Pratidin TV

Odisha's Digital News Platform

ଛାତ୍ର ସଂସଦ ନିର୍ବାଚନର ଆଜି ହେବ ହାଇକୋର୍ଟରେ ଶୁଣାଣି..

1 min read

କଟକ : ଛାତ୍ର ସଂସଦ ନିର୍ବାଚନ ନେଇ ଦୀର୍ଘ ଦିନ ହେଲା ଲାଗିଛି ଆନ୍ଦୋଳନ । ୬ବର୍ଷ ଧରି କଳେଜରେ ହୋଇ ପାରିନି ନିର୍ବାଚନ । ଚଳିତବର୍ଷ ମଦ୍‌ୟ ସମାନ ନିଷ୍ପତ୍ତି ନିଆଯାଇ ନିର୍ବାଚନକୁ ବନ୍ଦ କରାଯାଇଛି । ଯାହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ଏପ୍ରସଙ୍ଗରେ କୋର୍ଟର ଦ୍ୱାରସ୍ଥ ହୋଇଥିଲା ଏବିଭିପି । ତେବେ ଏହି ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଶୁଣାଣି ହେବ । ଏନେଇ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲା ଏବିଭିପି । ଏବିଭିପିର ସାଧାରଣ ସମ୍ପାଦକ ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ପିଟିସନ ଫାଇଲ କରିଥିଲେ । ତେବେ ଆଜି ଏନେଇ ଶୁଣାଣି କରିବେ ହାଇକୋର୍ଟ । ଲଗାତାର ଷଷ୍ଠ ବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଲାଗି ସରକାରଙ୍କ ନିଷ୍ପତ୍ତି ବିରୋଧରେ ସାରା ରାଜ୍ୟରେ ମୁଣ୍ଡ ଟେକିଛି ଛାତ୍ର ଅଶାନ୍ତି ।

କଲେଜ କ୍ୟାମ୍ପସରେ ହେଉଥିବା ଗଣ୍ଡଗୋଳକୁ ନଜରରେ ରଖି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଉଛି । କିନ୍ତୁ ଏହାକୁ ମାନୁ ନାହନ୍ତି କଲେଜ ଛାତ୍ର ।୨୦୧୭ ମସିହାରୁ ଲଗାତାର କଲେଜ ଓ ୟୁନିଭରସିଟି ଇଲେକ୍ସନକୁ ବନ୍ଦ କରିଆସୁଛନ୍ତି ରାଜ୍ୟ ସରକାର । ୨୦୧୮ରେ ବାତ୍ୟା ତିତଲି ଯୋଗୁଁ, ୨୦୧୯ରେ କ୍ୟାମ୍ପସରେ ଦେଖାଦେଇଥିବା ଅଶାନ୍ତି ଏବଂ ୨୦୨୦ରେ ମହାମାରୀ କରୋନା ଯୋଗୁଁ ୨ବର୍ଷ ଧରି ଛାତ୍ର ସାଂସଦ ନିର୍ବାଚନ ବନ୍ଦ ରଖିଥିଲେ ରାଜ୍ୟ ସରକାର ।

Advertisement

Leave a Reply

Your email address will not be published. Required fields are marked *