Pratidin TV

Odisha's Digital News Platform

ଫିଜିକ୍ସ ପାଇଁ ୩ଜଣଙ୍କୁ ମିଳିବ ନୋବେଲ, ଘୋଷଣା ହେଲା ନାମ..

1 min read

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ଚଳିତ ବର୍ଷର ନୋବେଲ୍ ବିଜୟୀ ପଦାର୍ଥ ବିଜ୍ଞାନୀଙ୍କ ନାଁ ପ୍ରକାଶ ପାଇଛି । ୨୦୨୩ ବର୍ଷ ପାଇଁ ମିଳିତ ଭାବେ ନୋବେଲ୍ ପାଇବେ ତିନି ଜଣ ପଦାର୍ଥ ବିଜ୍ଞାନୀ । ରୟାଲ ସ୍ୱିଡିଶ ଏକାଡେମୀ ତରଫରୁ ହୋଇଥିବା ଘୋଷଣା ମୁତାବକ, ଫିଜିକ୍ସରେ ପିୟରେ ଆଗୋଷ୍ଟିନୀ, ଫେରେଙ୍କ୍ କ୍ରୁଜ ଓ ଏନି ଏଲ୍ ହୁଇଲିୟରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।ପଦାର୍ଥରେ ଇଲେକ୍ଟ୍ରୋନ୍ ଗତିଶୀଳତା କ୍ଷେତ୍ରରେ ଅଧ୍ୟୟନ ପାଇଁ ସେମାନଙ୍କୁ ନୋବେଲ୍ ଦିଆଯିବ । ନୋବେଲ୍ ଘୋଷଣା କରୁଥିବା ଟିମ୍ କହିଛନ୍ତି ଯେ, ଏହି ତିନି ଜଣ ନୋବେଲ ବିଜେତା ମାନବଜାତିକୁ ପରମାଣୁ ଏବଂ ଅଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ୍ ଡାଇନାମିକ୍ସକୁ ଅନୁସନ୍ଧାନ କରିବା ପାଇଁ ନୂତନ ସାଧନ ଦେଇଛନ୍ତି । ସେମାନେ ଆଲୋକର ଅତି କ୍ଷୁଦ୍ର କଣିକାକୁ ସୃଷ୍ଟି କରିବାର ଏକ ଉପାୟ ପ୍ରଦର୍ଶନ କରିଛନ୍ତି ଯାହା ଇଲେକ୍ଟ୍ରୋନ୍ ଗତି କିମ୍ବା ପରିବର୍ତ୍ତନ ପ୍ରକ୍ରିୟାକୁ ମାପିବା ପାଇଁ ବ୍ୟବହୃତ ହୋଇପାରିବ । ସେହିପରି ମେଡିସିନ୍ ପାଇଁ ୨ ବୈଜ୍ଞାନିକ ପାଇବେ ନୋବେଲ୍ ପୁରସ୍କାର । ସେମାନେ ହେଲେ ହଙ୍ଗେରୀ-ଆମେରିକାନ୍ ନାଗରିକ କାଟାଲିନ୍ କାରିକୋ ଓ ଆମେରିକା ନାଗରିକ ଡ୍ରିଉ ୱିଜମ୍ୟାନ ।

MrNA-କୋଭିଡ ଭ୍ୟାକ୍ସିନ୍ କ୍ଷେତ୍ରରେ ଗବେଷଣା ପାଇଁ ୨ ବୈଜ୍ଞାନିକଙ୍କୁ ମନୋନୀତ କରାଯାଇଛି । ଗତକାଲି ସେମାନଙ୍କ ନାଁ ଘୋଷଣା ହୋଇଥିବା ଆଜି ଅ୍ଧମ ୩ଜଣଙ୍କନାମ ପ୍ରକାଶ ପାଇଛଇ । ସୂଚନାମୁତାବକ , ପ୍ରଥମ ଥର ୧୯୦୧ରେ ନୋବେଲ୍ ପୁରସ୍କାର ଦିଆଯାଇଥିଲା । ୧୯୬୮ରେ ସ୍ୱିଡେନ୍‌ର ସେଣ୍ଟ୍ର୍ରାଲ ବ୍ୟାଙ୍କ୍ ଏଥିରେ ଆଉ ଏକ କାଟେଗୋରୀ ଇକୋନୋମିକ୍ ସାଇନ୍େସସ୍‌କୁ ଯୋଡ଼ିଥିଲା । ନୋବେଲ ପୁରସ୍କାର ପାଇଥିବା ବ୍ୟକ୍ତିତ୍ୱଙ୍କୁ ଏକ ଡିପ୍ଲୋମା, ଏକ ମେଡାଲ୍ ସହ ୧୦ ମିଲିୟନ ସ୍ୱିଡିଶ୍ କ୍ରୋନାର ନଗଦ ରାଶି ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ଅଲ୍‌ଫ୍ରେଡ୍ ନୋବେଲ୍‌ଙ୍କ ପୁଣ୍ୟତିଥି ଅର୍ଥାତ୍ ଡିସେମ୍ବର ୧୦ରେ ପ୍ରଦାନ କରାଯାଏ ।

Advertisement

Leave a Reply

Your email address will not be published. Required fields are marked *