ଆଜି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି,୪ ଘଣ୍ଟା ବନ୍ଦ ରହିବ ଦର୍ଶନ
1 min readପୁରୀ: ଆଜି ଆଶ୍ୱିନ ମାସ କୃଷ୍ଣ ଷଷ୍ଠ ତିଥି । ଏହି ଅବସରରେଆଜି ଶ୍ରୀଜିଉଙ୍କ ବନକଲାଗି ନୀତି କରିବାକୁ ଚୂଡାନ୍ତ ହୋଇଛି । ଦ୍ୱିତୀୟ ଭୋଗ ମଣ୍ଡପ ପେର ଏହି ନୀତି ଅନୁଷ୍ଠିତ ହେବ । ସେଇଥି ପାଇଁ ଆଜି ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏଁ ସାଧାରଣ ଦଶର୍ନ ବନ୍ଦ ରହିବ । ମହାପ୍ରଭୁଙ୍କ ବନକଲାଗି ନୀତି ଦେଢ ମାସ ବନ୍ଦ ରହିବା ପରେ ଆଜି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ବନକ ଲାଗିରେ ମୁଖ୍ୟତଃ ଚାରି ପ୍ରକାର ପ୍ରାକୃତିକ ରଙ୍ଗକୁ ବ୍ୟବହାର କରାଯ୍ଧବଥାଏ । କଳା, ଧଳା, ନାଲି ଓ ହଳଦିଆ ରଙ୍ଗ ।
ଆଉ ସେଥିପାଇଁ ଦରକାର ପଡୁଥିବା ସାମଗ୍ରୀ ଗୁଡ଼ିକ ହେଲା କଜ୍ଜ୍ୱଳ, ହିଙ୍ଗୁଳ, ହରିତାଳ, କସ୍ତୁରୀ, ଚନ୍ଦନ, କର୍ପୂର, କେଶର ଓ ଘୋରା ଶଙ୍ଖ । ଏଥିରୁ ଅଧିକାଂଶ ବନଜାତ ଦ୍ରବ୍ୟ ଅଟେ । ଦେଢମାସ ହେଲା ଶ୍ରୀଜିଉଙ୍କବନକଲାଗି ନୀତି ବନ୍ଦ ରହିଥିଲା । ନୀଳାଦ୍ରୀ ବିଜେ ହେବା ପରଠାରୁ ବନକଲାଗିକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ବୁଧବାର ବନକଲାଗି ହେବ କି ଗୁରୁବାର ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତମହାପ୍ତର ସେବକଙ୍କ ମଧ୍ୟରେ ଅଡୁଆ ଛିଣ୍ଡୁ ନଥିଲା । ଶେଷଥର ଅଗଷ୍ଟ ୨୮ରେ ବନକଲାଗି ହୋଇଥିଲା । ସେପ୍ଟେମ୍ବର ମାସରେ ବନକଲାଗି ନୀତି ହୋଇ ନାହିଁ । ଏଥିପାଇଁ ଅକ୍ଟୋବର ମାସ ୫ ତାରିଖ ଅର୍ଥାତ ଆଜି ବନକଲାଗି ନୀତି ହେବ ।