Pratidin TV

Odisha's Digital News Platform

ପ୍ରେମିକାକୁ ମନାଇବା ପାଇଁ ଜ୍ୟୋତିଷ ପାଖକୁ ଗଲେ, ନିଶାଦେଇ ଘରେ କଳାକନା ବୁଲାଇଲେ…

1 min read


ଉତ୍ତରପ୍ରଦେଶ: ଜାତକ ଦେଖାଇବାକୁ ଯାଇ ଜ୍ୟୋତିଷଙ୍କୁ କଳାକନା ବୁଲାଇଲେ ଯୁବକ । କୋଲଡ୍ରିଙ୍କସ ରେ ନିଶାଦ୍ରବ ଦେଇ ଜ୍ୟୋତିଷଙ୍କୁ କରିଦେଲେ ଚେତାସୂନ୍ୟ । ପରେ ତାଙ୍କ ଘର ନଗଦ ଟଙ୍କା ସହ ସୁନା ଗହଣା,ଓ ଦୁଇଟି ମୋବଇଲ ଫୋନ ସହ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ନେଇ ମାରିଲେ ଚମ୍ପଟ । ଖାଲି ସେତିକି ନୁହେଁ ପ୍ରମାଣ ଲୁଚାଇବାକୁ ଯାଇ ଘର ଭିତରେ ଲାଗିଥିବା ସିସିଟିଭିର କ୍ୟାମେରା ମଧ୍ୟ ଲୁଚା ନେଇ ଯାଇଥିଲେ । ଏପରି ଏକ ଚାଞ୍ଚଲ୍ୟକର ଖବର ଦେଖରବାକୁ ମିଳିଛି ଉତ୍ତରପ୍ରଦେଶ କାନପୁର ସହରରେ ।


ସୂଚନା ମୁତାବିକ କାନପୁରର ଗୋବିନ୍ଦ ନଗରରେ ରହୁଥିବା ଜ୍ୟୋତିଷ ତରୁଣ ଶର୍ମାଙ୍କ କହିବା ଅନୁଯାୟୀ ଅକ୍ଟୋବର ୪ ତାରିଖ ଦିନ ପୂର୍ବେ କ୍ରିଷ୍ଣା ଠାକୁର ଓ କାର୍ତ୍ତିକ ପ୍ୟାରି ନାମକ ଦୁଇଜଣ ଯୁବକ ତାଙ୍କ ନିକଟକୁ ଜାତକ ଦେଖାଇବାକୁ ଆସିଥିଲେ । ତାଙ୍କର ଜାତକ ଦେଖାଇ କହିଥିଲେ ଯେ ପ୍ରେମିକା ତାଙ୍କ ଉପରେ ରାଗିଛନ୍ତି ବୋଲି । ତାଙ୍କୁ ମନେଇବା ପାଇଁ କିଛି ଉପାୟ କୁହନ୍ତୁ । ତେବେ ଜ୍ୟୋତିଷ ସେମାନଙ୍କୁ ଅକ୍ଟୋବର ୨ ତାରିଖରେ ପୁଣି ଥରେ ଆସିବା ପାଇଁ କହିଥିଲେ । ଆଉ ଜ୍ୟୋତିଷ କହିବା ଅନୁସାରେ ଯୁବକ ଦ୍ୱୟ ଅକ୍ଟୋବର ୨ ତାରିଖ ଦିନ ପହଞ୍ଚିଥିଲେ । ପରେ ଜ୍ୟୋତିଷଙ୍କ ସହ ଭେଟି କିଛି ବର୍ତ୍ତାଳାପ କରିଥିଲେ । ଆଉ ଏହା ମଧ୍ୟରେ ସେମନଙ୍କ ବ୍ୟାଗରୁ ଏକ ଥଣ୍ଡା ପାନିୟ ବୋତଲ ବାହାର କରି ଜ୍ୟୋତିଷଙ୍କୁ ପିଇବାକୁ ଦେଇଥିଲେ ।ଆଉ କୋଲଡ୍ରିଙ୍କସ ପିଇବା କ୍ଷଣି ସେ ବେହୋସ ହୋଇଗଲେ । ଆଉ ଏହାର ସୁଯୋଗ ନେଇ ଯୁବକ ଦ୍ୱୟ ଘରଭିତରୁ ଲୁଟି ନେଲେ । ଆଉ ଯିବା ବେଳେ ଘରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ । ପରେ ଜ୍ୟୋତିଷ ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ଆଖପାଖ ସିସିଟିଭି ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରୁଛି ।

Advertisement

Leave a Reply

Your email address will not be published. Required fields are marked *