Pratidin TV

Odisha's Digital News Platform

(ଭିଡିଓ)ମାଇଣ୍ଡ ଗେମ୍‌ର ଅସଲି ହିରୋ ହେଉଛନ୍ତି ଅରୁଣ ବୋଥ୍ରା, ତାଙ୍କ ନିଶ ମୋଡାକୁ ଫିଲ୍ମରେ କରାଯାଇଛି କପି

1 min read

ଭୁବନେଶ୍ୱର : ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି ଓଡିଆ ଫିଲ୍ମ ମାଇଣ୍ଡ ଗେମ୍ । ଯାହା ସାରା ଓଡିଶାରେ କାଲି ଅର୍ଥାତ ଅ୍ରକ୍ଟୋବର ୬ରେ ପ୍ରେକ୍ଷାଳୟକୁ ଆସିବ । ତା ପୂର୍ବରୁ ଭୁବନେଶ୍ୱରରେ ପୋଲିସ ମାନଙ୍କ ପାଇଁ ଗତକାଲି ଫିଲ୍ମର ଏକ ସ୍ପେଶାଲ ସ୍କ୍ରିନିଂ ମଧ୍ୟ ରଖାଯାଇଥିଲା । କାରଣ ଏହି ଫିଲ୍ମର ମୁଖ୍ୟ ହିରୋ ହେଉଛନ୍ତି ଜଣେ ପୋଲିସ ଅଧିକାରୀ । ପାଟଣାଗଡର ଏକ ଚାଞ୍ଚଲ୍ୟକର ପାର୍ସଲ ବୋମା ଘଟଣା ସାରା ଓଡିଶାର ଛାତି ଥରାଇ ଦେଇଥିଲା । ଏକ ବାହାଘର ଭୋଜିରେ ଘଟିଥିବା ଘଟଣାକୁ ଲୋକଙ୍କ ମନରେ ଆଜି ଜୀବିତ ଅଛି । ସେଇ ବହୁ ଚର୍ଚ୍ଚିତ ଘଟଣାକୁ ଚଳଚ୍ଚିତ୍ର ମାଧ୍ୟମରେ ଲୋକମାନଙ୍କ ପାଖକୁ ଆସିବାକୁ ଯାଉଛି । ଆଉ ଦିନକ ପରେ ପରଦାକୁ ଆସିବ ଏହି ଫିଲ୍ମ ।

ତେବେ ଏହି ଘଟଣାଟି କଣ ଥିଲା ଏବଂ ଏହି କାଣ୍ଡ ଭିଆଇ ପଛର କାରଣ କଣ ଥିଲା ଏଭଳି ଅନେକ ପ୍ରଶ୍ନର ଉତ୍ତର ଆପଣ ଏହି ଫିଲ୍ମରୁ ଜାଣି ପାରିବେ । ତେବେ ଏହି ଘଟଣାର ପର୍ଦ୍ଦାଫାଶ କରିଥିବା ପୋଲିସ ଅଧିକାରଙ୍କ ଅର୍ଥାତ ଯିଏ ଅସଲି ହିରୋ ସେ ହେଉଛନ୍ତି ଆଇପିଏସ ଅରୁଣ ବୋଥ୍ରା । ତେବେ ମାଇଣ୍ଡ ଗେମ ଚଳଚ୍ଚିତ୍ରରେ ତାଙ୍କ ଜାଗାରେ ଅଭିନୟ କରିଛନ୍ତି ବଲିଉଡ ଅଭିନେତା ଅତୁଲ କୁଲକର୍ଣ୍ଣି । ତେବେ ଗତକାଲିର ସ୍କ୍ରିନିଂରେ ଖୋଦ ଅରୁଣ ବୋଥ୍ରା ପୂରା ଫିଲ୍ମଟି ଦେଖିଥିଲେ । ଏବଂ ତାଙ୍କୁ ଫିଲ୍ମଟି ବହୁ ପସନ୍ଦ ଆସିଥିବା କହିଛନ୍ତି । ସେ ଅନେକ ଓଡିଆ ଫିଲ୍ମ ଦେଖିଛନ୍ତି କିନ୍ତୁ ଏହା ତାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଶ୍ରୀଯୁକ୍ତ ବୋଥ୍ରା ଆହୁରି କହିଥିଲେ ଅଭିନେତା ଅତୁଲ କୁଲକର୍ଣ୍ଣି ତାଙ୍କ ନିଶା ମୋ ଷ୍ଟାଇଲକୁ ଏହି ଫିଲ୍ମରେ କପି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *