Pratidin TV

Odisha's Digital News Platform

ଦବିଲା ରେଳ ଧାରଣା ; ଅଧା ରାସ୍ତାରେ ଅଟକିଲା ଟ୍ରେନ, ହନ୍ତସନ୍ତ ଯାତ୍ରୀ ..

1 min read

ଜଳେଶ୍ୱର ; ପ୍ରବଳ ବର୍ଷା କାରଣରୁ ଦବିଲା ରେଳ ଧାରଣା । ଅଧା ବାଟରେ ଅଟକିଲା ଟ୍ରେନ । ସୂଚନା ଅନୁଯାୟୀ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବାଲେଶ୍ଵର ଜିଲ୍ଲା ପ୍ରବଳ ବର୍ଷା ହୋଇଥିଲା । ଫଳରେ ବାଲେଶ୍ଵର ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ଡାଉନ୍ ଲାଇନ ଦବି ଯାଇଛି ।

ଯାହା ଫଳରେ ଉକ୍ତ ଟ୍ରାକ ଦେଇ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି,ଅନ୍ୟ ଲାଇନରେ ମାତ୍ର ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି ଟ୍ରେନ । ଡାଉନ୍ ଲାଇନ ରେ ଆସୁଥିବା ଭଦ୍ରକ ଖଡ଼ଗପୁର ଲୋକାଲ ଅମରା ବ୍ରିଜ ନିକଟରେ ଅଟକି ରହିଛି । ଟ୍ରେନ ରେ ଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କିଛି ଯାତ୍ରୀ ଟ୍ରାକ ଉପରେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି ।ଏହାସହ ଡାଉନ ଲାଇନର ପାସେଂଜର ଓ ମାଲବାହୀ ଟ୍ରେନ ବାତିଲ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *