Pratidin TV

Odisha's Digital News Platform

ନିଶାଙ୍କ ପାଇଁ ଯାତ୍ରା ପେଣ୍ଡାଲରେ ଉତ୍‌କ୍ଷିପ୍ତ ହେଲେ ଦର୍ଶକ, ଷ୍ଟେଜକୁ ଫୋପଡିଲେ ଚେୟାର…

1 min read

ଅନୁଗୋଳ: ଯାତ୍ରା ପେଣ୍ଡାଲରେ ନିଶା ମହାରଣାଙ୍କ ପାଇଁ ଉଡିଲା ଚେୟାର । ଯାତ୍ରା ପେଣ୍ଡାଲକୁ ଅଳ୍ପ ସମୟ ପାଇଁ ଆସି ଫେରିଗଲେ ନିଶା । ଉତ୍‌କ୍ଷିପ୍ତ ହୋଇ ଉଠିଲେ ଦର୍ଶକ । ଆଉ ଷ୍ଟେଜକୁ ଫୋପଡିଲେ ଚେୟାର । କାହିଁକି ଯାତ୍ରା ପେଣ୍ଡାଲରେ ଅଳ୍ପ ସମୟ ରହି ଫେରିଗଲେ ନିଶା ତାହାକୁ ନେଇ ତାତିଲେ ଦର୍ଶକ । ଆଉ ପେଣ୍ଡାଲକୁ ଚେୟାର ଫୋପାଡିବା ସହ କରିଥିଲେ ହୋହାଲ୍ଲା । ପରେ ଯାତ୍ରା ଆୟୋଜକ ବୁଝାସୁଝା କରିବାରୁ ପରିସ୍ଥତି ଶାନ୍ତ ପଡ଼ିଥିଲା ।


ତେବେ ଏପରି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କିଶୋରନଗର ବରପଡ଼ିଆରେ । ଗତକାଲି ରାତିରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିବା ନିଶାମହାରଣାଙ୍କ ଷ୍ଟେଜ ଶୋ ଦେଖିବା ପାଇଁ ଲୋକମାନେ ଭିଡଜମାଇ ଥିଲେ । ହେଲେ ନିଶା ମହାରଣା ଯେତେବେଳେ ଷ୍ଟେଜ ଉପରକୁ ଆସିଥିଲେ । କିଛି ଦର୍ଶକ ତାଙ୍କୁ ଦେଖି ଖୁସି ହେଇଯାଇଥିଲେ । ଆଉ ଷ୍ଟେଜରେ କିଛି ସମୟ ପାଇଁ ରହି ନିଶା ଦଶର୍କ ମାନଙ୍କର ମନୋରଞ୍ଜନ କରିଥିଲେ । ପରେ ଫେରିଯାଇଥିଲେ । ହେଲେ ଅଳ୍ପ ସମୟ ପାଇଁ ଷ୍ଟେଜ ଶୋ କରି ପଳାଇଥିବାରୁ ରାଗି ଯାଇଥିଲେ ଦଶର୍କ । ଯାହାଫଳରେ ଷ୍ଟେଜ ପଉରକୁ ଚେୟାର ଫିଙ୍ଗି ହୋ ହାଲ୍ଲା କରିଥିଲେ । ତେବେ ନିଶାଙ୍କ ଶରୀର ଠିକ ନଥିବା କାରଣରୁ ସେ ପଳାଇଥିଲେ ବୋଲି ଯାତ୍ରା ଆୟୋଜକ କହିଥିଲେ । ଏହାପରେ ଯାଇ ପରିସ୍ଥିତି ଶାନ୍ତ ପଡିଥିଲା । ଏବଂ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତେବେ ନିଜକୁ ଓଡିଶାର ସନିଲିଓନ କହୁଥିବା ନିଶା ମହାରଣାଙ୍କୁ କିଛି ଲୋକ ନିନ୍ଦା କରୁଥିବା ବେଳେ ଆଉ କିଛି ଲୋକ ତାଙ୍କୁ ସର୍ମଥନ କରୁଛନ୍ତି ବୋଲି ଜଣାପଡିଛି ।ଯାହାର ଉଦାହରଣ ଗତ କାଲିର ଏହି ଘଟଣାରୁ ଅନୁମେୟ କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *