Pratidin TV

Odisha's Digital News Platform

ଆସୁଛି ନବରାତ୍ରୀ; ମାଆଙ୍କୁ ଖୁସି କରାଇବାକୁ ଅର୍ପଣ କରୁନ୍ତୁ ଏହି ଫୁଲ,ନହେଲେ ଅଧାରେ ରହିଯିବ ଆପଣଙ୍କ ପୂଜା..

1 min read

ଆଗକୁ ଆସୁଛି ଶାରଦୀୟ ଦୂର୍ଗା ପୂଜା । ଆଉ ମାତ୍ର ହାତ ଗଣତି ଦିନ ବଂଚିଛି । ତେବେ ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇ ଉଠିଛି । ଚାରିଆଡେ ପେଣ୍ଡାଲ ତିଆରି ଚାଲିଲାଣି । ତେବେ ଚଳିତ ମାସ ଅର୍ଥାତ ଅକ୍ଟୋବର ୧୫ରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ । ୯ ଦିନ ଧରି ଧରାପୃଷ୍ଠରେ ରହି ଶତୃର ବିନାଶ କରିବେ । ହେଲେ ଆପଣମାନେ ଜାଣିଛନ୍ତି କି ମାଆଙ୍କୁ ଆପଣମାନେ କିଭଳି ସନ୍ତୁଷ୍ଟ । ଯାହାଫଳରେ ଆପଣମାନେ ଭଲ ଫଳ ପାଇ ପାରିବେ ।ତେବେ ଆସନ୍ତୁ ଆଜି ଏ ବିଷୟ ଆମେ ଆପଣଙ୍କ କହିବୁ କେଉଁ ଫୁଲ ଦେଲେ ମାଆ ସନ୍ତୁଷ୍ଟ ହେବେ । ନବରାତ୍ରୀ ସମୟରେ ଆମେ ଦେବୀ ଦୁର୍ଗାଙ୍କୁ ପୂଜା କରୁ ଏବଂ ଉପବାସ ପାଳନ କରୁ । ଏଥିରେ, ନବଦୁର୍ଗାଙ୍କୁ ପୂଜା କରି ଜଣେ ସଫଳତା, ଶକ୍ତି, ବୁଦ୍ଧି ଇତ୍ୟାଦି ପ୍ରାପ୍ତ ହୁଏ । ନବରାତ୍ରିର ୯ ଦିନ ଦେବୀ ଦୁର୍ଗାଙ୍କୁ ସମର୍ପିତ କରାଯାଏ ।

ଯେଉଁଥିରେ ତାଙ୍କୁ ଖୁସି କରିବା ପାଇଁ ବିଭିନ୍ନ ପ୍ରୟାସ କରାଯାଏ ଯାହାଦ୍ୱାରା ଦେବୀ ତାଙ୍କୁ ଆଶୀର୍ବାଦ କରନ୍ତି, ସର୍ବଦା ତାଙ୍କୁ ସୁରକ୍ଷା ଦିଅନ୍ତି ଏବଂ ତାଙ୍କର ସବୁ ଇଚ୍ଛା ପୂରଣ କରନ୍ତି । ମାତା ଦୁର୍ଗାଙ୍କ ପୂଜାରେ ନାଲି ଫୁଲ ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ । ମାଆ ଏଥିରେ ସନ୍ତୁଷ୍ଟ ହୁଅନ୍ତି କାରଣ ନାଲି ମନ୍ଦାର ତାଙ୍କର ପ୍ରିୟ ଫୁଲ ଅଟେ । ଏହା ବିନା ନବରାତ୍ରୀ ପୂଜା ଅସମ୍ପୂର୍ଣ୍ଣ ବୋଲି ଧରାଯାଇ ଥାଏ । ସେହିଭଳି ମାଆଙ୍କୁ ନାଲି ରାଙ୍ଗର ଶାଢୀ ଚୁଡି ସନ୍ଦୁର ସବୁ ଅର୍ପଣ କରନ୍ତୁ । ନାଲି ରଙ୍ଗ ଶୁଭ, ଶକ୍ତି, ଧର୍ଯ୍ୟ ଏବଂ ସାହସର ପ୍ରତୀକ ଅଟେ । ମାତା ଦୁର୍ଗା ହେଉଛନ୍ତି ଆଦିଶକ୍ତି, ତେଣୁ ତାଙ୍କୁ ନାଲି ରଙ୍ଗର ଜିନିଷ ଦିଆଯାଏ । ନାଲି ରଙ୍ଗର ଚୁନାରି, ନାଲି ରଙ୍ଗର ଶାଢୀ, ନାଲି ରଙ୍ଗର ମନ୍ଦାର ଫୁଲ ଇତ୍ୟାଦି ମାଆଙ୍କ ପସନ୍ଦ ।

Advertisement

Leave a Reply

Your email address will not be published. Required fields are marked *