Pratidin TV

Odisha's Digital News Platform

ଆପ ପାଇଁ କଣ୍ଟା ସାଜୁଛି ମଦ ଦୁର୍ନୀତି ମାମଲା , ସାଂସଦ ସଞ୍ଜୟ ସିଂଙ୍କ ଘରେ ପହଞ୍ଚିଲା ଇଡି..

1 min read

ନୂଆଦିଲ୍ଲୀ : ଦିଲ୍ଲୀର ମଦ ଦୁର୍ନୀତି ଏବେ ଆମ୍ ଆଦମୀ ପାର୍ଟି ସରକାରଙ୍କ ବେକରେ କଣ୍ଟା ପାଲଟିଛି । ଆଜି ଇଡି ଦଳ ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ବାସଭବନରେ ଚଢାଉ କରିଛି । ଇଡି ସଂଜୟଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସକାଳ ପ୍ରାୟ ସାତଟା ବେଳେ ପହଞ୍ଚିଥିଲା । ଏହି ସମୟ ମଧ୍ୟରେ ସିଆରପିଏଫ ଯବାନମାନଙ୍କୁ ମଧ୍ୟ ବାହାରେ ନିୟୋଜିତ କରାଯାଇଥିଲା । ସବୁଠାରୁ ବଡ କଥା ହେଉଛି ସଂଜୟ ସିଂଙ୍କ ପୂର୍ବରୁ ଇଡି ମଧ୍ୟ ତାଙ୍କ ସହଯୋଗୀମାନଙ୍କ ଉପରେ ରେଡ କରିସାରିଛି । ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଏକ୍ସାଇଜ୍ ବିଭାଗର ଦାୟିତ୍ୱରେ ଥିବାରୁ ତାଙ୍କୁ ଜେଲରେ ରଖାଯାଇଛି ।

ସୂଚନା ଅନୁଯାୟୀ , ୨୦୨୧ ମସିହା ନଭେମ୍ବର ମାସରେ ଦିଲ୍ଲୀ ସରକାର ନୂତନ ଏକ୍ସାଇଜ୍ ପଲିସି ୨୦୨୧-୨୦୨୨ କାର୍ଯ୍ୟକାରୀ କରିଥିଲେ । ଏହି ନୀତି ପ୍ରଣୟନ ହେବା ପରେ ରାଜ୍ୟର ବ୍ୟବସାୟୀମାନେ ରିହାତି ମୂଲ୍ୟରେ ଗ୍ରାହକଙ୍କୁ ମଦ ବିକ୍ରି କରିବା ଆରମ୍ଭ କରିଥିଲେ । ପରେ ଲେଫ୍ଟନାଣ୍ଟଗଭର୍ଣ୍ଣର ଭି.କେ ସକ୍ସେନା ନୂତନ ଏକ୍ସାଇଜ୍ ନୀତି ଉପରେ ସରକାରଙ୍କଠାରୁ ରିପୋର୍ଟ ମାଗିଥିଲେ । ଯେତେବେଳେ ମୁଖ୍ୟ ସଚିବ ଏହି ରିପୋର୍ଟକୁ ହସ୍ତାନ୍ତର କରିଥିଲେ, ସେତେବେଳେ ଟେଣ୍ଡର ପ୍ରକ୍ରିୟାରେ ନିୟମ ଏବଂ ତ୍ରୁଟିର ଉଲ୍ଲଂଘନ ବିଷୟରେ ଉଲ୍ଲେଖ କରାଯାଇଥିଲା । ବେସରକାରୀ କମ୍ପାନୀମାନଙ୍କୁ ଲାଭ ଦେଇ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ନୂତନ ମଦ ନୀତିରେ ଅନିୟମିତତା ସମ୍ପର୍କରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ତଦନ୍ତ କରିବାକୁ ପରାମର୍ଶ ଦେଇଥିଲେ । ତଦନ୍ତ ପରେ ସିବିଆଇ ନୂତନ ଏକ୍ସାଇଜ୍ ପଲିସି ତିଆରି ତଥା କାର୍ଯ୍ୟକାରୀ କରିବାରେ ଅନିୟମିତତା ତଥା ଦୁର୍ନୀତି ବିରୋଧରେ ଏକ ମାମଲା ରୁଜୁ କରି ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ ପ୍ରମାଣ କରିଥିଲା । ପରେ ସିବିଆଇ ସିସୋଦିଆଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଥିଲା । ପରେ ଇଡି ମଧ୍ୟ ଏହି ମାମଲାରେ ସିସୋଦିଆଙ୍କୁ ଗିରଫ କରିଥିଲା । ତଦନ୍ତ ମଧ୍ୟରେ ଦିଲ୍ଲୀ ସରକାର ନୂତନ ଏକ୍ସାଇଜ୍ ପଲିସି ପ୍ରତ୍ୟାହାର କରି ନେଇଛନ୍ତି । ଦିଲ୍ଲୀରେ ମଦ ବିକ୍ରୟ ତଥା ଚୁକ୍ତିନାମା ବାର୍ ଚଳାଇବା ପାଇଁ ଲାଇସେନ୍ସ ପ୍ରଦାନ ପାଇଁ ଏକ ନୂତନ ଏକ୍ସାଇଜ୍ ନୀତି କାର୍ଯ୍ୟକାରୀ କରାଯାଇଥିଲା । ନୀତି ମାଧ୍ୟମରେ ହୋଟେଲ, ବାର, କ୍ଲବ ଏବଂ ରେସ୍ତୋରାଁ ମାଲିକମାନଙ୍କୁ ସକାଳ ୩ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଗଲା । ଏଥି ସହିତ, କିଛି ଲୋକଙ୍କୁ ଦିନକୁ ୨୪ ଘଣ୍ଟା ଦୋକାନ ଖୋଲିବା ପାଇଁ ଲାଇସେନ୍ସ ଦିଆଯାଇଥିଲା । ଏହି ନୀତି ଅନୁଯାୟୀ ଦିଲ୍ଲୀକୁ ୩୨ ଟି ଜୋନେରେ ବିଭକ୍ତ କରି ଲାଇସେନ୍ସ ପ୍ରଦାନ କରାଯାଇଥିଲା । ପରେ ଦିଲ୍ଲୀ ସରକାର ଲାଇସେନ୍ସ ପ୍ରଦାନରେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା ।

Advertisement


ଜଣାଉ ଦେଉଛୁ କି ଇଡି ଦିଲ୍ଲୀରେ ମଦ ବିକ୍ରୟ ଘୋଟାଲା ମାମଲାରେ ପୂବ ଚାର୍ଜସିଟ ଦାଖଲ ହୋଇ ସାରିଥିଲା । ଯେଉଁଥିରେ ସଂଜୟଭ୍‌କ ନାମ ଲେଖା ରହିଛି । ପୂର୍ବଥର ମଧ୍ୟ ଇଡି ସଂଜୟଙ୍କ ବାସଭବନ ପହଞ୍ଚିଥିଲା ଏହାପରେ ଆପର ଏହି ସଂସଦ ଇଡି ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ । ସେତେବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ଜବାବରେ କହିଥିଲା ଯେ ରାହୁଲ ସିଂଙ୍କଜାଗାରେ ଭୁଲ ବସତଃ ସଂଜୟଙ୍କ ନାମ ଚାର୍ଗ ସିଟରେ ଉଲ୍ଲେଖ ହୋଇ ଯାଇଛି । ତେବେ ଏହି ଘଟଣାଟି ସେଠାରେ ହିଁ ବନ୍ଦ ହୋଇ ଯାଇଥିଲା । ଏବେ ପୁଣି ଥରେ ଏହି ଘଟଣାରେ ସଂଜୟ ସିଂହ ଇଡିର ରାଡର ରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *