Pratidin TV

Odisha's Digital News Platform

ମାଆ ହେଲେ କପିଲ ଶର୍ମା ସୋର ଅଭିନେତ୍ରୀ ରୋଚେଲ, କନ୍ୟା ସନ୍ତାନକୁ କଲେ ସ୍ୱାଗତ..

1 min read

ମୁମ୍ବାଇ : ମାଆ ହେଲେ ଅଭିନେତ୍ରୀ ତଥା ବିଗବସ ୯ ଫେମ ରୋଚେଲ ରାଓ । ଏକ କନ୍ୟାସନ୍ତାନକୁ ସ୍ୱାଗତ କରିଛନ୍ତି କିଥ ସେକେରା ଏବଂ ରୋଚଲ ରାଓ । ଝିଅର ଜନ୍ମ ପରେ ଏହି ଦମ୍ପତି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି । ଦୀର୍ଘ ଦିନ ହେଲା ରୋଚେଲ ଏବଂ କିଟ୍ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ ।ଅପେକ୍ଷା ସରିଛି ଅକ୍ଟେବାର ୧ରେ ତାଙ୍କ ଘରକୁ କୁନି ଅତିଥି ଆସିଛି ।

ପୋଷ୍ଟଟି ସେୟାର କରିବାବେଳେ ଦମ୍ପତି ଲେଖିଥିଲେ – ସବୁଠାରୁ ବଡ ଆଶୀର୍ବାଦ ପାଇ ସେମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଆମ କୁନି ଝିଅ ଅକ୍ଟୋବର ୧ ,୨୦୨୩ ରେ ଜନ୍ମଗ୍ରହଣ କରିଛି । ଅଦମ୍ୟ ପ୍ରେମ ଏବଂ ସମର୍ଥନ ପାଇଁ ସମସ୍ତଙ୍କୁଧନ୍ୟବାଦ, ଆମେ ସମସ୍ତଙ୍କୁ ଭଲପାଉ । କିଥ ଆହୁରି କହିଛନ୍ତି ଯେ ସେ ସର୍ବଦା ଗୋଟିଏ ଝିଅ ଚାହୁଁଥିଲେ । ସେମାନଙ୍କର ଇଚ୍ଛା ଥିଲା ଯେ ସେମାନଙ୍କର ପ୍ରଥମ ଶିଶୁ ଏକ ଝିଅ ହେଉ । ଆଉ ଶେଷରେ ସେୟା ହୋଇଛି । ଏହି ଖବର ସେୟାର କରିବା ପରେ ଇଣ୍ଡଷ୍ଟ୍ରିର ବନ୍ଧୁ ଏବଂ ପ୍ରଶଂସକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।

Advertisement

କ୍ୟାରିୟର ବିଷୟରେ କହିବାକୁ ଗଲେ, ରୋଚେଲ ଟିଭିରେ ଅନେକ କମେଡି ସୋରେ କାମ କରିଛନ୍ତି ।କିଥ୍ ଏବଂ ରୋଚେଲ ବିଗ୍ ବସ୍ ର ସିଜନ୍ ୯ ରେ ପ୍ରତିଯୋଗି ଭାବେ ଅଂଶ ଗ୍ରହଣ କରିଥିଲେ । ଏବଂ ସେଠାରେ ସେମାନଙ୍କ ପ୍ରଥମ ସାକ୍ଷାତ ହୋଇଥିଲା । ଉଭୟଙ୍କ ପ୍ରେମ କାହାଣୀ ଶୋ’ରେ ଆରମ୍ଭ ହୋଇଥିଲା । ତେବେ ବିଗ୍ ବସ୍ ୯ ସମୟରେ, ଖବର ଆସିଥିଲା ଯେ ସୋ’ର ନିର୍ମାତା ଉଭୟଙ୍କୁ ଏକ ସମୟରେ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଏହା ହୋଇପାରିଲା ନାହିଁ । ଏହି ଦମ୍ପତି ୩ ମାର୍ଚ୍ଚ ୨୦୧୮ ରେ ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *