Pratidin TV

Odisha's Digital News Platform

ବ୍ରିଜ ତଳକୁ ଖସି ହୁତହୁତ ହୋଇ ଜଳିଲା ବସ୍‌, ୨୧ ଜୀବନ୍ତଦଗ୍ଧ

1 min read

ପୁଣି ଘଟିଲା ଛାତିଥରା ଭୟଙ୍କର ଦୁର୍ଘଟଣା । ଆଉ ଚାହୁଁ ଚାହୁଁ ଚାଲିଗଲା ୨୧ ନିରୀହ ଜୀବନ । ପ୍ରତିଦିନ ଭଳି ବସରେ ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିବା ବେଳେ ସବୁଦିନ ପାଇଁ ଆଖିବୁଜିଲେ ଯାତ୍ରୀ । ପୋଲ ତଳକୁ ବସ୍ ଖସି ଅନେକ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । କିଏ ଅଫିସରୁ ଘରକୁ ଫେରୁଥିଲା ତ କିଏ ସ୍କୁଲରୁ ଛୁଟି ହୋଇ ନିଜ ଘରକୁ ଫେରୁଥିଲା । ଆଉ ସେମାନଙ୍କ ଫେରିବା ବାଟକୁ ଜଗି ବସିଥିଲା ଯବ । ଗନ୍ତବ୍ୟସ୍ଥଳକୁ ଯାତ୍ରୀମାନେ ଯାଉଥିବାବେଳେ ଘଟିଗଲା ଏହି ଭୟଙ୍କର ଦୁର୍ଘଟଣା । ତେବେ ଇଟାଲୀର ଭେନିସ ଠାରେ ଘଟିଯାଇଛି ଏହି ଅଭାବନୀୟ ଘଟଣା । ଏକ ବସ୍ ପୋଲ ତଳକୁ ଖସି ପଡ଼ିଥିଲା । ବ୍ରିଜରୁ ଖସି ପଡ଼ିବା ପରେ ବସରେ ଲାଗିଥିଲା ନିଆଁ । କାରଣ ଏହା ମିଥେନ ଗ୍ୟାସରେ ଚାଲୁଥିବା ବସ ଥିଲା ।

ଯାହାଫଳରେ ହୁତୁହୁତୁ ହୋଇ ଜଳିଉଠିଥିଲା ବସ୍ । ବସ୍ ଭିତରେ ଥିଲେ ଅନେକ ଯାତ୍ରୀ । ନିଆଁ ଲାଗିବାରୁ ବସରୁ ଶୁଭିଥିଲା ଚିତ୍କାର ଶଦ୍ଦ । ଜୀବନ ବଂଚାଇବା ପାଇଁ ବସ୍ ଭିତରୁ ବାହାରିବାକୁ ଚେଷ୍ଟା କରୁଥିଲେ ଯାତ୍ରୀ । କିନ୍ତୁ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଯାତ୍ରୀମାନେ ବସ୍‌ରୁ ବାହାରି ପାରିନଥିଲେ ଏବଂ ମାତ୍ର କିଛି ମିନଟରେ ୨୧ ଯାତ୍ରୀଙ୍କ ଜୀବନ୍ତ ଜଳିଗଲେ । ଏହି ଦୁର୍ଘଟଣାରେ ପାଖାପାଖି ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ସୂଚନା ଅନୁସାରେ ଯାତ୍ରୀଙ୍କୁ ନେଇ ବସ କ୍ୟାମ୍ପିଂ ଗ୍ରାଉଣ୍ଡକୁ ଯିବା ସମୟରେ ପାଖାପାଖି ୭ଟା୩୦ ମିନିଟରେ ଓଭରବ୍ରିଜରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମୃତ୍ୟୁ ସଂଖ୍ୟା ୨୧ ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ମୃତ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା କରାଯାଉଛି ।

Advertisement

ତେବେ ପୀଡ଼ିତ ଏବଂ ଆହତଙ୍କ ମଧ୍ୟରେ କେବଳ ଇଟାଲୀ ସହରର ଲୋକ ନୁହଁନ୍ତି ବରଂ ଅନ୍ୟ ଦେଶର ଲୋକମାନେ ମଧ୍ୟ ସାମିଲ ଥିଲେ । ଏହି ଭୟଙ୍କର ଦୁର୍ଘଟଣାରେ ଦେଶର ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ବ୍ୟାରିୟରକୁ ଭାଙ୍ଗିବା ପରେ ବସ୍‌ଟି ବ୍ରିଜରୁ ପାଖାପାଖି ୩୦ ମିଟର ତଳେ ଥିବା ରେଳ ଟ୍ରାକରେ ଖସି ପଡ଼ିଥିଲା । ଏହି ସମୟରେ ବସ୍‌ଟି ବିଦ୍ୟୁତ ତାର ସଂପର୍କରେ ଆସିଥିଲା ଫଳରେ ସଙ୍ଗେ ସଙ୍ଗେ ବସରେ ଲାଗିଥିଲା ନିଆଁ । ମିଥେନ ଗ୍ୟାସରେ ଚାଲୁଥିବାରୁ ବସ୍‌ରେ ନିଆଁ ଲାଗି ଯାଇଥିଲା ।

Leave a Reply

Your email address will not be published. Required fields are marked *