ସହରରେ ବୁଲୁଛି ଦନ୍ତା, ଭୟରେ ଘର ଭିତରେ ଲୁଚି ରହିଛନ୍ତି ଲୋକେ…
1 min read
ବରଗଡ: ଦିନକୁ ଦିନ ବଢୁଛି ହାତୀ ଉପଦ୍ରବ । ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀପଲ । ଫସଲ ନଷ୍ଟ କରିବା ସହ ଭାଙ୍ଗୁଛନ୍ତି ଲୋକଙ୍କ ଘରଦ୍ୱାର । ଆଉ ବେଳେ ବେଳେ ଲୋକମାନଙ୍କ ଜୀବନ ନେବାକୁ ବି ପଛୋଉ ନାହାନ୍ତି ହାତୀ । ସେହିପରି ଗତକାଲି ସକାଳୁ ଆଖି ଖୋଲିଲା ବେଲକୁ ଗାଁ ଭିତରେ ବୁଲୁଛି ଦନ୍ତା । ଘର ବାହାରକୁ କେହି ନ ବାହାରିବା ପାଇଁ ଡାକବାଜୀ ଯନ୍ତ୍ର ଯୋଗେ ବନ ବିଭାଗ ସଚେତନ କରୁଛି ।
ଏଭଲି ଦୃଶ୍ୟ ଦେଖରବାକୁ ମିଲିଛି ବରଗଡ ଜିଲ୍ଲା ପଦ୍ମପୁର ସହର ନିକଟସ୍ଥ ସତିଭଟା,ଦେଉଲି,ସାଲେଗେଡି ଓ ଦର୍ବେକେଲା ଗାଁ ରେ । ସହରର ଅତି ନିକଟ ଗାଁ ଗୁଡକରେ ଦନ୍ତା ବୁଲୁଥିବାରୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ । କାରଣ ଗାର ଗଳି କନ୍ଦି ରାସ୍ତାରେ ଦନ୍ତା ହାତିଟି ବୁଲୁଛି । ଆଉ ଲୋକମାନେ ଘର ବିତରେ ଲୁଚି ରହିଛନ୍ତି । ତେବେ ପଦ୍ମପୁର ଅଞ୍ଚଳଟି ଜଙ୍ଗଲ ନିକଟବର୍ତୀ ଗାଁ ହୋଇଥିବାରୁ ସେଠାରେ ବିଭିନ୍ନ ସମୟରେ ଜଙ୍ଗଳୀ ହାତୀ ଆସୁଥିବା ନେଇ ଖବର ସାମ୍ନାକୁ ଆସିଥାଏ । ହେଲେ ବର୍ତମାନ ହାତୀ ସହର ମୁହାଁ ହେଉଥିବା ଦେଖିବାକୁ ମିଲୁଛି । ଗତକାଲି ସକାଳୁ ପ୍ରାୟ ୫ ଟା ସମୟରୁ ପଦ୍ମପୁର ରେଞ୍ଜ ପଦ୍ମପୁର ସହର ନିକଟସ୍ଥ ସତିଭଟା,ଦେଉଲି,ସାଲେଗେଡି ଓ ଦର୍ବେକେଲା ଗାଁ ରେ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଲିଛି । ଫଳରେ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଦେଖରବାକୁ ମିଲୁଛି । କିଛି ଦିନ ପୂର୍ବରୁ ଏକ ଦନ୍ତା ହାତୀ ପାଇକମାଲ ସହର ମଧ୍ୟକୁ ଚାଲି ଆସିଥିଲା ଯାହା ଫଳରେ ଅଞ୍ଚଳରେ ଅଘୋଷିତ କର୍ଫ୍ୟୁ ଘୋଷଣା ହୋଇଥିଲା ।