Pratidin TV

Odisha's Digital News Platform

ସିକିମ୍‌ର ପ୍ରଳୟଙ୍କାରୀ ବନ୍ୟା ; ଉଦ୍ଧାର ହେଲା ଓଡିଆ ଯବାନ ସରୋଜଙ୍କ ମୃତଦେହ …

1 min read

ଭୁବନେଶ୍ୱର ; ସିକିମ୍‌ର ପ୍ରଳୟଙ୍କାରୀ ବନ୍ୟାରେ ଭାସିଯାଇଥିବା ୨୩ ଯବାନଙ୍କ ମଧ୍ୟରୁ ମିଳିଲା ଓଡିଆ ଯବାନ ସରୋଜ ଦାସଙ୍କ ମୃତଦେହ । ଭିଡିଓକଲ୍ ଯୋଗେ ପରିବାର ଚିହ୍ନଟକଲେ ସରୋଜଙ୍କ ମୃତଦେହ ।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଦିଘି ପଞ୍ଚାୟତ କେନ୍ଦୁଢିପର ଓଡ଼ିଆ ଯବାନ ସରୋଜ କୁମାର ଦାସ ନିଖୋଜ ହୋଇଥିବା ନେଇ ପ୍ରଥମେ ଖବର ଆସିଥିଲା। ଏବେ ସେ ସହିଦ ହୋଇଯାଇଥିବା ନେଇ ସୂଚନା ମିଳିଛି। ସରୋଜ ଦାସ ସେନାରେ ହାବିଲଦାର ଭାବେ କାର‌୍ୟ୍ୟ କରୁଥିଲେ । ତେବେ ସରୋଜଙ୍କର ସାତମାସ ତଳେ ବିବାହ ହୋଇଥିବା ବେଳେ ଗତ ଦୁଇମାସ ତଳେ ସିଏ ଗାଁକୁ ଆସିଥିଲେ। ସରୋଜଙ୍କ ସାନଭାଇ ମନୋଜ ଦାସଙ୍କ କହିବା ଅନୁଯାଇ ମଙ୍ଗଳବାର ରାତି ସୂଚନା ଆସିଥିଲେ ମଧ୍ୟ ବୁଧବାର ଦିନ ୧୧ – ୩୦ ରେ ସରୋଜଙ୍କ ୟୁନିଟରୁ ନିଖୋଜ ଥିବା ଫୋନ ଆସିଥିଲା।

Advertisement

କିନ୍ତୁ ସରୋଜ ଜୀବିତ ଥିବା ନେଇ ସମସ୍ତଙ୍କ ମନରେ ଏକ ଆଶା ଥିଲା । ଗତକାଲିଠୁ ସରୋଜଙ୍କ ଗାଁରେ ଜଳିନି ଚୁଲି କି ଶୁଖିନି ପରିବାର ଓ ଗ୍ରାମବାସୀଙ୍କ ଆଖିର ଲୁହ । ସମସ୍ତଙ୍କ ମନରେ ଥିଲା ଗୋଟିଏ ଆଶା ଜୀବିତ ଫେରିଆସୁ ସରୋଜ । ହେଲେ ପ୍ରଳୟଙ୍କାରୀ ବନ୍ୟା ସରୋଜଙ୍କ ଜୀବନ ଦୀପକୁ ସବୁଦିନ ପାଇଁ ବୁଝାଇଦେଲା ।

Leave a Reply

Your email address will not be published. Required fields are marked *