Pratidin TV

Odisha's Digital News Platform

ପ୍ରେମ କରି ବାହା ହେଲେ କାହିଁକ ଦମ୍ପତ୍ତିଙ୍କୁ କାନ୍ଦିବାକୁ ପଡେ, ଜାଣନ୍ତୁ ୧୦ ଟି କାରଣ…

1 min read

ନାଟ୍ୟକାର ଅନନ୍ତ ଓଝା ଲେଖିଛନ୍ତି ଯାହାକୁ ପ୍ରେମ କରିବ କେବେ ବାହାହେବନି, ଆଉ ଯାହାକୁ ବିବାହ କରିବ ସବୁବେଳେ ପ୍ରେମ କରିବ। ବିବାହ ଏକ ସାମାଜିକ ଆବଶ୍ୟକତା।ହେଲେ ଦାୟିତ୍ଵ ଅଭିଳାଷ ପୂରଣ, ସାମାଜିକ ସୁରକ୍ଷା।ବଂଶ ବୃଦ୍ଧି ପାଇଁ ଆଜିର ଯୁବକ ଯୁବତୀ ଏହାକୁ ଦେଖିବା ଅପେକ୍ଷା ଏକ ଭଲ ପାର୍ଟନର ସହ ଜୀବନ ବିତେଇ ପରସ୍ପର କୁ ସପୋର୍ଟ କରୁଥିବା ମନର ମଣିଷ ଖୋଜିବାକୁ ବେଶୀ ପସନ୍ଦ କରନ୍ତି ଯୁବପିଢି। ଯେଉଁଥିପାଇଁ ଆରେଞ୍ଜ ମ୍ୟାରେଜ୍ ଅପେକ୍ଷା ଲଭ୍ ମ୍ୟାରେଜ ଅଧିକ ପସନ୍ଦ କରନ୍ତି। ପ୍ରେମ ବିବାହ ଅନେକ ଆଶା ଓ ସୁନେଲି ସ୍ବପ୍ନ ନେଇ ହୁଏ ହେଲେ, ପରବର୍ତ୍ତୀ ସମୟରେ ଏହା ଅଧିକାଂଶ ତାସଘର ପରି ଭାଙ୍ଗିଯାଏ ଓ ଜୀବନରେ କଳା ବାଦଲ ଭରିଯାଏ।

ଏହାର ମୁଖ୍ୟ ୧୦ କାରଣ ଚାଲନ୍ତୁ ଆଲୋଚନା କରିବା

Advertisement

୧. ପ୍ରେମ ବିବାହ ପରେ ନାରୀ ଓ ପୁରୁଷ ମଧ୍ୟରେ ନୂତନ ଅନୁଭୂତି କିଛି ନଥାଏ। ଉଭୟ ପରସ୍ପରକୁ ଜାଣିଥିବା କାରଣରୁ ଯେବେ ଉଭୟ ଏକସଙ୍ଗେ ଦିନ ଓ ରାତି ବିତେଇବା ଆରମ୍ଭ କରନ୍ତି, ସେତେବେଳେ କିଛି ନୂଆ ସମ୍ଭାବନା ଅପେକ୍ଷା ସବୁ କିଛି ପୁରୁଣା ପୁରୁଣା ଲାଗିବା ଆରମ୍ଭ କରେ।

୨. ବିବାହ ଆଗରୁ ପ୍ରେମୀଯୁଗଳ କିଛି କିଛି ସମୟ ପରସ୍ପର ସହ ବିତାଉଥିବା ବେଳେ, ବିବାହ ହୋଇଗଲେ ସବୁ ସମୟ ଏକା ସାଙ୍ଗରେ ବିତେଇବାକୁ ପଡେ। ଯାହା ଦ୍ଵାରା ଝଗଡ଼ା ହେବା ସମ୍ଭାବନା ବି ଥାଏ ଯଦିଓ ବିବାହ ଆଗ ଝଗଡ଼ା ଓ ପରେ ଝଗଡ଼ା ଅଲଗା ଅଲଗା ଥାଏ।

୩. ଏହା କାହିଁକି ଲାଗେ ? ବାହାଘର ପରେ ପ୍ରେମ କରୁଥିବା ସେ ଝିଅ ଓ ପୁଅ ସ୍ବାମୀ ସ୍ତ୍ରୀ ହେବାପରେ ବଦଳି ଯାଆନ୍ତି। କାରଣ ବିବାହ ଆଗରୁ ଅନ୍ୟକୁ ଇମ୍ପ୍ରେସ୍ କରିବାକୁ ମନୁଷ୍ୟ ପୁଅ ହେଉ ବା ଝିଅ ଏକ ରୂପ ଧାରଣ କରିଥାନ୍ତି । ହେଲେ ବିବାହ ପରେ ଏହି ରୂପ ବା ବ୍ୟକ୍ତିତ୍ଵ ବଦଳି ଯାଏ। କାରଣ ଯାହାକୁ ମନ ଖୋଜେ ସେ ମିଳିଯିବା ପରେ ମିଛ ବ୍ୟକ୍ତିତ୍ଵ ଆବରଣ ଆବଶ୍ୟକତା ପଡେନି। ପାଇବାକୁ ଥିବା ସେ ଆବେଗ, ସେ ଅତୁରତା ଓ ପାଗଲପଣ ସବୁ ଶେଷ ହେଇଯାଏ। ଯାହା ଦ୍ଵାରା ଲାଗେ ଯେଉଁ ପ୍ରେମ ଆଗରୁ ଥିଲା ତାହା ଆଉ ନାହିଁ।

୪. କୁହନ୍ତି ମନୁଷ୍ୟ ଆଶା ହିଁ ମନୁଷ୍ୟକୁ କଷ୍ଟ ଦିଏ। ପ୍ରେମ ସମ୍ପର୍କରେ ପୁଅ ଝିଅ ନିଜ ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ଦେଖନ୍ତି। ହେଲେ ପରିସ୍ଥିତି, ପରିବାର, ସାମାଜିକ ଓ ଆର୍ଥିକ ଅବସ୍ଥା ରେ ତାହା ଭାଙ୍ଗିଯାଏ। ଯାହା ଅନେକ ଗ୍ରହଣ କରି ପାରନ୍ତି ନାହିଁ। ଯାହା ଦ୍ଵାରା ବିବାହ ଆଗରୁ ଦେଖୁଥିବା ସ୍ବପ୍ନ ପୂରଣ ହେବା ଲାଳସା ସମ୍ପର୍କ କୁ ବିବାହ ପରେ ପାଣିଚିଆ କରିଦିଏ। ଅନ୍ୟ କ୍ଷେତ୍ରରେ ପୁଅ ଓ ଝିଅ ପରିବାର ସହ ବ୍ୟବହାର ବି ଏ ସବୁ ଉପରେ ପ୍ରଭାବ ପକାଏ।

୫. ପ୍ରେମ ବିବାହ ପରେ ପ୍ରେମୀ ଯୁଗଳ ଭାବନ୍ତି ବା ଅନୁଭବ କରନ୍ତି ଯେ ଆଗଭଳି ସମୟ ଉଭୟ ପରସ୍ପର କୁ ସେମାନେ ଦେଉ ନାହାଁନ୍ତି। ଯାହା ପଛର କାରଣ ଉଭୟଙ୍କ ମଧ୍ୟରେ ଆକର୍ଷଣର ଅଭାବ ଥାଏ। ଯେହେତୁ ଅନେକ ସମୟ ହେବ ଉଭୟ ଉଭୟଙ୍କ ମନ, ଶରୀର, ମାନସିକ ସ୍ଥିତି ଜାଣି ସାରିଥାନ୍ତି। ସେଥିପାଇଁ ଆକର୍ଷଣ କମିଯାଏ କାରଣ ସେମାନେ ଜାଣନ୍ତି କିଛିବି କଲେ ଏହାର ନୂଆ ସମ୍ଭାବନା ରହିବା କଷ୍ଟକର।

୬. ବିବାହ ଏକ ନୂଆ ଜୀବନ ପ୍ରାରମ୍ଭ, ବିବାହ ଏକ ବଡ଼ ଦାୟିତ୍ଵ ହେଲେ ପ୍ରେମୀ ଯୁଗଳ ବିବାହ ପରେ ଏହି ଦାୟିତ୍ଵ ସମାନ ସମାନ ନେବା ପରିବର୍ତ୍ତେ ପରସ୍ପର ଉପରେ ଏହାକୁ ପକେଇବାକୁ ଚେଷ୍ଟା କରନ୍ତି। ଯାହା ଅନେକ ସମୟରେ ତିକ୍ତତା ଓ ଝଗଡ଼ା ରୂପ ନିଏ। ଏହା ଆରେଞ୍ଜ ମ୍ୟାରେଜ୍ ରେ ବି ହୁଏ ହେଲେ ଲଭ୍ ମ୍ୟରେଜ୍ରେ ଏହାର ପ୍ରଭାବ ବହୁତ୍ ଅଧିକ ଥାଏ। ଯାହା ସମ୍ପର୍କ ରେ ଫାଟ ସୃଷ୍ଟି କରେ।

୭. ଜୀବନ ଏକ ସୋପାନ ଏହାକୁ ଚଢ଼ିବା ସହଜ ନୁହେଁ। ବିବାହରେ କେବଳ ଜଣେ ଏହାକୁ କେବେ ପାର କରି ପାରିବନି। ଶରୀର ଆକର୍ଷଣ ପରେ ମନକୁ ଓ ମାନସିକ ସ୍ଥିତି ବୁଝିବା ବି ଆବଶ୍ୟକ। ପ୍ରେମୀ ଯୁଗଳ ବିବାହ ପରେ ନିଜ ମାନସିକ ସ୍ଥିତିରେ ପରିବର୍ତ୍ତନ ଆଣନ୍ତି ହେଲେ ଏହି ପରିବର୍ତ୍ତନ ନୂଆ ଥାଏ । ପୁରୁଣା ଲୋକ ପାଖେ କିଛି ନୂଆ ପରିବର୍ତ୍ତନ ଅନେକ ସମୟରେ ଆପଣେଇବାକୁ କଷ୍ଟ ହୁଏ ଯାହା ସେ ପୁରୁଣା ଆଶା ଭାଙ୍ଗିଦିଏ।

୮. ଆରେଞ୍ଜ୍ ମ୍ୟାରେଜ୍ରେ ପରସ୍ପର ଠାରୁ ଆଶା ବହୁତ୍ କମ୍ ଥାଏ ହେଲେ ପ୍ରେମ ବିବାହରେ ଅଧିକ ରୁହେ। ଯେବେ ଆଶା ପୂରଣ ନହୁଏ, ତେବେ ଏହା ପ୍ରଭାବ ବିବାହ ଉପରେ ପଡେ। ବିବାହ ଆଗରୁ ଓ ପରେ ପରସ୍ପରକୁ ମିଳୁଥିବା ସ୍ଵାଧୀନତା ବି କମ୍ ବେଶୀ ହୁଏ ଯାହା ପ୍ରେମ ବିବାହକୁ ଶ୍ୱାସରୁଦ୍ଧ କରିଦିଏ।

୯. ଜୀବନର ଚିତ୍ର ବଦଳେ। ସେ ବଦଳୁଥିବା ଚିତ୍ର କୁ ସ୍ବୀକାର କରିବା ଆବଶ୍ୟକ ଯାହାକୁ ପ୍ରେମ କରି ବିବାହ କରିଥିଲେ ସେ ସମୟ ସହ ବଦଳିବ, ତେବେ ନିଜକୁ ଯେମିତି ସ୍ବୀକାର କରୁଛନ୍ତି ସେମିତି ସାମ୍ନା ଲୋକଙ୍କୁ କଲେ କୌଣସି ସମସ୍ୟା ହେବନାହିଁ।ହେଲେ ମଣିଷ ମନ ଏତେ ସରଳ ନୁହେଁ।

୧୦. ଜୀବନ ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତରେ ନୂଆ, ନୂଆ ଆପଣେଇବାକୁ ସାହାସ ଆବଶ୍ୟକ। କାରଣ ସାହାସ ହିଁ ପ୍ରକୃତ ପ୍ରେମ। ସତ ଗୋଲାପ ଫୁଲ ଶୁଖିଯାଏ, ମିଛ କାଗଜ ଫୁଲ ସବୁଦିନ ରୁହେ। ନାରୀ ପୁରୁଷ ପ୍ରେମ ସାସ୍ୱତ ହେଲେ ଏହା ସିଏ ବୁଝି ପାରିବ ଯିଏ ନିଜକୁ ସବୁ ସ୍ଥିତି ଓ ସମୟରେ ଭଲ ପାଇଥିବ। ପ୍ରେମ ମୂଳଦୁଆ ଶକ୍ତ ଥିଲେ ବିବାହ ଏହାର ପରୀକ୍ଷା, ଯେଉଁଥିପାଇଁ ଅନେକ ଫେଲ ହେବାବେଳେ ଖୁବ୍ କମ୍ ପାସ କରନ୍ତି।

ବିବାହ ଏକ ସୁଯୋଗ ଏହାକୁ ଆରେଞ୍ଜ ବା ଲଭ୍ ରେ କରନ୍ତୁ ଆପଣଙ୍କ ଇଚ୍ଛା। ହେଲେ ନିଜ ପାର୍ଟନରକୁ ତାଙ୍କ ହିସାବରେ ସ୍ବୀକାର କରନ୍ତୁ। କାହାକୁ ବଦଳେଇବା ସବୁଠୁଁ ବଡ଼ ପାପ। ଯାହାକୁ ବାନ୍ଧିବେ ନିଜେ ବି ବାନ୍ଧି ହେଇଯିବେ। ଏଣୁ ସ୍ଵାଧୀନତା ରେ ବଞ୍ଚିବାକୁ ହେଲେ ଅନ୍ୟ ସ୍ଵାଧୀନତା କୁ ସମ୍ମାନ ଦେବାସହ ନିଜ ସ୍ଵାଧୀନତା ସହ ସାଲିସ କରନ୍ତୁ ନାହିଁ। ପ୍ରକୃତ ପ୍ରେମ ମୁକ୍ତି, ବାକି ପ୍ରେମ ନାଁ ରେ ଅନେକ ବାନ୍ଧିବାକୁ ହିଁ ଚେଷ୍ଟା କରନ୍ତି। ତେବେ ସେ ବନ୍ଧନ ଆପଣ ଆପଣେଇବେ ବା ଛିଡେଇବେ ତାହା ଆପଣଙ୍କ ଉପରେ ନିର୍ଭର କରେ।

Leave a Reply

Your email address will not be published. Required fields are marked *