ପ୍ରତ୍ୟାହାର ହେବନି ଅଗ୍ନିପଥ: ପ୍ରେସମିଟରେ ସୂଚନା ଦେଲେ ୩ ସେନାମୁଖ୍ୟ
1 min readନୂଆଦିଲ୍ଳୀ: ଭାରତୀୟ ସେନାରେ ଅଗ୍ନିବୀରଙ୍କ ସାମିଲକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବା ବେଳେ ପ୍ରେସମିଟ୍ କରି ୩ ସେନାମୁଖ୍ୟ ସୂଚନା ଦେଇଥିଲେ । ଏହା ସହିତ କୌଣସି ବି ପରସ୍ଥିତିରେ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ହେବ ନାହିଁ ବୋଲି ସୂଚନା ଦେଇଛନ୍ତି । ଏହା ସହିତ ହିଂସାରେ ସାମିଲ ହେବା ଦ୍ୱାରା ସେନାର ଦ୍ୱାର ବନ୍ଦ ହୋଇଯିବ ବୋଲି ସେନାମୁଖ୍ୟ ମାନେ ସୂଚନା ଦେଇଥିଲେ ।
ସେନାର ହାରାହାରି ବୟସ ୩୨ ବର୍ଷ ରହିଛି, ଏହାକୁ ଆମେ କମ୍ କରି ୨୬ ବର୍ଷ କରିବାକୁ ଚେଷ୍ଟା କରୁଛୁ । ଲେଫ୍ଟନାଣ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି ଯେ ଯୁବକ ଅଧିକ ରିସ୍କ ନେଇଥାନ୍ତି ଯାହା ସମସ୍ତଙ୍କୁ ଜଣା ଅଛି । ସେ କହିଥିଲେ ଯେ ୧୯୮୯ ରେ ଏହି ଯୋଜନା ଉପରେ ବିଚାର କରିବା ଆରମ୍ଭ ହୋଇଥିଲା ଏବଂ ଏହାକୁ ଲାଗୁ କରିବା ପୂର୍ବରୁ ଅନେକ ଦେଶର ସେନାରେ ନିଯୁକ୍ତି ପ୍ଲାନର ଅଧ୍ୟୟନ କରାଯାଇଥିଲା ।
ଲେଫ୍ଟନାଣ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି ଯେ ‘ଅଗ୍ନିବୀର’ଙ୍କୁ ସିୟାଚୀନ ଏବଂ ଅନ୍ୟ କ୍ଷେତ୍ରରେ ନିୟୋଜିତ ସେନା ଯବାନଙ୍କ ପରି ଭତ୍ତା ମିଳିବ । ସେବା ସର୍ତ୍ତରେ ସେମାନଙ୍କ ସହ ଭେଦଭାବ କରାଯିବନାହିଁ । ଯେଉଁ କପଡ଼ା ଜବାନ ପିନ୍ଧୁଛନ୍ତି ସେହି କପଡ଼ା ଅଗ୍ନିବୀର ପିନ୍ଧିବେ, ଯେଉଁଠାରେ ଯବାନ ଖାଦ୍ୟ ଖାଉଛନ୍ତି ସେଠାରେ ଅଗ୍ନିବୀର ଖାଦ୍ୟ ଖାଇବେ । ଯେଉଁଠାରେ ସେନା ଯବାନ ରହୁଛନ୍ତି ସେହିଠାରେ ଅଗ୍ନିବୀର ହିଁ ରହିବେ ।