ଚାହୁଁଥିଲେ ଦ୍ରୌପଦୀ ଘର କାମରେ କେତେ ଦକ୍ଷ ଅଟନ୍ତି । ତେଣୁ ସେ ଦ୍ରୌପଦୀଙ୍କୁ ଆଳୁ, ମସଲା ଏବଂ ଅଳ୍ପ ଅଟା ଦେଇ କିଛି ସ୍ୱାଦିଷ୍ଟ ଖାଦ୍ୟ କରିବାକୁ କହିଥିଲେ, ଯାହା ପାଣ୍ଡବଙ୍କ ପେଟକୁ ପୂର୍ଣ୍ଣ କରିବ । ତା’ପରେ ଦ୍ରୌପଦୀ ଅଟାରେ ପୁରି ଏବଂ ମସଲାରେ ଖଟାପାଣି ତିଆରି କରିଥିଲେ । ଆଉ ଆଳୁକୁ ପୁରିରେ ଭରିବା ପାଇଁ ରଖିଦେଲେ । ଦ୍ରୌପଦୀ ଏହାକୁ ୫ଭାଇଙ୍କ ସାମ୍ନାରେ ପରସିଥିଲେ ।

Advertisement

ଯାହାକୁ ଖାଇ ଖୁସି ହୋଇଥିଲେ ୫ଭାଇ । ତେବେ ଏହି ଠାରୁ ହିଁ ଆରମ୍ଭ ହେଲା ଗୁପଚୁପର ଟ୍ରେଣ୍ଡ୍ । କିଛି ଲୋକ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ଗୁପଚୁପ୍ ବିହାରର ମଗଧରୁ ଆସିଛି । କୁହାଯାଏ ଗୁପଚୁପ୍ ପ୍ରଥମେ ମଗଧରୁ ତିଆରି କରାଯାଇଥିଲା । ଏହା ପଛରେ ଆଳୁ ଏବଂ ଲଙ୍କାର କାରଣ ବୋଲି ବିବେଚନା କରାଯାଏ । କାରଣ ୩୦୦-୪୦୦ ବର୍ଷ ପୂର୍ବେ ଆଳୁ ଏବଂ ଲଙ୍କା ଆସିଥିଲା । ଏହି ଦୁଇଟି ଗୁପଚୁପ୍ ରେ ଅଧିକ ମାତ୍ରାରେ ବ୍ୟବହୃତ ହୁଏ । ଏଭଳି ପରିସ୍ଥିତିରେ ଗୁପଚୁପ୍ ମଗଧରୁ ଆରମ୍ଭ ବୋଲି ବିଶ୍ୱାସ କରାଯାଏ । ତେବେ ଏହା ପଛରେ କଣ ସତ୍ୟତା ଅଛି ତାହା ସଠିକ ଭାବେ ଜଣା ନାହିଁ ।

Leave a Reply

Your email address will not be published. Required fields are marked *