Pratidin TV

Odisha's Digital News Platform

ପରିବାର ଲୋକଙ୍କୁ ଭିଡିଓ କଲ କଲେ, ତାଙ୍କ ସାମ୍ନାରେ ନିଜକୁ ଗୁଳି ମାରିଦେଲେ…

1 min read

ଉତ୍ତରପ୍ରଦେଶ: ପରିବାର ସଦସ୍ୟଙ୍କ ଆଗରେ ଜୀବନ ହାରିଦେଲେ ଯୁବକ । ପରିବାର ଲୋକେ ଯେତେ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ କାହାର କଥା ଶୁଣିଲେନି । ଆଉ ତାଙ୍କ ପାଖକୁ ଚାହିଁ ମଧ୍ୟ କେହି ଯାଇପାରିଲେ ନାହିଁ । ଶେଷରେ ସମସ୍ତଙ୍କ ସାମ୍ନାରେ ନିଜକୁ ନିଜେ ଗୁଳି କରି ଦେଇଥିଲେ ଯୁବକ । ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଏପରି ଏକ ଅଭବନୀୟ ଘଟଣା । ଆଉ ମୃତକ ଜଣଙ୍କ ହେଉଛନ୍ତି ଅଲିଗଞ୍ଜ ଥାନା ଅଧିନ ତ୍ରବେଣୀ ନଗରର ମୁକେଶ । ତେବେ ମୁକେଶ ପରିବାର ସଦସ୍ୟଙ୍କୁ ଭିଡିଓ କଲରେ ରଖି ସେମାନଙ୍କ ସାମ୍ନାରେ ଜୀବନ ହାରି ଦେଇଥିଲେ । ପରିବାର ଲୋକ ଯେତେ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କାହାରି କଥା ଶୁଣିନଥିଲେ ।


ସୂଚନା ମୁତାବକ ମୁକେଶ ବ୍ୟବସାୟ କରୁଥିଲେ । କିନ୍ତୁ କରୋନା ସମୟରେ ବ୍ୟବସାୟ ସ୍ଥଗିତ ଥିବାରୁ ବହୁତ ଦିନ ଧରି ତାଙ୍କ ବ୍ୟବସାୟରେ ସେ କ୍ଷତି ସହିଥିଲେ । ଯାହାଫଳରେ ସେ ଚିନ୍ତାରେ ରହିଥିଲେ । ଲଗାତାର ଭାବରେ ବ୍ୟବସାୟରେ କ୍ଷତି ଘଟିଥିଲା । ଯେଉଁଥିପାଇଁ ସେ ବିଭିନ୍ନ ନିଶାଦ୍ରବ୍ୟ ସେବନ କରିଥିଲେ । ପରେ ସେ କିଛି ପେଟ ଜନିତ ରୋଗରେ ପଡିତ ମଧ୍ୟ ଥିଲେ । ଏହି ସବୁକୁ ଚିନ୍ତା କରି ମୁକେଶ ଶେଷରେ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଇଛି । ରବିବାର ସନ୍ଧ୍ୟାରେ ମୁକେଶ ଫ୍ୟାମିଲି ଗ୍ରୁପରେ ଭିଡିଓ କଲ କରିଥିଲେ । ପରେ ଭଉଣୀଙ୍କୁ ତାଙ୍କ ମାଙ୍କର ଯତ୍ନ ନେବାକୁ କହିବା ସହ ନିଜେ ଜୀବନ ହାରିବାକୁ ଯାଉଛନ୍ତି ବୋଲି କହିଥିଲେ । ଏହି ସମୟରେ ପରିବାର ଲୋକେ ତାଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କାହା କଥା ନଶୁଣି ନିଜକୁ ନିଜେ ଗୁଳି କରି ଦେଇଥିଲେ । ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୁକେଶଙ୍କ ମୃତଦେହକୁ ଜବତ କରିବା ବ୍ୟବଚ୍ଛେଦ ପାଇଁ ପଠାଇଛି ।

Advertisement

Leave a Reply

Your email address will not be published. Required fields are marked *