Pratidin TV

Odisha's Digital News Platform

ଏକ ତରଫା ପ୍ରେମ କରି ରାସ୍ତାରେ ନାବାଳିକାଙ୍କୁ ପିଟିଲେ ପ୍ରେମିକ…

1 min read

ଜଳେଶ୍ୱର: ଏକ ତରଫା ପ୍ରେମ କରିବା ପଡିଲା ମହଙ୍ଗା । ନାବାଳିକାକୁ ଏକ ତରଫା ପ୍ରେମ କରି ହଟହଟା ହେଲେ ଯୁବକ । ଯୁବକଙ୍କର ପ୍ରେମ ନିବେଦନରେ ନାବାଳିକା ରାଜି ନ ହେବୋରୁ ରାଗି ଗଲେ ଯୁବକ । ଆଉ ରାସ୍ତା ମଝିରେ କରିଲେ କିଛି ଏପରି । ହଁ ଆଜ୍ଞା ବାଲେଶ୍ୱର ଜଳେଶ୍ୱର ଥାନା ନାମ୍ପୋ ଗ୍ରାମର ଦେଖିବାକୁ ମିଳିଛି ଏଭଳି କାଣ୍ଡ । ଆଉ ଘଟଣାକୁ ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ନେଇ ଚିନ୍ତାରେ ନାବାଳିକା ପରିବାର ।


ସୂଚନା ମୁତାବିକ ୨୦୧୯ ମସିହା କୋଭିଡ ସମୟ ଠାରୁ ଗ୍ରାମ ର ଜନୈକ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଏକତରଫା ଭାବେ ପ୍ରେମ କରୁଥିଲେ । ଝିଅକୁ ବାରମ୍ବାର ଫୋନ କରିବା ସହ ଦେଖାକରି ତା ସହ ବନ୍ଧୁତା ସ୍ଥାପନ କରି ଆସୁଥିଲା । ଏବଂ ଏକତରଫା ଭାବେ ଭଲପାଇ କିଛି ଦିନ ତଳେ ଝିଅକୁ ବାହାହେବାକୁ ଫୋନ ରେ ପ୍ରସ୍ତାବ ଦେଇଥିଲା । ଆଉ ପ୍ରେମିକର ଏ ପ୍ରସ୍ତାବ କଥା ଶୁଣି ଝିଅ ସିଧାସଳଖ ବାପା କିମ୍ବା ମା ସହିତ କଥାବାର୍ତା କରିବାକୁ କହିଥିଲେ । ଏହି ଘଟଣାର ଦୁଇ ତିନି ମାସ ପରେ, ଚଳିତ ବର୍ଷ ୧୯ ତାରିଖ ଗଣେଷ ପୂଜା ଦିନ ଝିଅ ତାର ସାଙ୍ଗ ମାନଙ୍କ ସହ ନାମ୍ପୋ ହାଟ ଛକକୁ ଯାଉଥିଲା । ଆଉ ସେହି ସମୟରେ ଯୁବକ ଜଣକ ହଠାତ୍ ଉତଖିପ୍ତ ହୋଇ ଝିଅକୁ ବାଡ଼େଇ ଥିଲେ । ଘଟଣାସ୍ଥଳରେ ଝିଅର ବାପା ପହଞ୍ଚିି ଝିଅକୁ ଘରକୁ ପଠାଇଥିବା ବେଳେ ପୁଅକୁ ନେଇ ତାଙ୍କର ଦୋକାନ ରେ ବସାଇ ରଖିଥିଲେ । ତେବେ କିଛି ସମୟ ମଧ୍ୟରେ ପୁଅ ସେଠାରୁ ଖସି ପଳାଇଥିଲା । ଏନେଇ ଝିଅ ଏବଂ ତାଙ୍କର ବାପା ନାମ୍ପୋ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ଘଟଣାକୁ ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଝିଅର ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି ଝିଅର ବାପା ।

Advertisement


ସେପଟେ ଘଟଣାକୁ ନେଇ ନାମ୍ପୋ ଫାଣ୍ଡି ଅଧିକାରୀ ଫକୀର ଚରଣ ପ୍ରଧାନ ପ୍ରସ୍ତାବ ଦେଇଥିଲେ ଯେ ପୋଲିସ ଉପସ୍ଥିତି ରେ ଗାଁ ଭଦ୍ରବ୍ୟକ୍ତି ଙ୍କ ଦ୍ୱାରା ଏହି ଘଟଣାର ସମାଧାନ କରିବାକୁ । ହେଲେ ଘଟଣା ସମ୍ପର୍କରେ ସୁନିଶ୍ଚିତ ମତ ଝିଅର ପରିବାରକୁ ଦେଇ ନଥିବାରୁ ମାମଲା ଆଗକୁ ବଢିପାରି ନାହିଁ ।

Leave a Reply

Your email address will not be published. Required fields are marked *